Advertisment

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ନାଁରେ ଜାରି ହେଲା ଗିରଫ ପରୱାନା

ସେ କିଣିଥିବା ଜମିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

Punjab

Punjab

Advertisment

ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ଆଜି ପଞ୍ଜାବର ଗୋଟିଏ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଭଠିଣ୍ଡା ଠାରେ ସେ କିଣିଥିବା ଜମିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

Advertisment

ଏହାପୂର୍ବରୁ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ମନପ୍ରୀ ସିଂହ ବାଦଲଙ୍କ ବିରୋଧରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରିଥିଲା। ଜାନୁଆରୀ ମାସରେ ବାଦଲ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଏହି ସମୟରେ ବିଜେପି ନେତା ସରୂପ ଚାନ୍ଦ ସିଙ୍ଗାଲ ଅଭିଯୋଗ କରିଥିଲେ ଯେ ମନପ୍ରୀତ ସିଂହ ବାଦଲ କଂଗ୍ରେସ ସରକାର ସମୟରେ ନିଜ ମନ୍ତ୍ରୀ ପଦର ଅପବ୍ୟବହାର କରି ଦୁଇଟି ବ୍ୟବସାୟିକ ପ୍ଲଟକୁ ନିଜ ପାଇଁ ଆବାସିକ ପ୍ଲଟରେ ପରିଣତ କରିଥିଲା। ଏହାକୁ ନେଇ ବେଶ ବିବାଦ ଆରମ୍ଭ ହୋଇଥିଲା। ଘଟଣାର ତଦନ୍ତ ଭିଜିଲାନ୍ସ ଆରମ୍ଭ କରିଥିଲା।

ସୋମବାର ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଏହି ମାମଲାରେ ବାଦଲ ଓ ଅନ୍ୟ ୫ଜଣଙ୍କ ନାଁରେ ମାମଲା କରିଥିଲା। ମାମଲା ପରେ ବାଦଲଙ୍କୁ ଧରିବା ପାଇଁ ପୁଲିସ୍‌ ଚେଷ୍ଟା କରିଥିଲା। ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଥିଲେ ହେଁ ତାଙ୍କର କୌଣସି ପ୍ରକାରର ପତ୍ତା ମିଳି ନଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ଏଲଓସି ଜାରି କରାଯାଇଥିଲା।

Advertisment

ମନପ୍ରୀତ ସିଂହଙ୍କ ବ୍ୟତୀତ ଭଠିଣ୍ଡା ବିଡିଏର ପୂର୍ବତନ ମୁଖ୍ୟ ଆଡମିନଷ୍ଟ୍ରେଟର ବିକ୍ରମଜିତ ଶେରଗିଲ, ରାଜୀବ କୁମାର, ଅମନଦୀପ ସିଂହ, ବିକାଶ ଅରୋରା ଓ ପଙ୍କଜ ନାମକ ବ୍ୟକ୍ତିଙ୍କ ନାଁରେ ମାମଲା ହୋଇଛି। ରାଜୀବ କୁମାର, ଅମନଦୀପ ଓ ବିକାଶ ଅରୋରାଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରି ସାରିଛି।

Bjp Congress Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe