Advertisment

PM Modi: ରାଷ୍ଟ୍ରପତିଙ୍କୁ ‘ଅପମାନ’ ପ୍ରସଙ୍ଗ: ଅହଂକାର ଟିଏମସିକୁ ଛନିଛତ୍ର କରି ଦେବ କହିଲେ ପ୍ରଧାନମନ୍ତ୍ରୀ

ରାଜନୀତିକ ବୟାନବାଜୀ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟିଏମସିକୁ ଅହଂକାରୀ ବୋଲି କହିଛନ୍ତି। ଦଳ ପ୍ରଦର୍ଶନ କରୁଥିବା ଅହଂକାର ଓ ଦଳର କୁତ୍ସିତ ରାଜନୀତି ନିଶ୍ଚିତ ଭାବେ ବେଙ୍ଗଲବାସୀ ଖୁବଶୀଘ୍ର ମାଟିରେ ମିଶାଇ ଦେବେ ବୋଲି ମଧ୍ୟ ମୋଦି ଚେତାବନୀ ଦେଇଛନ୍ତି।

author-image
Hemant Lenka
PM-Modi

PM Modi

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରାଯିବା ଅଭିଯୋଗ ପ୍ରସଙ୍ଗରେ ରବିବାର ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗରେ ଆୟୋଜିତ ୯ମ ଅନ୍ତର୍ଜାତୀୟ ସାନ୍ତାଳ କନଫରେନ୍ସରେ ରାଷ୍ଟ୍ରପତି ମୁର୍ମୁ ଯୋଗ ଦେଇଥିବା ବେଳେ ଏଥିରେ ପ୍ରବଳ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏହାକୁ ନେଇ ରାଜନୀତିକ ବୟାନବାଜୀ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ଟିଏମସିକୁ ଅହଂକାରୀ ବୋଲି କହିଛନ୍ତି। ଦଳ ପ୍ରଦର୍ଶନ କରୁଥିବା ଅହଂକାର ଓ ଦଳର କୁତ୍ସିତ ରାଜନୀତି ନିଶ୍ଚିତ ଭାବେ ବେଙ୍ଗଲବାସୀ ଖୁବଶୀଘ୍ର ମାଟିରେ ମିଶାଇ ଦେବେ ବୋଲି ମଧ୍ୟ ମୋଦି(PM Modi) ଚେତାବନୀ ଦେଇଛନ୍ତି। 

ଦିଲ୍ଲୀରେ ମେଟ୍ରୋ ପ୍ରକଳ୍ପ ଉଦଘାଟନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ “ଆମ ଦେଶରେ ଗୋଟିଏ ଲୋକକଥା ରହିଛି। ଜଣେ ବ୍ୟକ୍ତି ଯେତେ ଶକ୍ତିଶାଳୀ କିମ୍ବା ପ୍ରଭାବଶାଳୀ ହେଲେ ମଧ୍ୟ ସେ ନିଜର ଅହଂକାର ଯୋଗୁ ଧ୍ୱଂସ ହୋଇଯାଏ। ଆଜି ଦେଶର ଜାତୀୟ ରାଜଧାନୀରୁ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ଯେ ଯେଉଁ କୁତ୍ସିତ ରାଜନୀତି ଓ କ୍ଷମତାର ଅହଂକାର ବଳରେ ଟିଏମସି ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କ ସମ୍ମାନକୁ ଅପମାନିତ କରିଛି, ତାହା ଖୁବଶୀଘ୍ର ଛିନଛତ୍ର ହୋଇଯିବ।ପଶ୍ଚିମବଙ୍ଗର ବୁଦ୍ଧିମାନ ଲୋକମାନେ କେବେ ହେଲେ ଜଣେ ମହିଳା, ଆଦିବାସୀ ଓ ଦେଶର ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ଟିଏମସକୁ କ୍ଷମା ଦେବେ ନାହିଁ।” 

Advertisment

ନିଜର ଆକ୍ରମଣକୁ ଆହୁରି ଶାଣିତ କରି ମୋଦି କହିଛନ୍ତି ଯେ “ଦ୍ରୋପଦୀ ମୁର୍ମୁ ସାନ୍ତାଳମାନଙ୍କ ଗୋଟିଏ ବଡ଼ ଉତ୍ସବକୁ ପାଳନ କରିବା ପାଇଁ ବେଙ୍ଗଲ ଯାଇଥିଲେ। ରାଷ୍ଟ୍ରପତିଙ୍କୁ ସମ୍ମାନୀତ କରିବା ବଦଳରେ ଟିଏମସି ଏହି ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବୟକଟ କରିଥିଲା।

ରାଷ୍ଟ୍ରପତି ନିଜେ ଆଦିବାସୀ ସଂପ୍ରଦାୟରୁ ଆସିଛନ୍ତି ଓ ସେ ସବୁବେଳେ ଆଦିବାସୀ ସଂପ୍ରଦାୟର ବିକାଶ ପାଇଁ ଚିନ୍ତିତ। କାର୍ଯ୍ୟକ୍ରମରେ ବିଶୃଙ୍ଖଳା କେମିତି ହେବ, ସେଥିପାଇଁ ଟିଏମସି ଏପରି କରିଛି। ଏହା କେବଳ ଜଣେ ରାଷ୍ଟ୍ରପତିଙ୍କ ଅପମାନ ନୁହେଁ, ବରଂ ଏହା ଭାରତର ସମ୍ବିଧାନକୁ ଅପମାନ।” 

ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗର ଦାର୍ଜିଲିଂକୁ ୯ମ ଅନ୍ତର୍ଜାତୀୟ ସାନ୍ତାଳ ମହାତ୍ସୋବରେ ସାମିଲ ହେବାକୁ ଯାଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ପରିଚାଳନାରେ ଦେଖାଯାଇଥିବା ତ୍ରୁଟିକୁ ନେଇ ସେ ଟିଏମସି ସରକାର ଉପରେ ଅସନ୍ତୋଷ ଝାଡ଼ିଥିଲେ। କାର୍ଯ୍ୟକ୍ରମ ଆୟୋଜନ ପାଇଁ ବେଙ୍ଗଲ ପ୍ରଶାସନ ଛୋଟ ସ୍ଥାନ ଦେବା ଓ କାର୍ଯ୍ୟକ୍ରମ ସ୍ଥଳକୁ ହଠାତ ପରିବର୍ତ୍ତନ କରିବା ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ହୋଇଥିଲେ। 

PM Modi