Advertisment

ଛୁଆଙ୍କ ସମ୍ମୁଖରେ ଯବାନଙ୍କ ପତ୍ନୀଙ୍କୁ ଗଣବଳାତ୍କାର, SIT ଟିମ୍‌ ଗଠିତ

ଆଖପାଖରେ ବିଶେଷ ଘର ନ ଥିବା ବେଳେ ଏହାର ସୁଯୋଗ ନେଇ ଗତ ସୋମବାର ରାତିରେ ୪ ଯୁବକ ଜୋରଜବରଦସ୍ତ ତାଙ୍କ ଘରେ ପଶିଥିଲେ।

Gang Rape

Gang Rape

Advertisment

ନିଜ ପିଲାଙ୍କ ସମ୍ମୁଖରେ ଗଣଦୁଷ୍କର୍ମର ଶିକାର ହେଲେ ଜଣେ ସେନା ଯବାନଙ୍କ ପତ୍ନୀ। ଏପରି ଏକ ଲଜ୍ଜାଜନକ ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି। ସୋମବାର ବିଳମ୍ବିତ ରାତିରେ ଏପରି ଏକ ସାଂଘାତକି ଘଟଣା ଘଟିଥିବା ବେଳେ ମଙ୍ଗଳବାର ଏନେଇ ଅଭିଯୋଗ ହୋଇଛି। ଏହି ଘଟଣାର ଯାଞ୍ଚ ପାଇଁ ଏକ SIT ଟିମ୍‌ ଗଠିତ ହୋଇଛି।

Advertisment

ଯବାନଜଣକ ଲେହ-ଲଦାଖରେ କାର୍ଯ୍ୟରତ ଥିବା ବେଳେ ଘରେ ପତ୍ନୀ ଓ ତାଙ୍କ ଦୁଇ ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୭ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୪ ମାସ। ଯବାନଜଣକ ପରିବାରଠୁ ଦୂରରେ ରହୁଥିବା ବେଳେ ଲାଲଖଟଙ୍ଗା ନାମକ ସ୍ଥାନରେ ତାଙ୍କର ନୂତନ ଘର ନିର୍ମିତ ହେଉଥିଲା। ଉକ୍ତ ଘରେ ତାଙ୍କ ପତ୍ନୀ ନିଜ ଦୁଇ ସନ୍ତାନଙ୍କୁ ଧରି ରହୁଥିବା ବେଳେ ଘର କାମର ତଦାରଖ କରୁଥିଲେ।

ଆଖପାଖରେ ବିଶେଷ ଘର ନ ଥିବା ବେଳେ ଏହାର ସୁଯୋଗ ନେଇ ଗତ ସୋମବାର ରାତିରେ ୪ ଯୁବକ ଜୋରଜବରଦସ୍ତ ତାଙ୍କ ଘରେ ପଶିଥିଲେ। ଏହାପରେ ସେମାନେ ଦୁଇ ଛୁଆଙ୍କୁ ହତ୍ୟା କରିବାର ଧମକ ଦେଇ ମହିଳାଙ୍କୁ ସେମାନଙ୍କ ସମ୍ମୁଖରେ ଗଣବଳାତ୍କାର କରି ଫେରାର ହୋଇ ଯାଇଥିଲେ।

Advertisment

ଏନେଇ ମଙ୍ଗଳବାର ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଏକ SIT ଟିମ୍‌ ଗଠିତ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

Gang Rape Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe