Advertisment

ଭାରତର ଏୟାର ଡିଫେନ୍ସ ଓ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର୍‌

ଭାରତର ଡିଫେନ୍ସ ସିଷ୍ଟମ କେମିତି କାମ କରୁଛି, ତା’କୁ ଜଣାଇବା ପାଇଁ ସେ କ୍ରିକେଟର ସାହାରା ନେଇଛନ୍ତି। ୭୦ ଦଶକରେ ଅଷ୍ଟ୍ରେଲିଆ ପାଇଁ ଘାତକ ବୋଲିଂ କରୁଥିବା ଦୁଇ ଦ୍ରୁତ ବୋଲରଙ୍କ ଉଦାହରଣ ଦେଇ ଲେଫ୍ଟନାଣ୍ଟ ଜେନାରାଲ ରାଜୀବ ଘାଇ ସମସ୍ତଙ୍କୁ ଭାରତର ଏୟାର ଡିଫେନ୍ସରେ ଥିବା ବିଭିନ୍ନ ସ୍ତର ସମ୍ପର୍କରେ ବୁଝାଇଛନ୍ତି।

air

air

Advertisment

ଅପରେସନ ସିନ୍ଦୂର ପରେ ପାକିସ୍ତାନର ହମଲାର ଦୃଢ଼ ଜବାବ ଦେଇଥିବା ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଭାରତର ଏୟାର ଡିଫେନ୍ସ କେମିତି କାମ କରୁଛି ଓ ଏହା କେମିତି ପାକିସ୍ତାନୀ ଡ୍ରୋନ, ମିସାଇଲ ଏବଂ ରେକଟକୁ ଧ୍ୱଂସ କଲା, ସେ ସମ୍ପର୍କରେ ସ୍ଥଳ ସେନା ଡିଜିଏମଓ ଲେଫ୍ଟନାଣ୍ଟ ଜେନାରାଲ ରାଜୀବ ଘାଇ ସମସ୍ତଙ୍କୁ ଅବଗତ କରାଇଛନ୍ତି।

Advertisment

ଭାରତର ଡିଫେନ୍ସ ସିଷ୍ଟମ କେମିତି କାମ କରୁଛି, ତା’କୁ ଜଣାଇବା ପାଇଁ ସେ କ୍ରିକେଟର ସାହାରା ନେଇଛନ୍ତି। ୭୦ ଦଶକରେ ଅଷ୍ଟ୍ରେଲିଆ ପାଇଁ ଘାତକ ବୋଲିଂ କରୁଥିବା ଦୁଇ ଦ୍ରୁତ ବୋଲରଙ୍କ ଉଦାହରଣ ଦେଇ ଲେଫ୍ଟନାଣ୍ଟ ଜେନାରାଲ ରାଜୀବ ଘାଇ ସମସ୍ତଙ୍କୁ ଭାରତର ଏୟାର ଡିଫେନ୍ସରେ ଥିବା ବିଭିନ୍ନ ସ୍ତର ସମ୍ପର୍କରେ ବୁଝାଇଛନ୍ତି। ଲେଫ୍ଟନାଣ୍ଟ ଜେନାରାଲ ରାଜୀବ ଘାଇ ଆଜି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ବିରାଟ କୋହଲିଙ୍କ ସମ୍ପର୍କରେ ବି ମତ ରଖିଛନ୍ତି। ଭାରତର ଏୟାର ଡିଫେନ୍ସର ଶକ୍ତି ଓ ଲକ୍ଷ୍ୟଭେଦ କ୍ଷମତା ସମ୍ପର୍କରେ କହିବା ବେଳେ ଜେନେରାଲ ଘାଇ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ଜେଫ ଥମସନ ଓ ଡେନ୍ନିସ ଲିଲିଙ୍କ କଥା କହିଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଛନ୍ତି, “ଯେହେତୁ ଆଜି ବିରାଟ କୋହଲି ଅବସର ଘୋଷଣା କରିଛନ୍ତି, ଆମେ କ୍ରିକେଟ ବିଷୟରେ କଥା ହୋଇପାରିବା। କାରଣ ଅନ୍ୟ ଭାରତୀୟଙ୍କ ଭଳି ବିରାଟ କୋହଲି ମଧ୍ୟ ମୋ ପସନ୍ଦର କ୍ରିକେଟର। ୭୦ ଦଶକରେ ମୁଁ ସ୍କୁଲରେ ଥିବା ବେଳେ ଗୋଟିଏ ଘଟଣା ମନେ ପଡ଼ୁଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୋଟିଏ ମ୍ୟାଚ୍‌ ଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ପାଖରେ ଦୁଇ ଘାତକ ବୋଲର ଜେଫ ଥମସନ ଓ ଡେନ୍ନିସ ଲିଲି ଥିଲେ। ସେମାନେ ଇଂଲଣ୍ଡ ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଉଥିଲେ। ସେହି ସମୟରେ ଅଷ୍ଟ୍ରେଲିଆରେ ଗୋଟିଏ ନାରା ଚାଲି ଥିଲା ‘ଆଶେସ ଟୁ ଆଶେସ, ଡଷ୍ଟ ଟୁ ଡଷ୍ଟ, ଯଦି ଥମସନ ପାରିବେନି, ତ’ହେଲେ ଲିଲି ନିଶ୍ଚିତ ପାରିବେ।”

Advertisment

ସେ ଆହୁରି କହିଛନ୍ତି, “ଯଦି ଆପଣମାନେ ଭାରାତୀୟ ସେନାର ଏୟାର ଡିଫେନ୍ସ ସ୍ତରକୁ ଦେଖିବେ, ତା’ହେଲେ ମୁଁ ଆପଣମାନଙ୍କୁ କ’ଣ କହିବାକୁ ଚାହୁଁଛି ସେକଥା ଭଲ ଭାବେ ବୁଝି ପାରିବେ। ଯଦି ଆପଣ ସବୁ ସ୍ତରକୁ ଅତିକ୍ରମ କରି ଯାଉଛନ୍ତି, ତା’ହେଲେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ନିଶ୍ଚିତ ଭାବେ ଆପଣଙ୍କୁ ହିଟ କରିବ।” ଭାରତୀୟ ଏୟାର ଡିଫେନ୍ସ ବ୍ୟବସ୍ଥାରେ ଥିବା ବିଭିନ୍ନ ସ୍ତରକୁ ବୁଝାଇବା ପାଇଁ ସେ ଏପରି କହିଛନ୍ତି।

ଥମସନ ଅଷ୍ଟ୍ରେଲିଆର ସବୁଠାରୁ ଘାତକ ବୋଲର ଥିଲେ। କୁହାଯାଏ ସେ କୁଆଡ଼େ ଘଣ୍ଟାପ୍ରତି ୧୮୦ କିମି ବେଗରେ ବଲ ପକାନ୍ତି। ତାଙ୍କ ବୋଲିଂ ଷ୍ଟାଇଲ ମଧ୍ୟ ଭିନ୍ନ। ସେ ଜାଭେଲିନ ଫିଙ୍ଗିଲା ଭଳି ଆକ୍ସନରେ ବଲ ପକାଉଥିବାରୁ ଏହାକୁ ବ୍ୟାଟରଙ୍କୁ ବୁଝିବାରେ ବେଶ କଷ୍ଟ ହୁଏ। ନିଜ ସ୍ପିଡ ଦ୍ୱାରା ସେ ବଡ଼ବଡ଼ ବ୍ୟାଟରଙ୍କୁ ଘାଇଲା କରିଥିଲେ।

ଡେନ୍ନିସ ଲିଲି ମଧ୍ୟ ଅଷ୍ଟ୍ରେଲିଆ ଟିମର ଦ୍ରୁତ ବୋଲର। ଥମସନ ଓ ଲିଲିଙ୍କ ଯୋଡ଼ି ଅଷ୍ଟ୍ରେଲିଆକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। ୧୯୭୦-୭୧ ଆଶେସ ସିରିଜର ୬ଷ୍ଠ ମ୍ୟାଚ୍‌ ଆଡିଲେଡରେ ଖେଳ ହେଉଥିବା ବେଳେ ଲିଲି ଡେବ୍ୟୁ କରିଥିଲେ। ସେତେବେଳେ ଗୋଟିଏ ଓଭରରେ ୮ଟି ବଲ ଥିଲା। ଲିଲି ୨୮.୩ ଓଭରରେ ୮୪ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ।

ଟେଷ୍ଟରେ ସେ ୩୫୫ଟି ୱିକେଟ ନେଇଥିବା ବେଳେ ଦିନିକିଆରେ ୧୦୩ ସଫଳତା ପାଇଛନ୍ତି। ୧୯୭୫ ବିଶ୍ୱକପର ପ୍ରଥମ ସଂସ୍କରରେ ସେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରି ୩୪ ରନରେ ୫ ୱିକେଟ ଦଖଲ କରିଥିଲେ। ୧୯୭୪-୭୫ ଆଶେଷରେ ଲିଲି ଓ ଥମସନଙ୍କ ଯୋଡ଼ି ଜମିଥିଲା। ସେତେବେଳେ Ashes to Ashes, dust to dust, if Thomson don't get ya, Lillee must ଶୀର୍ଷକ କାର୍ଟୁନ ବେଶ ଭାଇରାଲ ହୋଇଥିଲା।

Jammu Kashmir India Pakistan War Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe