Advertisment

୧୨ ଶହ ମହିଳାଙ୍କ ଘେରାବନ୍ଦୀ ଯୋଗୁ ୧୨ ଆତଙ୍କବାଦୀଙ୍କୁ ଛାଡ଼ି ଦେଲା ଭାରତୀୟ ସେନା

ଭାରତୀୟ ସେନା ଯବାନମାନେ ଏଠାରେ ୧୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ହେଲେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଶନିବାର ଠାରୁ ଘେରା ବନ୍ଦୀ କରିଥିଲେ।

Manipur

Manipur

Advertisment

ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଆତଙ୍କବାଦୀ ବା ବିଦ୍ରୋହୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଭାରତୀୟ ସେନା ଓ ପୁଲିସ୍‌ ମିଳିତ ଭାବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଅସ୍ତ୍ରଧାରୀ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରୁଛନ୍ତି। ହେଲେ ଇଥାମ ଗାଁରେ ଭାରତୀୟ ସେନାକୁ ଅଜବ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ଭାରତୀୟ ସେନା ଯବାନମାନେ ଏଠାରେ ୧୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ହେଲେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଶନିବାର ଠାରୁ ଘେରା ବନ୍ଦୀ କରିଥିଲେ। ସେନା ଓ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଦିନ ତମାମ ଛକାପଞ୍ଝା ଲାଗି ରହିଥିଲା। ଶେଷରେ ମହିଳାଙ୍କ ଘେରା ବନ୍ଦୀ ଯୋଗୁ ଭାରତୀୟ ସେନା ୧୨ ଜଣ ଆତଙ୍କବାଦୀଙ୍କୁ ଖଲାସ କରି ଦେଇଛି।

ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ସାଧାରଣ ଲୋକଙ୍କ ଜୀବନ ସହ ରିସ୍କ ନେବାକୁ ଯବାନମାନେ ଚାହିଁ ନଥିଲେ। ବିପୁଳ ସଂଖ୍ୟାରେ ମହିଳାମାନେ ଘେରା ବନ୍ଦୀ କରିଥିଲେ। କାର୍ଯ୍ୟାନୁଷ୍ଠାନ ନେଇଥିଲେ ସାଧାରଣ ଲୋକଙ୍କ ଜବୀନ ପ୍ରତି ବିପଦ ସୃଷ୍ଟି ହୋଇଥାଆନ୍ତା।

Advertisment

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ନେତାଙ୍କୁ ୧୨ ଜଣ କ୍ୟାଡରଙ୍କୁ ହସ୍ତାନ୍ତର କରାଯାଇଛି। ଏପରି ଏକ ବଳିଷ୍ଠ ନିଷ୍ପତ୍ତି ପାଇଁ ଭାରତୀୟ ସେନା ପକ୍ଷରୁ କମାଣ୍ଡିଂ ଅଫିସରଙ୍କୁ ପ୍ରଶଂସା କରାଯାଇଛି। ସେହିପରି ଭାରତୀୟ ସେନା ମାନବିକତାର ପରିଚୟ ଦେଇଛି ବୋଲି ଏହି ବିବୃତିରେ କୁହାଯାଇଛି।

ମଣିପୁରରେ ହିଂସା ସୃଷ୍ଟି କରୁଥିବା ମୈତୈ ବିଦ୍ରୋହୀ ଗ୍ରୁପ କାଙ୍ଗଲେଇ ୱାୱୋଲ କାନ୍ନା ଲୁପଂ(କେୱାଇକେଏଲ)ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏମାନେ ୨୦୧୫ରେ ୬ ଡୋଗ୍ରା ୟୁନିଟ ଉପରେ ହମଲା ସହ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସେମାନଙ୍କ ଗିରଫ ଖବାର ପ୍ରଚାର ହେବା ପରେ ୧୨ଶହରୁ ୧୫ ଶହ ମହିଳା ଏକାଠି ହୋଇ ଆର୍ମି ଯବାନମାନଙ୍କୁ ଘେରା ବନ୍ଦୀ କରିଥିଲେ।

ଅପରେସନ ପାଇଁ ଯବାନମାନଙ୍କୁ ସେମାନେ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଯବାନମାନେ ୧୨ ଜଣ ଆତଙ୍କବାଦୀଙ୍କୁ ଧରି ଗାଁ ଭିତରେ ହିଁ ଶନିବାର ଦିନ ତମାମ ରହିଥିଲେ। ଏମାନଙ୍କ ମଧ୍ୟ ଡୋଗ୍ରା ଆମ୍ବୁସର ମାଷ୍ଟରମାଇଣ୍ଡ ମୋରିଙ୍ଗଥେମ ତାମ୍ବା ଓରଫ ଉତ୍ତମ ରହିଥିଲା।

ସେ ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ତା’ ସହ ଆଉ ୧୧ ଜଣ ମଧ୍ୟ ଭାରତୀୟ ସେନା ହାତରେ ଧରା ପଡ଼ିଥିଲେ। କିନ୍ତୁ ମହିଳାଙ୍କ ଘେରା ବନ୍ଦୀ ଯୋଗୁ ଭାରତୀୟ ସେନା ସମସ୍ତଙ୍କୁ ଛାଡ଼ି ଦେଇଛି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe