Advertisment

ଏକାଥରକେ ୧୦ ବିମାନରେ ବୋମା ଧମକ, DGCAରେ ଆତଙ୍କ

ଯେଉଁ ୧୦ଟି ବିମାନକୁ ବୋମା ଧମକ ମିଳିଛି ସେଥିମଧ୍ୟରୁ ୫ଟି ଇଣ୍ଡିଗୋର ହୋଇଥିବା ବେଳେ ଆଉ ୫ଟି ଆକାଶ ଏୟାରଲାଇନ୍ସର ଥିବା ଜଣାପଡିଛି।

Bomb Threat

Bomb Threat

Advertisment

ଲଗାତର ବଢ଼ି ଚାଲିଛି ବିମାନକୁ ବୋମା ଧମକ ମାମଲା। ଏବେ ପୁଣି ଥରେ ଏକାଥରେ ୧୦ଟି ଭିନ୍ନ ଭିନ୍ନ ବିମାନରେ ବୋମା ଥିବା ଧମକ ମିଳିଛି। ଫଳରେ ବିମାନ ଚଳାଚଳ ସେକ୍ଟରରେ ଆତଙ୍କ ଖେଳି ଯାଇଛି। ସମସ୍ତ ବିମାନୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। 

Advertisment

ସୂଚନା ମୁତାବକ, ଯେଉଁ ୧୦ଟି ବିମାନକୁ ବୋମା ଧମକ ମିଳିଛି ସେଥିମଧ୍ୟରୁ ୫ଟି ଇଣ୍ଡିଗୋର ହୋଇଥିବା ବେଳେ ଆଉ ୫ଟି ଆକାଶ ଏୟାରଲାଇନ୍ସର ଥିବା ଜଣାପଡିଛି। ସମସ୍ତ ବିମାନକୁ ଜରୁରୀ ଅବତରଣ କରାଯାଇଛି। ସମସ୍ତ ବିମାନର ଯାଞ୍ଚ ଚାଲିଛି। ବର୍ତ୍ତମାନ ସୁଦ୍ଧାରେ ବିମାନକୁ ବୋମାରେ ଉଡାଇଦେବା ନେଇ ୭ଟି ଧମକପୂର୍ଣ୍ଣ କଲ୍‌ ଆସିସାରିଥିବା ସୂଚନା ରହିଛି।

ଇଣ୍ଡିଗୋ ନିଜର ଦୁଇଟି ବିମାନକୁ ନେଇ ବୟାନ ଜାରି କରିଛି। ସେ କହିଛି ଯେ, 'ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭାରିଥିବା ବିମାନ 6E 17 ସହିତ ଜଡିତ ପରିସ୍ଥିତି ବିଷୟରେ ଆମେ ଅବଗତ। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରୁଛୁ। ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ।' ସେହିପରି ଦ୍ୱିତୀୟ ବୟାନରେ ଇଣ୍ଡିଗେୋ ଦିଲ୍ଲୀରୁ ଇସ୍ତାନବୁଲ ଯାଉଥିବା ବିମାନ 6E 11କୁ ବୋମା ଧମକ ମିଳିଥିବା ସଷ୍ଟ କରିଛି।

Advertisment

କହିରଖୁ ଯେ, ସୋମବାର ଠାରୁ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ବିମାନକୁ ବୋମାରେ ଉଡାଇ ଦେବାକୁ ନେଇ ଧମକ ମିଳିସାରିଲାଣି। ଆଜି ସକାଳେ ଏୟାର ଇଣ୍ଡିଆ ଓ ବିସ୍ତାରା ଏୟାରଲାଇନ୍ସକୁ ମଧ୍ୟ ବୋମା ଧମକ ମିଳିଥିଲା। ଫଳରେ ଏହି ଦୁଇଟି ବିମାନର ଗତିକୁ ଡାଇଭର୍ଟ କରି ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ପଛରେ ଏହା ଫେକ୍ କଲ୍ ବୋଲି ଜଣାପଡିଥିଲା।

ସେପଟେ ଡିଜିସିଏ ସମସ୍ତ ଧମକପୂର୍ଣ୍ଣ କଲ୍‌ ଉପରେ ନଜର ରଖିଛି। ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ଅପରାଧୀଙ୍କୁ 'ନୋ-ଫ୍ଲାଏ' ତାଲିକାରେ ରଖିବା ସହିତ କଡା ନିୟମ ଲାଗୁ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୋଜନା କରୁଛି। ଏହି ତାଲିକାର ଉଦ୍ଦେଶ୍ୟ ହେଉଛି ମନ୍ଦ ଉଦ୍ଦେଶ୍ୟ ଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିମାନରେ ଯିବାକୁ ବାରଣ କରିବା।

DGCA Bomb Threat IndiGo Flights
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe