Advertisment

ସେନା ଗାଡ଼ିକୁ ଘେରି ଯାଇ ଆତଙ୍କବାଦୀଙ୍କ ଗୁଳିମାଡ଼, ମୁକାବିଲା ପାଇଁ ଗଲେ ଅଧିକ ଯବାନ

ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନଥିଲେ ହେଁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ସେମାନେ ଫସି ରହିଥିବା ଯବାନମାନଙ୍କ ବ୍ୟାକଅପ ପାଇଁ ଯାଇଛନ୍ତି।

Army

Army

Advertisment

ଜମ୍ମୁ-କଶ୍ମୀରରୁ ଆସିଛି ଅତ୍ୟନ୍ତ ଖରାପ ଖବର। ସେନାର ଯବାନମାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡ଼ିକୁ ଘେରି ଯାଇ ଗୁଳିମାଡ଼ ଆରମ୍ଭ କରି ଦେଇଛନ୍ତି ଆତଙ୍କବାଦୀ। ଯବାନମାନେ ଏହାର ମୁକାବିଲା କରୁଥିଲେ ହେଁ ଆତଙ୍କବାଦୀମାନେ ସେମାନଙ୍କୁ ୪ ପଟୁ ଘେରି ଯାଇ ଗୁଳିମାଡ଼ କରୁଥିବା ଜଣାପଡ଼ିଛି।

Advertisment

ପୁଞ୍ଚ ଜିଲ୍ଲାର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆମ୍ବୁସ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନଥିଲେ ହେଁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ସେମାନେ ଫସି ରହିଥିବା ଯବାନମାନଙ୍କ ବ୍ୟାକଅପ ପାଇଁ ଯାଇଛନ୍ତି।

ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୁଲିସ୍‌ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି।

Advertisment
Terrorist Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe