Advertisment

୪୦୦ କୋଟି ଠକେଇ: ଗିରଫ ପରେ ବି ବେଧଡ଼କ ବାହାରେ ବୁଲୁଛନ୍ତି କଂଗ୍ରେସ ବିଧାୟକଙ୍କ ପୁଅ

ସେ ହସ୍ପିଟାଲରୁ ବାହାରିବା ପରେ ଗୋଟିଏ ଏସ୍‌ୟୁଭିରେ ଯାଇଥିଲେ। ହୋଟେଲରେ ରହିବା ସହ ପାର୍ଟି କରିଥିଲେ।

Congress

Congress

Advertisment

ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ସିକନ୍ଦର ସିଂହ ରୋହତକର ହସ୍ପିଟାଲ ବାହାରେ ଏକାକୀ ବେଧଡ଼କ ଅନ୍ଦାଜରେ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ସିକନ୍ଦର ହେଉଛନ୍ତି ହରିୟାଣା କଂଗ୍ରେସ ବିଧାୟକ ଧର୍ମ ସିଂହ ଚୋକରଙ୍କ ପୁଅ।

Advertisment

ସିକନ୍ଦର ତାଙ୍କ ବାପାଙ୍କ ସହ ମିଶି ପ୍ରାୟ ୧୫୦୦ ଲୋକଙ୍କୁ ଘର ଯୋଗାଇ ଦେବା ନାଁରେ ୪୦୦ କୋଟି ଟଙ୍କାର ଠକେଇ କରିଛନ୍ତି। ଗୋଟିଏ ରିୟଲ ଇଷ୍ଟେଟ ଫାର୍ମ ଖୋଲି ସିକନ୍ଦର ନକଲି କାମ ଦେଖାଇ ଲୋକଙ୍କୁ ଠକିଥିଲେ। ଏହା ସାମ୍ନାକୁ ଆସିବା ପରେ ମାର୍ଚ୍ଚ ମାସରେ ଇଡି ତାଙ୍କୁ ଗିରଫ କରିଥିଲେ।

ପ୍ରଥମେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯିବା ପରେ ସେ ଜେଲରୁ ବର୍ତ୍ତିବା ପାଇଁ ଅସୁସ୍ଥତାର ଅଭିନୟ କରିଥିଲେ। ନକଲି ମେଡିକାଲ ରିପୋର୍ଟ ଦେଖାଇ ସେ ରୋହତକରେ ଥିବା ପିଜିଆଇଏମଏସ୍‌ରେ ଦୁଇ ଥର ଆଡମିଟ ହୋଇଥିଲେ।

Advertisment

ପ୍ରଥମେ ସେ ସେପ୍ଟେମ୍ବର ୧ରୁ ୧୬ ଓ ପରେ ସେପ୍ଟେମ୍ବର ୨୬ରୁ ଆଜି ଯାଏ ହସ୍ପିଟାଲରେ ରହିଛନ୍ତି। ସେ ହସ୍ପିଟାଲରେ ଥିଲେ ହେଁ କୌଣସି ଗୁରୁତର ରୋଗରେ ପୀଡ଼ିତ ନୁହନ୍ତି ବୋଲି ଜଣାପଡ଼ିଛି।

ଏସବୁ ଭିତରେ ସିକନ୍ଦର ହସ୍ପିଟାଲ ବାହାରେ ଏକାକୀ ବେଧଡ଼କ ଅନ୍ଦାଜରେ ବୁଲୁଥିବା ବେଳର ସିସିଟିଭି ଫୁଟେଜ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସେ ମିଛ ମେଡିକାଲ ରିପୋର୍ଟ ଦେଖାଇ ହସ୍ପିଟାଲରେ ଆଡମିଟ ହୋଇଛନ୍ତି।

ସୂତ୍ର ଅନୁସାରେ, ସେ ହସ୍ପିଟାଲରୁ ବାହାରିବା ପରେ ଗୋଟିଏ ଏସ୍‌ୟୁଭିରେ ଯାଇଥିଲେ। ହୋଟେଲରେ ରହିବା ସହ ପାର୍ଟି କରିଥିଲେ। ଖାଲି ସେତିକି ନୁହେଁ, ସେ ନିଜର ଫୋନ ବ୍ୟବହାର କରି ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଧ୍ୟ କରିଛନ୍ତି।

ଦିନକ ତଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିକନ୍ଦରଙ୍କ ବାପା ତଥା କଂଗ୍ରେସ ବିଧାୟକ ଧର୍ମ ସିଂହଙ୍କୁ ଗିରଫ କରିବା ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଧର୍ମ ସିଂହଙ୍କୁ ସାମାଲଖା ଆସନରୁ ପୁଣି ପ୍ରାର୍ଥୀ କରିଛି। ତଥାପି ତାଙ୍କୁ ଗିରଫ ପାଇଁ କୋର୍ଟ କହିଛନ୍ତି।

Congress Haryana News Haryana Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe