Advertisment

ଆର୍ମି ଅଫିସର ଓ ପୁଅଙ୍କୁ କାହିଁକି ୪୫ ମିନିଟ ଧରି ପିଟିଲା ପୁଲିସ୍‌?

ଆକ୍ରମଣ ଯୋଗୁ ଆର୍ମି ଅଫିସରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସେହିପରି ତାଙ୍କ ପୁଅ ଅଙ୍ଗଦ ସିଂହଙ୍କ ମୁଣ୍ଡ ଫାଟି ଯାଇଛି।

Punjab

Punjab

Advertisment

ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଆର୍ମି ଅଫିସର ନିଜ ରାଜ୍ୟ ଓ ଘରେ ସୁରକ୍ଷିତ ନୁହନ୍ତି। ସାମ୍ନାକୁ ଆସିଥିବା ଘଟଣା ଆର୍ମି ଅଫିସର ଓ ସେମାନଙ୍କ ପରିବାର ବର୍ଗଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିସହ ଖାକି ବର୍ଦ୍ଦି ପିନ୍ଧିଥିବା ପୁଲିସ୍‌ କର୍ମଚାରୀଙ୍କ ବେପରୁଆ ମନୋଭାବ ଓ ଗର୍ବର ମୁଖା ମଧ୍ୟ ଖୋଲି ଦେଇଛି। ପୁଲିସ୍‌ ଚାକିରି କରୁଥିବାରୁ ସେମାନେ କାହାକୁ ଖାତିର କରିବା ମୁଡରେ ଯେମିତି ନାହାନ୍ତି। 

Advertisment

୨୦୨୫ ମସିହା ମାର୍ଚ୍ଚ ୧୪ ତାରିଖ। ଭୋର ସମୟରେ ବରିଷ୍ଠ ଆର୍ମି ଅଫିସର କର୍ଣ୍ଣେଲ ପୁଷ୍ପିନ୍ଦର ସିଂହ ବାଥ ଓ ତାଙ୍କ ପୁଅ ଅଙ୍ଗଦ ସିଂହଙ୍କ ଉପରେ ୩ ଜଣ ପୁଲିସ ଇନସପେକ୍ଟର ଓ ସେମାନଙ୍କ ଟିମର କିଛି ସଦସ୍ୟ ହୁକୁମାତି ଦେଖାଇଛନ୍ତି। ସେମାନେ ପଞ୍ଜାବର ପଟିଆଲାରେ ୪୫ ମିନିଟ ଧରି ଆର୍ମି ଅଫିସର ଶ୍ରୀ ସିଂହ ଓ ତାଙ୍କ ପୁଅଙ୍କୁ ପ୍ରବଳ ପିଟିଛନ୍ତି।

ଆକ୍ରମଣ ଯୋଗୁ ଆର୍ମି ଅଫିସରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସେହିପରି ତାଙ୍କ ପୁଅ ଅଙ୍ଗଦ ସିଂହଙ୍କ ମୁଣ୍ଡ ଫାଟି ଯାଇଛି। ଉଭୟ ଏବେ ପଟିଆଲାର ରାଜେନ୍ଦ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। କିନ୍ତୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୧୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ରାଜେନ୍ଦ୍ର ହସ୍ପିଟାଲ ନିକଟରେ ଥିବା ଗୋଟିଏ ରାସ୍ତା କଡ଼ ଖାଇବା ଷ୍ଟଲ ନିକଟରେ ପୂରା ଘଟଣା ଘଟିଥିଲା। ରାସ୍ତା କଡ଼ ଷ୍ଟଲରେ ଆର୍ମି ଅଫିସର ଓ ତାଙ୍କ ପୁଅ କିଛି ଖାଉଥିଲେ। ଏହି ସମୟରେ ସାଦା ପୋଷାକରେ ଥିବା ୩ ଜଣ ପୁଲିସ୍‌ ଅଧିକାରୀ ସେଠାରେ ନିଜର ଟିମ ସହ ପହଞ୍ଚିଥିଲେ। ସେମାନେ ନିଜ ଗାର୍ଡ଼ି ପାର୍କିଂ କରିବା ପାଇଁ ଆର୍ମି ଅଫିସରଙ୍କୁ କାର ବାହାର କରିବାକୁ କହିଥିଲେ। ହେଲେ ବାପା-ପୁଅ ଏହାକୁ ଶୁଣି ନଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଏତିକି ବେଳେ ଜଣେ ପୁଲିସ୍‌ ଅଧିକାରୀ ଆର୍ମି ଅଫିସରଙ୍କ ମୁହଁକୁ ମୁଥ ମାରିଥିଲେ। ତାଙ୍କ ପୁଅ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ପୁଲିସ କର୍ମଚାରୀମାନେ ମାଡ଼ ମାରିଥିଲେ।

ଅଙ୍ଗଦ ସିଂହ କହିଛନ୍ତି, “ସେମାନେ ଆମକୁ କାର ହଟାଇବାକୁ କହିଥିଲେ। ମୋ ବାପା ସେମାନେ ବ୍ୟବହାର କରୁଥିବା ଭାଷାକୁ ବିରୋଧ କରିବାରୁ ଜଣେ ଅଫିସର ତାଙ୍କୁ ମୁଥା ମାରିଥିଲେ। ମୁଁ ଏଥିରେ ହସ୍ତକ୍ଷେପ କରିବାରୁ ସେମାନେ ମୋତେ ବି ମାଡ଼ ମାରିଥିଲେ। ସେମାନଙ୍କୁ କାଠ ‍ଫାଳିଆ, ଲୁହା ରଡ ଓ ବେସବଲ ବ୍ୟାଟରେ ମାଡ଼ ମାରିଛନ୍ତି। ମାଡ଼ ଖାଇ ଆମେ ଅଚେତ ହୋଇ ଯାଇଥିଲୁ। ଚେତା ଫେରିଲା ବେଳକୁ ସେମାନେ ଆମକୁ ମାଡ଼ ମାରିବା ଜାରି ରଖିଥିଲେ। ପ୍ରାୟ ୪୫ ମିନିଟ ଧରି ସେମାନେ ଆମକୁ ମାଡ଼ ମାରିଛନ୍ତି।”

ଅଙ୍ଗଦ ସିଂହ ଆହୁରି ଦାବି କରିଛନ୍ତି ଯେ “ସେମାନେ ମଦ ପିଇଥିବା କଥା ମୁଁ କହିବାରୁ ସେମାନେ ମୋତେ ଆହୁରି ପିଟିଥିଲେ। ଆମେ ଦୁଇ ଦିନ ହେଲା ଏଫଆଇଆର ଦେବାକୁ ଚେଷ୍ଟା କରୁଛୁ। କିନ୍ତୁ ପୁଲିସ୍‌ ଆମକୁ ସହାୟତା କରୁନାହିଁ। ସେମାନେ ଅଭିଯୁକ୍ତଙ୍କୁ ଆମ ଆଗକୁ ଆଣିବାକୁ ଚାହୁଁ ନାହାନ୍ତି। ଆମକୁ ଧମକପୂର୍ଣ୍ଣ କଲ ମଧ୍ୟ ଆସୁଛି।”

ଆର୍ମି ଅଫିସରଙ୍କ ପତ୍ନୀ ଘଟଣା ସମ୍ପର୍କରେ ମତ ରଖି କହିଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ ହେଁ ତାଙ୍କ କଥାକୁ ପୁଲିସ୍‌ ଅଧିକାରୀମାନେ ଆଦୌ ଶୁଣି ନଥିଲେ। ସେ କହିଛନ୍ତି, “ସେମାନେ କାର ବାହାରେ ଛିଡ଼ା ହୋଇ ଖାଉଥିବା ବେଳେ ପୁଲିସ୍‌ ଅଧିକାରୀମାନେ ଆସିଥିଲେ। ଏଥିସହ କାର ହଟାଇବାକୁ କହିଥିଲେ। ମୋ ସ୍ୱାମୀ ସେମାନଙ୍କ ଭାଷାକୁ ବିରୋଧ କରିବାରୁ ଜଣେ ଅଧିକାରୀ ତାଙ୍କୁ ମୁଥା ମାରିଥିଲେ। ଏହାପରେ ୩ ଜଣ ଯାକ ମିଶି ମୋ ସ୍ୱାମୀ ଓ ପୁଅଙ୍କୁ ମାଡ଼ ମାରି ଚାଲିଥିଲେ।”

ଆର୍ମି ଅଫିସରଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ ସିସିଟିଭିରେ ଆକ୍ରମଣର ଦୃଶ୍ୟ ରହିଛି। କନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। କିନ୍ତୁ ଚାପ ବଢ଼ିବାରୁ ପଟିଆଲା ପୁଲିସ୍‌ର ସମସ୍ତ ୧୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଅତିରିକ୍ତ ଭାବେ ଏସଟିଏଫଓର ୨ ଜଣ ଏସଏଚଓ ଓ କୋଟୱାଲି ସହରର ଜଣେ ଏସଏଚଓଙ୍କୁ ମଧ୍ୟ ତତ୍କାଳ ଭାବେ ନିଲମ୍ବିତ କରାଯାଇଛି। ଆହତ ଆର୍ମି ଅଫିସର ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟରେ କାର୍ଯ୍ୟ କରନ୍ତି। 

Police Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe