Advertisment

ସେନା ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳି ବିନିୟମ ଜାରି

ଉଭୟ ପକ୍ଷ ମଧ୍ୟରେ ବଡ଼ଧରଣର ଗୁଳି ବିନିମୟ ଆରମ୍ଭ ହୋଇଯାଇଛି। ସେନା ପକ୍ଷରୁ ଅଧିକ ସଂଖ୍ୟକ ଯବାନ ଘଟଣାସ୍ଥଳକୁ ପଠା ଯାଇଛି।

army

army

Advertisment

ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ସେନା ଗାଡ଼ି ଉପରେ ଆଜି ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ପଞ୍ଜାବର ପଠାନକୋଟକୁ ଲଗିଥିବା କଠୁଆରେ ହୋଇଥିବା ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ହମଲା କରିବା ପରେ ଆତଙ୍କବାଦୀମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସେନା ପକ୍ଷରୁ ପୂରା ଅଞ୍ଚଳକୁ କିଛି ମାତ୍ରାରେ କର୍ଡନ କରାଯାଇଛି। ଯବାନମାନଙ୍କୁ ଚକମା ଦେବା ପାଇଁ ଆତଙ୍କୀବାଦେ ଗୁଳିମାଡ଼ କରିବାରୁ ଏହାର ଜବାବ ମଧ୍ୟ ଦିଆଯାଇଛି। ଫଳରେ ଉଭୟ ପକ୍ଷ ମଧ୍ୟରେ ବଡ଼ଧରଣର ଗୁଳି ବିନିମୟ ଆରମ୍ଭ ହୋଇଯାଇଛି। ସେନା ପକ୍ଷରୁ ଅଧିକ ସଂଖ୍ୟକ ଯବାନ ଘଟଣାସ୍ଥଳକୁ ପଠା ଯାଇଛି।

ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ରାତିରୁ ଜମ୍ମୁ-କଶ୍ମୀରର କୁଲଗାମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ରବିବାର ସକାଳେ ଯାଏ ଚାଲିଥିବା ଏହି ଏନକାଉଣ୍ଟରେ ୬ ଜଣ ଆତଙ୍କୀ ନିହତ ହୋଇଥିଲେ।

Advertisment

ସେମାନଙ୍କ ମୁକାବିଲା କରି ଜଣେ ପାରା ଟ୍ରୁପରଙ୍କ ସହ ୨ ଜଣ ଯବାନ ସହିଦ ହୋଇଥିଲେ। ଆଉ ଜଣେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏନକାଉଣ୍ଟ ପରେ କୁଲଗାମରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସେହିପରି ରଜୌରୀରେ ମଧ୍ୟ ଶନିବାର ଏନକାଉଣ୍ଟର ହୋଇଥିଲା। ଆଜି କଠୁଆରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ହମଲା କରିଛନ୍ତି।

Encounter In Jammu Kashmir Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe