Advertisment

Sonam Wangchuk Arrest : ୱାଙ୍ଗଚୁକଙ୍କ ପାକିସ୍ତାନ ଲିଙ୍କ ଓ ବାଂଲାଦେଶ ଗସ୍ତ ସମ୍ପର୍କରେ ବଡ଼ ତଥ୍ୟ ଦେଲେ ଡିଜିପି

ବାରମ୍ବାର ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ଅନଶନ କରୁଥିବା ୱାଙ୍ଗଚୁକଙ୍କ ଲିଙ୍କ ପାକିସ୍ତାନ ସହ ରହିଥିବା ଡିଜିପି ଦାବି କରିଛନ୍ତି। ସେହିପରି ପାକିସ୍ତାନ ଓ ବାଂଲାଦେଶକୁ ସେ ଗସ୍ତ କରିବା ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

Sonam Wangchuk

ସୋନମ ୱାଙ୍ଗଚୁକ (ଫାଇଲ ଫଟୋ)

Advertisment

ରାଜ୍ୟ ମାନ୍ୟତା ଦାବି ବେଳେ ଲଦାଖରେ ହୋଇଥିବା ଭୟଙ୍କର ହିଂସାକାଣ୍ଡ ଘଟଣାରେ ଗିରଫ ବିଶିଷ୍ଟ ପରିବେଶବିତ୍‌  ସୋନମ ୱାଙ୍ଗଚୁକ(Sonam Wangchuk)ଙ୍କୁ ନେଇ ବଡ଼ ଦାବି କରିଛନ୍ତି ଡିଜିପି ଏସ୍‌ଡି ସିଂହ ଜମୱାଲ। ବୁଧବାର ହିଂସାକାଣ୍ଡ ପରେ ଶୁକ୍ରବାର ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ବଳରେ ଗିରଫ କରାଯାଇଥିଲା। ସେ ହିଂସାକୁ ଉସାଇବାରୁ ବିକ୍ଷୋଭକାରୀମାନେ ବ୍ୟାପକ ପୋଡ଼ା ଜଳା କରିଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଏସବୁ ଭିତରେ ବାରମ୍ବାର ଲଦାଖ(Ladakh)କୁ ରାଜ୍ୟ ମାନ୍ୟତା ଦାବି କରି ଅନଶନ କରୁଥିବା ୱାଙ୍ଗଚୁକଙ୍କ ଲିଙ୍କ ପାକିସ୍ତାନ ସହ ରହିଥିବା ଡିଜିପି ଦାବି କରିଛନ୍ତି। ସେହିପରି ପାକିସ୍ତାନ ଓ ବାଂଲାଦେଶକୁ ସେ ଗସ୍ତ କରିବା ମଧ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଲଦାଖରୁ ୱାଙ୍ଗଚୁକଙ୍କୁ ଏନଏସଏ ବଳରେ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଛି। ୱାଙ୍ଗଚୁକଙ୍କ ଗିରଫଦାରୀ ସମ୍ପର୍କରେ ଲେହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲଦାଖର ପୁଲିସ ମୁଖିଆ କହିଛନ୍ତି ଯେ “ଆମେ ଜଣେ ପାକିସ୍ତରନ ଗୁଇନ୍ଦା ଅଧିକାରୀ ବା ପିଆଇଓକୁ ନିକଟରେ ଗିରଫ କରିଥିଲୁ। ସେ ସୀମା ସେପଟେ ଥିବା ଲୋକଙ୍କୁ ରିପୋର୍ଟ କରେ। ଏହାର ତଥ୍ୟ ଆମ ହାତରେ ଲାଗିଛି।

Advertisment

ସୋନମ ୱାଙ୍ଗଚୁକ ପାକିସ୍ତାନରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ବାଂଲାଦେଶ ମଧ୍ୟ ଯାଇଥିଲେ। ଗିରଫ ହୋଇଥିବା ପାକିସ୍ତାନ ଗୁଇନ୍ଦା ଅଧିକାରୀ ସହ ୱାଙ୍ଗଚୁକ ଯୋଗାଯୋଗରେ ଥିଲେ। ତେଣୁ ତାଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ସେସବୁର ତଦନ୍ତ ଚାଲିଛି।”

ଡିଜିପି ଜମୱାଲ ଅଭିଯୋଗ କରିଛନ୍ତି ଯେ ଲେହ ହିଂସାକୁ ୱାଙ୍ଗଚୁକ ହିଁ ଉସାଇକ ଥିଲେ। ସେପ୍ଟେମ୍ବର ୨୪ରେ ହୋଇଥିବା ହିଂସାକାଣ୍ଡ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦ ଜଣ ଆହତ ହୋଇଥିଲେ।

ବିକ୍ଷୋଭକାରୀମାନେ ଲେହରେ ଥିବା ବିଜେପି ଅଫିସ ଓ ସିଆରପିଏଫ ଗାଡ଼ିକୁ ଜାଳି ଦେଇଥିଲେ। ଏପରି ଭୟଙ୍କର ହିଂସାକାଣ୍ଡ ପାଇଁ ସରକାର ୱାଙ୍ଗଚୁକଙ୍କୁ ଦାୟୀ କରିଛନ୍ତି। ସେ ଉସକାଇବା ଭଳି ବୟାନ ଦେବାରୁ ବିକ୍ଷୋଭକାରୀ ପୋଡ଼ାଜଳା କରିଥିବା ଗୃହ ମନ୍ତ୍ରଣାଳୟ କହିଛି।

ଡିଜିପିଙ୍କ କହିବା କଥା ଯେ କେନ୍ଦ୍ର ସହ ଲଦାଖର ରାଜ୍ୟ ମାନ୍ୟତା ଦାବି ସମ୍ପର୍କିତ ଆଲୋଚନା ହେବା ଅଛି। ଏହାକୁ ଭଣ୍ଡୁର କରିବା ପାଇଁ ୱାଙ୍ଗଚୁକ ଉଦ୍ୟମ କରୁଛନ୍ତି। ଆମେ ଏମିତି ଜଣଙ୍କୁ ପାଇଛୁ ଯିଏ କିଛି ଜିନିଷ ସୀମା ସେପଟକୁ ପଠାଉଥିଲେ। ଆମେ ସେହି ବ୍ୟକ୍ତିଙ୍କୁ ସର୍ଭେଲାନ୍ସରେ ରଖିଛୁ। ଲୋକଙ୍କୁ ଉସକାଇବା ସୋନମ ୱାଙ୍ଗଚୁକଙ୍କ ପୁରୁଣା ଅଭ୍ୟାସ।

ତଥାକଥିତ ପରିବେଶବିତମାନଙ୍କ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ମଞ୍ଚଙ୍କୁ ଅପହରଣ କରିବାକୁ ଚାହୁଁଛନ୍ତି। ଆଉ ଏହାର ମୁଖ୍ୟ ଚରିତ୍ର ହେଲେ ୱାଙ୍ଗଚୁକ। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବା ପାଇଁ ସେ ପୂର୍ବରୁ ମଧ୍ୟ ଅନେକ ଥର ପ୍ରୟାସ କରିବାର ନଜିର ରହିଛି। ଏବେ ୱାଙ୍ଗଚୁକଙ୍କ ବିଦେଶୀ ପାଣ୍ଠି ଉଲ୍ଲଙ୍ଘନର ତଦନ୍ତ ଚାଲିଛି। ଏହାକୁ ଆଉ ଏକ ଏଜେନ୍ସି କରୁଛି ବୋଲି ସେ କହିଛନ୍ତି। 

ଲେହରେ ଲାଗୁ ହୋଇଥିବା କର୍ଫ୍ୟୁ କୋହଳ କରାଯିବାର ସଙ୍କେ ମଧ୍ୟ ଡିଜିପି ଦେଇଛନ୍ତି। ସେ କହିଛନ୍ତି, “ଆମେ ଦିନ ୧ଟାରୁ ୩ଟା ଯାଏ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ରଣନୀତି ଆଧାରରେ କରାଯିବ। ପୁରୁଣା ସହରରେ କୋହଳ ନୀତି ଆପଣା ଯିବ। ନୂଆ ଅଞ୍ଚଳରେ ଦିନ ୩.୩୦ ରୁ ୫.୩୦ ଯାଏ କର୍ଫ୍ୟୁ କୋହଳ ହେବ। 

Ladakh Sonam Wangchuk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe