Advertisment

ଭୁଲରେ LOC ଡେଇଁ ପାକିସ୍ତାନରେ ଲ୍ୟାଣ୍ଡ କଲା ସେନା ଡ୍ରୋନ୍‌

ଜମ୍ମୁ-କଶ୍ମୀରର ରଜୌରୀ ସେକ୍ଟରରେ ଡ୍ରୋନ ଉଡ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ସୀମା ସେପଟକୁ ଚାଲି ଯାଇଛି।

author-image
Hemant Lenka
Drone

Drone

ଭାରତୀୟ ସ୍ଥଳ ସେନାର ଗୋଟିଏ ସାମରିକ ଡ୍ରୋନ ଭୁଲବଶତଃ ଏଲଓସି ଡେଇଁ ପାକିସ୍ତାନରେ ଲ୍ୟାଣ୍ଡ କରିଛି। ଜମ୍ମୁ-କଶ୍ମୀରର ରଜୌରୀ ସେକ୍ଟରରେ ଡ୍ରୋନ ଉଡ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ସୀମା ସେପଟକୁ ଚାଲି ଯାଇଛି। ସୀମା ସେପଟେ ଏହା ଲ୍ୟାଣ୍ଡ କରିବାରୁ ପାକିସ୍ତାନ ସେନା ଏହାକୁ ଜବତ କରିନେଇଛି।

Advertisment

ଆଜି ସକାଳ ୯.୩୦ରେ ଏପରି ଘଟଣା ଘଟିଥିଲା। ଆର୍ମି ଡ୍ରୋନଟି ନିୟମିତ ସର୍ଭେଲାନ୍ସ ପାଇଁ ଉଡ଼ାଣ ଭରିବାର କିଛି ସମୟ ପରେ ଏପରି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଭୁଲବଶତଃ ଡ୍ରୋନଟି ପାକିସ୍ତାନକୁ ଚାଲି ଯାଇଥିବାରୁ ଭାରତୀୟ ସେନା ପାକିସ୍ତାନ ଆର୍ମି ସହ ଡିଜିଏମଓ ସ୍ତରୀୟ ଆଲୋଚନା କରି ବିବାଦର ସମାଧାନ କରିବ। ଦୁଇ ଦେଶ ଆଲୋଚନା କରି ପରସ୍ପର ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବେ। ପାକିସ୍ତାନକୁ ମଧ୍ୟ ଜବତ ଡ୍ରୋନକୁ ଫେରାଇବା ପାଇଁ କୁହାଯିବ। ପାକିସ୍ତାନ କାଳେ ଭାବୁଥିବ ଯେ ମନ୍ଦ ଉଦ୍ଦେଶ୍ୟ ରଖି ଭାରତ ଡ୍ରୋନ ପଠାଇଛି, ସେକଥା ମଧ୍ୟ ଡିଜିଏମଓ ସ୍ତରୀୟ ଆଲୋଚନା ବେଳେ କୁହାଯିବ।

Advertisment

ଦୁଇ ଦିନ ତଳେ ଭାରତୀୟ ବାୟୁସେନାର ଗୋଟିଏ ଯୁସ୍ଧ ବିମାନ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏଥିଯୋଗୁ ବିମାନଟି ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜୟରେ ଗୋଟିଏ ଏୟାର ଷ୍ଟୋରକୁ ରିଲିଜ କରି ଦେଇଥିଲା।

Pakistan Indian Army Drone