Advertisment

ଧରାପଡ଼ିଲେ ଚାଇନା ସୀମାରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଭାରତୀୟ ସୈନ୍ୟ

ଚାଇନା ସୀମାରେ ଚାଲିଥିବା ଭାରତୀୟ ସୁରକ୍ଷାକର୍ମୀଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇ ଧରାପଡ଼ିଛନ୍ତି ଜଣେ ଭାରତୀୟ ସୈନ୍ୟ।

author-image
Hemant Lenka
Army

Army

ଚାଇନା ସୀମାରେ ଚାଲିଥିବା ଭାରତୀୟ ସୁରକ୍ଷାକର୍ମୀଙ୍କ କାର୍ଯ୍ୟକଳାପ ସହ ଜଡ଼ିତ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇ ଧରାପଡ଼ିଛନ୍ତି ଜଣେ ଭାରତୀୟ ସୈନ୍ୟ। ଏହି ସୈନ୍ୟ ଜଣଙ୍କ ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କୁ ଗୁପ୍ତ ତଥ୍ୟ ଦେଇଛନ୍ତି। ଏଥିପାଇଁ ତାଙ୍କୁ କୋର୍ଟ ମାର୍ଶଲ କରିବାକୁ ଭାରତୀୟ ସେନା ପ୍ରକ୍ରିୟା ଆରମ୍ଭ କରିଛି। 

Advertisment

ଭାରତୀୟ ସୈନ୍ୟ ଜଣଙ୍କ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସରେ କାମ କରୁଥିବା ଗୁପ୍ତଚର ଆବିଦ ହୁସେନ ଓରଫ ନାଏକ ଆବିଦଙ୍କୁ ଗୁପ୍ତ ତଥ୍ୟ ପଠାଇଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣଙ୍କ ଜଣେ ସିଗ୍ନାଲମ୍ୟାନ। ସେ ଚାଇନା ସୀମାନ୍ତ ଅଞ୍ଚଳରେ ପୋଷ୍ଟିଂ ପାଇଥିଲେ। ସେ ଭାରତୀୟ ସୁରକ୍ଷାକର୍ମୀଙ୍କ ସହ ଜଡ଼ିତ କିଛି ଗୁପ୍ତ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ଦେବା ବେଳେ ଧରାପଡ଼ିଥିଲେ। ଏଥିପାଇଁ ତାଙ୍କ ବିରୋଧରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିରକ୍ଷା ସୂତ୍ରରୁ ଖବର ମିଳିଛି।

ଏହି ସୂତ୍ରରେ କୁହାଯାଇଛି ଯେ ଅଭିଯୁକ୍ତ ସୈନ୍ୟ ଜଣଙ୍କ କେବଳ କମ ଗୁରୁତ୍ୱବହନ କରୁଥିବା ତଥ୍ୟ ସମ୍ପର୍କରେ ସୂଚନା ପାଇଥିଲେ। ତଥାପି ଭାରତୀୟ ସେନା ସବୁବେଳେ ଏପରି ତଥ୍ୟ ଲିକ୍‌ ଘଟଣା ବିରୋଧରେ ପଦକ୍ଷେପ ଗ୍ରହଣ କରିଛି। ଏଥର ମଧ୍ୟ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଶତ୍ରୁ ପକ୍ଷର ଗୁପ୍ତଚରଙ୍କୁ ଭାରତୀୟ ସୈନ୍ୟ ଜଣଙ୍କ ଡ୍ୟୁଟିରେ ରହୁଥିବା ଗାର୍ଡଙ୍କ ତାଲିକା ଦେଇଛନ୍ତି। ସେହିପରି କେତେ ଗାଡ଼ି ଯିବା ଆସିବା କରୁଛି ଓ ଆଉ କିଛି ତଥ୍ୟ ଦେଇଥିବା ଜଣାପଡ଼ିଛି। ଏହାବାଦ ସୈନ୍ୟ ଜଣଙ୍କ ଚାଇନା ସୀମାନ୍ତରେ ଥିବା ସ୍ୟାଟେଲାଇଟ ବ୍ୟବସ୍ଥାର ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଏଥିରେ ସଫଳତା ପାଇ ନାହାନ୍ତି।

ଚାଇନା ସୀମାରେ ଏବେ ତିକ୍ତତା ଲାଗି ରହିଛି। ଏପରି ସ୍ଥିତିରେ ସେନା ବାହିନୀର କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ଲିକ୍‌ କରିବା ନିଶ୍ଚିତ ପକ୍ଷା ଶତ୍ରୁ ପକ୍ଷଙ୍କୁ ଫାଇଦା ଦେବ।

China India-China Clash Indian Army