Advertisment

ଧୂଆଁମୟ ଦିଲ୍ଲୀ, କୃତ୍ରିମ ବର୍ଷା କରାଇବାକୁ ଯୋଜନା

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ ଆଇଆଇଟି କାନପୁରର ଏକ ଟିମ୍ ସହ ଏନେଇ ଆଲୋଚନା କରିଛନ୍ତି।

ଅଦ୍ୟତନ ହୋଇଛି
Delhi

Delhi

Advertisment

ବିଗୁଡିଛି ଦିଲ୍ଲୀ ବାୟୁ ଗୁଣାବତ୍ତା। ଗତ ଏକ ସପ୍ତାହ ମଧ୍ୟରେ ବାୟୁ ଗୁଣବତ୍ତାର ତୀବ୍ର ହ୍ରାସ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା 20-21ରେ ସହରରେ କୃତ୍ରିମ ବର୍ଷାର ଯୋଜନା କରୁଛନ୍ତି ଅରବିନ୍ଦ କେଜ୍ରିୱାଲ୍ ସରକାର। 

Advertisment

ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ, ଅର୍ଥମନ୍ତ୍ରୀ ଅତିଶୀ ଏବଂ ଆଇଆଇଟି କାନପୁରର ଏକ ଟିମ୍ ମଧ୍ୟରେ ବୈଠକ ବସିଛି। ଆଲୋଚନା ସମୟରେ ବାୟୁ ଗୁଣାବତ୍ତାରେ ତୁରନ୍ତ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ୍। 

ଦିଲ୍ଲୀ ସରକାର ଏନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିବେ। ଯଦି ଯୋଜନା ଉପରେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳେ, ତେବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ପଦକ୍ଷେପ ନେବେ।

Advertisment

ଦିଲ୍ଲୀ ସରକାର ଏବଂ ଆଇଆଇଟି ଟିମ୍ ସହ ଆଲୋଚନା ସମୟରେ ଟିମ୍ କହିଛି ଯେ, କୃତ୍ରିମ ବର୍ଷା ସୃଷ୍ଟି କରିବା ପାଇଁ ଆକାଶରେ ସର୍ବନିମ୍ନ 40 ପ୍ରତିଶତ ବାଦଲ ଆଚ୍ଛାଦିତ ହୋଇଥିବା ଆବଶ୍ୟକ। ନଭେମ୍ବର 20-21ରେ ବାଦଲ ଆଚ୍ଛାଦନ ହେବାର ସମ୍ଭାବନା ଅଛି। ଯଦି କୃତ୍ରିମ ବର୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମତି ମିଳେ, ତେବେ ଆମେ ପାଇଲଟ୍ ଷ୍ଟଡିର ଆରମ୍ଭ କରିପାରିବୁ ବୋଲି ଆଇଆଇଟି ଟିମ୍ କରିଛି।

ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ସରକାର ଆଇଆଇଟି ପ୍ରସ୍ତାବ ଉପସ୍ଥାପନ କରିବେ, ଯାହା ଦ୍ୱାରା କୋର୍ଟ ଏ ଉପରେ ଦୃଷ୍ଟି ଦେଇପାରିବେ। କୋର୍ଟଙ୍କ ମଞ୍ଜୁରୀ ମିଳିବା ପରେ ଯୋଜନାକୁ ଆଗକୁ ପଢାଇବା ପାଇଁ ଆବଶ୍ୟକୀୟ ଅନୁମତି ନେବାକୁ କେନ୍ଦ୍ର ସହ କାର୍ଯ୍ୟ କରିବୁ  ବୋଲି ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉ କି, ଗତ ସପ୍ତାହେ ହେବ ଦିଲ୍ଲୀ ବାୟୁ ଗୁଣାବତ୍ତା ଅତ୍ୟନ୍ତ ହ୍ରାସ ପାଇଛି, ଯାହା ଫଳରେ ରାଜଧାନୀବାସୀ ଏକ ପ୍ରକାର ଅଣନିଶ୍ୱାସୀ ହୋଇପଡିଲେଣି। ବିଭିନ୍ନ କଳକାରଖାନା ଓ ଯାନବାହାନ ପ୍ରଦୂଷଣ ଏବଂ ସର୍ବୋପରି ଦିଲ୍ଲୀ ଆଖ ପାଖ ଅଞ୍ଚଳରେ କ୍ଷେତରେ ନଡା ଜାଳିବା ଆଦି କାରଣରୁ ଦିଲ୍ଲୀ ବାୟୁ ଗୁଣାବତ୍ତା ଅତ୍ୟନ୍ତ ଖରାପ ହୋଇଯାଇଛି।

ପ୍ରତିବର୍ଷ ଏହି ସମସ୍ୟା ହେଉଥିବାରୁ କିଛିଦିନ ତଳେ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ତୁରନ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନୋଟିସ୍ କରିଥିଲେ। ଅଧା କ୍ଷମତାରେ ଚାଲୁଥିବା ବସଗୁଡିକ ଚଳାଚଳ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେବା ସହ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ ନଡା ନ ଜାଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ। 

Supreme Court Artificial Rain Artificial Rain In Delhi Delhi Air Quality IIT Kanpur Delhi Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe