Advertisment

Air Defence Gun: ମିଶନ ସୁଦର୍ଶନ ଚକ୍ର: ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକ

ଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ। ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ କିମି ଓ ଏଥିରୁ ପ୍ରତି ମିନିଟରେ ୩ ହଜାର ରାଉଣ୍ଡ ଗୁଳି ମାଡ଼ କରାଯାଇ ପାରିବ।

air-Defence-Gun

ଏୟାର ଡିଫେନ୍ସ ଗନ୍‌

Advertisment

ଭାରତୀୟ ସ୍ଥଳ ସେନା ଆଣିବ ଅତ୍ୟାଧୁନିକ ଏକେ ୩୬୦ ଏୟାର ଡିଫେନ୍ସ ବନ୍ଧୁକ। ସରକାରଙ୍କ ଦ୍ୱାରା ପରିଚଳିତ ଆଡଭାନ୍ସଡ ୱିପନ ଓ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିଃ ବା AWEIL ଏହି ଅତ୍ୟାଧୁନିକ ବନ୍ଧୁକ ସ୍ଥଳ ସେନାକୁ ଦେବ। ଏଥିପାଇଁ ସ୍ଥଳ ସେନା ପକ୍ଷରୁ ସଂସ୍ଥାକୁ କୁହାଯାଇଛି। ମିଶନ ସୁଦର୍ଶନ ଚକ୍ର ଅଧୀନରେ ସ୍ଥଳ ସେନା ବନ୍ଧୁକ ଆଣିବାକୁ ନିଷ୍ପତ୍ତି ନେଇଛି। 

Advertisment

ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମିଶନ ସୁଦର୍ଶନ ଚକ୍ରର ଆରମ୍ଭ କରିଥିଲେ। ଏବେ ସ୍ଥଳ ସେନା ଏହା ଅଧୀନରେ ଅତ୍ୟାଧୁନିକ ବନ୍ଧୁକ ଆଣିବ। ଏହାକୁ ପାକିସ୍ତାନ ସୀମାନ୍ତରେ ଖଞ୍ଜା ଯିବ। 

ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, “ଭାରତୀୟ ଆର୍ମି(Indian Army) ଏୟାର ଡିଫେନ୍ସ ପକ୍ଷରୁ ୬ଟି ଏକେ-୬୩୦ ଏୟାରା ଡିଫେନ୍ସ ବନ୍ଧୁକ ପାଇଁ ଅନୁରୋଧ ପ୍ରସ୍ତାବ ଦିଆଯାଇଛି। ୩୦ ଏମଏମ ମଲ୍ଟି ବାରେଲ ମୋବାଇଲ ଏୟାର ଡିଫେନ୍ସ ଗନ ସିଷ୍ଟମ ସହ ଗୋଟିଏ ଉଚ୍ଚ ଗୁଳି ବର୍ଷଣର ବ୍ୟବସ୍ଥା ଏଥିରେ କରାଯିବ।” 

Advertisment

URAM (ମାନବହୀନ ଯାନ, ରକେଟ୍, ତୋପ ଓ ମୋର୍ଟାର)ରୁ ସୃଷ୍ଟି ହେଉଥିବା ବିପଦକୁ ଏହି ବନ୍ଧୁକ ପ୍ରତିହତ କରିବ। ଏହାକୁ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବ୍ୟବହାର କରାଯିବ। ଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ।

ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ କିମି ଓ ଏଥିରୁ ପ୍ରତି ମିନିଟରେ ୩ ହଜାର ରାଉଣ୍ଡ ଗୁଳି ମାଡ଼ କରାଯାଇ ପାରିବ। ମେ’ ମାସରେ ପାକିସ୍ତାନ ସହ ସାମରିକ ବିବାଦରେ ବିରାମ ଲାଗିବା ପରେ ଭାରତୀୟ ସେନା AK-630ର ପରୀକ୍ଷଣ କରିଥିଲା। ଏହା ବେଶ ସଫଳ ହୋଇଥିଲା। କିନ୍ତୁ ଏଥିରେ ଆଉ କିଛି ଯନ୍ତ୍ରାଂଶର ବିକଶିତ କରିବାକୁ କୁହାଯାଇଥିଲା। ଏବେ କିନ୍ତୁ ଭାରତୀୟ ସେନା ଏକେ ୩୬୦ ଏୟାର ଡିଫେନ୍ସ ଗନ ସୀମାରେ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି। 

Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe