Advertisment

ସେନା ଗୁଳିରେ ଟଳିଲା କୁଖ୍ୟାତ ଆତଙ୍କବାଦୀ

ନିହତ ଆତଙ୍କବାଦୀ ଜଣକ ପାକିସ୍ତାନର ନାଗରିକ ହୋଇଥିବା ବେଳେ ଜଣେ ପ୍ରଶିକ୍ଷିତ ସ୍ନାଇପର ଥିଲା।

Army killed pak terrorist

Army killed pak terrorist

Advertisment

ସେନାକୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟର୍‌ରେ ଟଳିଲା ପାକ୍‌ ଆତଙ୍କାବଦୀ। ଜମ୍ମୁ-କଶ୍ମୀରର ରଜୌରୀରେ ଗତକାଲି ଠାରୁ ଚାଲିଥିବା ଏନ୍‌କାଉଣ୍ଟର୍‌ରେ ଆଜି ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ଆତଙ୍କବାଦୀ ଜଣକ ନାଁ 'କାରୀ' ବୋଲି ପରିଚୟ ମିଳିଛି। ନିହତ ଆତଙ୍କବାଦୀ ଜଣକ ଲସ୍କର-ଏ-ତୋଇବାର ଟପ୍‌ ଆତଙ୍କୀମନାଙ୍କ ମଧ୍ୟରୁ ଜଣେ ଥିଲା। ସେ ଆଇଇଡି ତଥା ବୋମା ତିଆରି କରିବାରେ ମଧ୍ୟ ଏକ୍ସପର୍ଟ ଥିଲା।

Advertisment

ରଜୌରୀର କାଲକୋଟ୍ ସେକ୍ଟରେ ଗତକାଲି ଠାରୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ସେନାର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ ଯବାନ ସହୀଦ ହୋଇଛନ୍ତି। ଆଜି ସେନା ଗୁଳିରେ ଜଣେ ଲସ୍କର ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ଆତଙ୍କବାଦୀ ଜଣକ ପାକିସ୍ତାନର ନାଗରିକ ହୋଇଥିବା ବେଳେ ଜଣେ ପ୍ରଶିକ୍ଷିତ ସ୍ନାଇପର ଥିଲା। ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ଟ୍ରେନିଂ ନେଇଥିଲା। ଲସ୍କର-ଏ-ତୋଇବାରେ ମଧ୍ୟ ସେ ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ସାମିଲ ଥିଲା। ଗତ ବର୍ଷେ ହେଲା ସେ ରଜୌରୀ ପୁଞ୍ଛ ଅଞ୍ଚଳରେ ଅକତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା।

ରଜୌରୀର କାଲାକୋଟ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ବୁଧବାର ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏହି ଜଙ୍ଗଲରେ ଗତ ଏକ ମାସ ହେବ ଆତଙ୍କବାଦୀମାନେ ଲୁଚି ରହିଛନ୍ତି। ଏମାନଙ୍କୁ ଧରିବା ପାଇଁ ଗତକାଲି ଠାରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ରାତିରେ ଗୁଳିବିନିମୟ ଅଟକି ଯାଇଥିବା ବେଳେ ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଛି।

Advertisment
Encounter Jammu Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe