Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣ: ସାମ୍ନାକୁ ଆସିଲା ଆଝାରର ଭଉଣୀ ଓ ଜୈଶର ମହିଳା ୱିଙ୍ଗର ଲିଙ୍କ, ଶାହୀନାକୁ ମିଳିଥିଲା ଭାରତ ଦାୟିତ୍ୱ

ଗତକାଲି ଗିରଫ ହୋଇଥିବା ଡାକ୍ତର ଜଣକ ହେଲା ଶାହୀନା ଶାହିଦ। ଆଜି ତା’ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତା’କୁ ଜୈଶର ମହିଳା ୱିଙ୍ଗ ଜମାତ ଉଲ ମୋମିନାତର କମାଣ୍ଡ ଭାରତ ପାଇଁ ଧରାଇ ଦିଆଯାଇଥିଲା। ଜମାତ ଉଲ ମୋମିନାତର ମୁଖିଆ ହେଉଛି ସାଦିୟା ଆଝାର।

author-image
Hemant Lenka
Shaheena

ଗରିଫ ଡାକ୍ତର ଶାହୀନା ଶାହିଦ

ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ(Blast in Delhi) ପରେ ସାମ୍ନାକୁ ଆସିଛି ଜୈଶ-ଇ-ମହମ୍ମଦର ମୁଖିଆ ମସୁଦ ଆଝାରର ଭଉଣୀ ଓ ସଂଗଠନର ମହିଳା ୱିଙ୍ଗର ଲିଙ୍କ୍‌। ଭାରତର ଅପରେସନ ସିନ୍ଦୂର ପରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଜୈଶ ନିକଟରେ ନିଜର ମହିଳା ୱିଙ୍ଗ ପ୍ରତିଷ୍ଠା କରିଥିଲା।

Advertisment

ଏହାର ମୁଖିଆ ହେଉଛି ଆଝାରର ଉଭଣୀ ସାଦିୟା। ମହିଳା ୱିଙ୍ଗ ପାଇଁ ସଦସ୍ୟ ଯୋଗାଡ଼ କରିବା ସହ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ କରିବା ପାଇଁ ସାଦିୟାକୁ ଦାୟିତ୍ୱ ମିଳିଥିଲା। ଏବେ ଏହାର ଲିଙ୍କ ଦିଲ୍ଲୀ ବିସ୍ଫୋରଣ ସହ ରହିଥିବା ଜଣାପଡ଼ିଛି।

ଫରଦାବାଦରୁ ବିପୁଳ ପରିମାଣର ବିସ୍ଫୋରଣ ମିଳିବା ଘଟଣାରେ ସୋମବାର ପୁଲିସ୍‌ ଲକ୍ଷ୍ନୌ ଭିତ୍ତିକ ଜଣେ ମହିଳା ଡାକ୍ତରକୁ ମଧ୍ୟ ଗିରଫ କରିଥିଲା। ଉକ୍ତ ମହିଳାଙ୍କ କାରରୁ ବନ୍ଧୁକ ଓ ଅନ୍ୟାନ୍ୟ ଜିନିଷ ମିଳିଥିଲା। ଉକ୍ତ ଡାକ୍ତରକୁ ଭାରତରେ ଜୈଶର ମହିଳା ୱିଙ୍ଗ ପ୍ରତିଷ୍ଠା କରିବାର ଦାୟିତ୍ୱ ଦିଆଯାଇଥିଲା। ସେ ଭାରତରେ ଜୈଶର ମହିଳା ୱିଙ୍ଗ ପାଇଁ କାମ କରିବା ସହ ସଂଗଠନ ପାଇଁ ସଦସ୍ୟ ଯୋଗାଡ଼ କରୁଥିଲା ବୋଲି ଦିଲ୍ଲୀ ପୁଲିସ୍‌ ଜାଣିବାକୁ ପାଇଛି। 

Advertisment

ଗତକାଲି ଗିରଫ ହୋଇଥିବା ଡାକ୍ତର ଜଣକ ହେଲା ଶାହୀନା ଶାହିଦ। ଆଜି ତା’ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତା’କୁ ଜୈଶର ମହିଳା ୱିଙ୍ଗ ଜମାତ ଉଲ ମୋମିନାତର କମାଣ୍ଡ ଭାରତ ପାଇଁ ଧରାଇ ଦିଆଯାଇଥିଲା। ଜମାତ ଉଲ ମୋମିନାତର ମୁଖିଆ ହେଉଛି ସାଦିୟା ଆଝାର।

ସେ ପାକିସ୍ତାନରେ ରହି ପୂରା ନେଟୱର୍କକୁ ଚଳାଉଛି। ସାଦିୟାର ସ୍ୱାମୀ ୟୁସୁଫ ଆଝାର କାନ୍ଧାହର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଥିଲା। କିନ୍ତୁ ଭାରତୀୟ ସେନା ମେ’ ୭ରେ କରିଥିବା ଅପରେସନରେ ୟୁସୁଫ ନିହତ ହୋଇଥିଲା। ଏହାପରେ ସାଦିୟା ମାର୍କେଟକୁ ଆସିଛି। 

ଶାହୀନା ଶାହିଦ କିଏ? 

ଲକ୍ଷ୍ନୌ ଅନ୍ତର୍ଗତ ଲାଲ ବାଗର ମୂଳବାସିନ୍ଦା ହେଉଛି ଶାହୀନା ଶାହିଦ। ଜୈଶର ଫରିଦାବାଦ ଟେରର ମଡ୍ୟୁଲ ପର୍ଦ୍ଦାଫାସ ହେବା ପରେ ତା’କୁ ଗିରଫ କରାଯାଇଥିଲା। ତା’ କାରରୁ ରେଡ ବେଳେ ଆସଲ୍ଟ ରାଇଫଲ ମିଳିଥିଲା। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରେ ଶାହୀନା। କଶ୍ମିରୀ ଡାକ୍ତର ମୁଜାମିଲ ଶକୀଲ ଓରଫ ମୁସାଇବର ଘନିଷ୍ଠ ସହଯୋଗୀ ଭାବେ ସେ ପରିଚିତ।

ମୁଜାମିଲର ଦୁଇଟି ଭଡ଼ା ଘରୁ ରେଡ ପରେ ୨୯୦୦ କେଜିର ବିସ୍ଫୋରକ ମିଳିଥିଲା। ଏହାପରେ ତା’କୁ ଗିରଫ କରାଯାଇଥିଲା। ତା’ ଲିଙ୍କରେ ପୁଲିସ ଶାହୀନାକୁ ମଧ୍ୟ ବାନ୍ଧିଛି। ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ କୌଲର ମୂଳବାସିନ୍ଦା ମୁଜାମିଲ ଧୌଜ ସ୍ଥିତ ଅଲ ଫଲାହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଡାକ୍ତର ଭାବେ କାମ କରୁଥିଲା।

ଶ୍ରୀନଗରରେ ଜୈଶ ସମର୍ଥନରେ ମୋଷ୍ଟର ମାରି ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଠାରୁ ତଥ୍ୟ ହାସଲ କରି ପୁଲିସ୍‌ ମୁଜାମିଲ ପାଖରେ ପହଞ୍ଚିଥିଲା। ଏହାପରେ ତା’ ଠିକଣାରୁ ଏତେ ପରିମାଣର ବିସ୍ଫୋରକ ମିଳିଥିଲା। ଯାଞ୍ଚ ବେଳେ ଗୋଟିଏ କାରରୁ ଆସଲ୍ଟ ରାଇଫଲ, ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଥିଲା। ଉକ୍ତ କାରଟି ଥିଲା ଶାହୀନା ଶାହିଦର। 

ଆଦିଲ, ମୁଜାମିଲ ଓ ଶାହୀନା ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ମହମ୍ମଦ ଉମର ପୂରା ଡରି ଯାଇଥିଲା। ସେ ମଧ୍ୟ ଶାହୀନା ଓ ମୁଜାମିଲ ଭଳି ଅଲ ଫଲାହ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଆତଙ୍କିତ ଅବସ୍ଥାରେ ଫରିଦାବାଦ ଛାଡ଼ି ଦେଇଥିଲା। ଏହାପରେ ସେ ବଳକା ବିସ୍ଫୋରକ ଦ୍ୱାରା ଯୋଜନା ଅନୁସାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ( Delhi Blast) କରିଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି। 

ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଷ୍ଟ୍ରାଇକରେ ଆଝାର ପରିବାର ଏକାଧିକ ସଦସ୍ୟ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ରହିଥିଲା। ୟୁସୁଫର ମୃତ୍ୟୁ ପରେ ଜୈଶ ଗଠନ କରିଥିବା ମହିଳା ୱିଙ୍ଗର ମୁଖିଆ ଭାବେ ତା’ ପତ୍ନୀ ସାଦିୟାକୁ ନିଯୁକ୍ତି ମିଳିଛି।

କୁହାଯାଉଛି ଯେ ଏହି ଆତଙ୍କବାଦୀ ସଂଗଠନରେ ଜୈଶର ସଦସ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ପତ୍ନୀ ଓ ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ସାମିଲ କରାଯାଉଛି। ବିଶେଷ କରି ବାହାବଲପୁର, କରାଚି, ମୁଜାଫରବାଦ, କୋଟଲି, ହରିପୁର ଓ ମାନସେହରା ଠାରେ ଥିବା କେନ୍ଦ୍ରଗୁଡ଼ିକରେ ପଢ଼ୁଥିବା ଯୁବତୀ ଏବଂ ମହିଳାମାନଙ୍କୁ ଜମାତ-ଉଲ-ମୋମିନାତ ପାଇଁ ଟାର୍ଗେଟ କରାଯାଉଛି। 

ଜୈଶର ମହିଳା ୱିଙ୍ଗ ମାନସିକ ଯୁଦ୍ଧରେ ସାମିଲ ହେବ। ସଂଗଠନ ସମ୍ପର୍କରେ ପ୍ରଚାର କରିବ ଓ ତୃଣମୂଳ ସ୍ତରରେ ନିଯୁକ୍ତି କଥା ବୁଝିବ। ସୋଶାଲ ମିଡିଆ, ହ୍ୱାଟସ ଆପ ଗ୍ରୁପ ଓ କିଛି ମଦ୍ରାସାରେ ଜମାତ-ଉଲ-ମୋମିନାତର କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯାଉଛି। ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଅନଲାଇନ ଦ୍ୱାରା ଜମାତ-ଉଲ- ମୋମିନାର ନେଟୱର୍କକୁ ବିସ୍ତାର କରିବାକୁ ପ୍ରୟାସ ଚାଲିଛି। 

ଜୈଶ ପୂର୍ବରୁ ମହିଳାମାନଙ୍କୁ ସଶସ୍ତ୍ର ଜିହାଜ ଓ ଲଢ଼େଇ ମିଶନରୁ ଦୂରେଇ ରଖୁଥିଲା। କିନ୍ତୁ ଭାରତର ଶାଣିତ ଜବାବ ପରେ ଜୈଶ ନିଜର  ଆଭିମୁଖ୍ୟ ବଦଳାଇଛି। ମସୁଦ ଆଝାର(Masood Azhar) ଓ ତା’ ଭାଇ ତଲହା ଅଲ ସୈଫ ମିଳିତ ଭାବେ ମହିଳା ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି। ଏବେ ଏହାର ମହିଳା ୱିଙ୍ଗ ମଧ୍ୟ ଧୀରେଧୀରେ ସକ୍ରିୟ ହୋଇଛି। 

ଆଇଏସଆଇଏସ୍‌, ବୋକୋ ହାରାମ, ହମାସ ଓ ଏଲଟିଟି ଭଳି ଆତଙ୍କବାଦୀ ସଂଗଠନ ଗୁଡ଼ିକ ପୂର୍ବରୁ ମହିଳାମାନଙ୍କୁ ଆତ୍ମଘାତୀ ହମଲା ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଲସ୍କ, ଜୈଶ(jaish) ଓ ହିଜବୁଲ ଭଳି ସଂଗଠନ ମହିଳାମାନଙ୍କୁ ଆଦୌ ବ୍ୟବହାର କରୁ ନଥିଲା। ଏବେ ଜୈଶ ପ୍ରଥମଥର ପାଇଁ ନିଜର ମହିଳା ଶାଖା ଖୋଲିଛି। 

Delhi Delhi Blast Masood Azhar Blast In Delhi jaish