Advertisment

ପୁଣି ଜଣେ ଆର୍ମି ଅଫିସରଙ୍କୁ ଘରୁ ଉଠାଇ ନେଲେ

ଗତବର୍ଷ ମେ’ ମାସରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ମଣିପୁରରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ରାଜ୍ୟର ୪ ଥର ସୁରକ୍ଷାକର୍ମୀ କିମ୍ବା ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରାଯାଇ ସାରିଲାଣି।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଜଣେ ଆର୍ମି ଅଫିସରଙ୍କୁ ତାଙ୍କୁ ଘରୁ ଅପହରଣ କରାଯାଇଛି। ୪ର୍ଥ ଥର ପାଇଁ ରାଜ୍ୟରେ ଏପରି ଘଟଣା ଘଟିଛି।

Advertisment

ଗତବର୍ଷ ମେ’ ମାସରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ମଣିପୁରରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ରାଜ୍ୟର ୪ ଥର ସୁରକ୍ଷାକର୍ମୀ କିମ୍ବା ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରାଯାଇ ସାରିଲାଣି।

ମିଳିଥିବା ସୂଚନା ଅନୁସାରେ, ଥୌବାଲ ଜିଲ୍ଲାରେ ରହୁଥିବା ଜେସିଓ କୋନସାମ ଖେଡା ସିଂହଙ୍କୁ ଆଜି ସକାଳ ୯ଟାରେ ତାଙ୍କ ଘରୁ ଅପହରଣ କରାଯାଇଛି। କିଛି ଦୁର୍ବୃତ୍ତ ଗାଡ଼ି ଧରି ତାଙ୍କ ଘର ପାଖରେ ପହଞ୍ଚିବା ସହ ତାଙ୍କୁ ଉଠାଇ ନେଇଛନ୍ତି।

Advertisment

ଖବର ମିଳିବା ପରେ ସମସ୍ତ ସୁରକ୍ଷା ଏଜେନ୍ସି ପକ୍ଷରୁ ମିଳିତ ଭାବେ ଜେସିଓ ସିଂହଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାତୀୟ ରାଜପଥ ୧୦୨ରେ ଯାତାୟାତ କରୁଥିବା ସବୁ ଗାଡ଼ିକୁ ଯାଞ୍ଚ କରାଯାଉଛି। ତଥାପି ଜେସିଓ ସିଂହଙ୍କର ପତ୍ତା ମିଳିନାହିଁ।

ସେହିପରି କିଏ ଓ କାହିଁକି ତାଙ୍କୁ ଅପହରଣ କରିଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। ଏବେ ବି ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ତେଣୁ ଖୁବଶୀଘ୍ର ଘଟଣା ସମ୍ପର୍କରେ ଅପଡେଟ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

୨୦୨୩ ମେ’ ମାସରୁ ଇତି ମଧ୍ୟରେ ଏଭଳି ୪ଟି ଘଟଣା ଘଟିଲାଣି। ଛୁଟିରେ ଥିବା ଯବାନ, ଡ୍ୟୁଟିରେ ଥିବା ସେନା କର୍ମଚାରୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅପରାଧୀମାନେ ଟାର୍ଗେଟ କରିବାରେ ଲାଗିଛନ୍ତି। 

୨୦୨୩ ସେପ୍ଟେମ୍ବର ମାସରେ ଜଣେ ଆସାମ ରେଜିମେଣ୍ଟର ଜଣେ ପୂର୍ବତନ କର୍ମଚାରୀ ସେରଟୋ ଥାଙ୍ଗଥାଙ୍ଗ କୋମଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବା ପରେ ହତ୍ୟା କରିଥିଲେ। ଏହାର ଦୁଇ ମାସ ପରେ କିଛି ବନ୍ଧୁକଧାରୀ ୪ ଜଣଙ୍କୁ ଅପହରଣ କରିଥିଲେ। ଏହି ଲୋକମାନେ ଚୁରାଚାନ୍ଦପୁରରୁ ଲେଇମାଖୋଙ୍ଗ ଯାଉଥିବା ବେଳେ ସେମାନଙ୍କୁ ଗାଡ଼ି ସହ ଅପହରଣ କରାଯାଇଥିଲା। ଏହାପରେ ସେମାନଙ୍କୁ ହତ୍ୟା କରାଯାଇଥିଲା। 

୪ ଜଣ ଯାକ ଜଣେ ଭାରତୀୟ ସେନା ଅଧିକାରୀଙ୍କ ସମ୍ପର୍କୀୟ। ଘଟଣାରେ ସେନା ଅଧିକାରୀଙ୍କ ବାପା ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ଘଟଣା ସ୍ଥଳରୁ ଗୁରୁତର ଆହତ ହୋଇ ମଧ୍ୟ ଖସି ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଚିକିତ୍ସା ମଧ୍ୟ ସେନା ହସ୍ପିଟାଲରେ କରାଯାଇଥିଲା। ଏବେ ସେ ସୁସ୍ଥ ରହିଛନ୍ତି।

ଫେବୃଆରୀ ୨୭ରେ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଇମ୍ଫାଲରୁ ଅପହରଣ କରାଯାଇଥିଲା। ତେବେ ସେ ସୁରକ୍ଷିତ ଭାବେ ଅପହରଣର କିଛି ଦିନ ପରେ ଫେରିଥିଲେ।

Manipur Manipur Violence Manipur Incident Manipur Burning