Advertisment

ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ଜେସିଓ ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦ ନିରୋଧ ଅପରେସନ ବେଳେ ସହିଦ ହୋଇଛନ୍ତି।

Army

Army

Advertisment

ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଆର୍ମିର ୧୬ କ୍ରପ୍ସ ଏକ୍ସରେ ପୋଷ୍ଟ କରି କହିଛି ଯେ ଜେସିଓ ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦ ନିରୋଧ ଅପରେସନ ବେଳେ ସହିଦ ହୋଇଛନ୍ତି। କିସ୍ତୱାର ଭାରତ ରିଡଗେ ଠାରେ ଚାଲିଥିବା ଜଏଣ୍ଟ ଅପରେସନ ବେଳେ ଏପରି ଘଟଣା ଘଟିଛି। ନାଏବ ସୁବେଦାର କୁମାର ୨ ପାରା(ସ୍ପେଶାଲ ଫୋର୍ସ)ରେ କାର୍ଯ୍ୟ କରୁଥିଲେ। ଏହି ଘଟଣାରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।

କୁଣ୍ଟୱାରା ଓ କେଶୱାନ ମଧ୍ୟରେ ଥିବା ଗୋଟିଏ ଜଙ୍ଗଲରେ ଦୁଇ ଜଣ ଆତଙ୍କବାଦୀ ଲୁଚି ଥିବା ଖବର ମିଳିଥିଲା। ଏହାପରେ ଆର୍ମି ଓ ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

Advertisment

ଏହାପୂର୍ବରୁ ଜଙ୍ଗଲ କିଛି ଦୂରରୁ ଦୁଇ ଗ୍ରାମରକ୍ଷୀ ନାଜିର ଅହମଦ ଓ କୁଲଦୀପ କୁମାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଦୁଇ ଗ୍ରାମରକ୍ଷୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେବା ପରେ ହତ୍ୟା କରିଥିଲେ।

ଘଟଣାରେ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ପ୍ରଥମେ ସ୍ଥଳର ସେନାର ୪ ପାରା କମାଣ୍ଡୋ ଆହତ ହୋଇଥିଲେ।

ସେମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧମପୁର ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାଏବ ସୁବେଦାର କୁମାରଙ୍କ ଦେହାନ୍ତ ହୋଇଛି। ଏବେ ସ୍ଥାନୀୟ ଅଞ୍ଚଳରେ ବଡ଼ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି।

Jammu Kashmir Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe