Advertisment

ଡାଏଲଗ୍‌ କହୁ କହୁ ମଞ୍ଚ ଉପରେ ଟଳିପଡିଲେ 'ପର୍ଶୁରାମ'

ଏହି ପୂରା ଘଟଣାର ଲାଇଭ୍‌ ଭିଡିଓ ସୋଶାଲ ମିଡିଆର ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
A man died due to heart attack

A man died due to heart attack

Advertisment

ମଞ୍ଚ ଉପରେ ଚାଲିଥିଲା ରାମଳୀଲା ନାଟକ। ଏହାକୁ ଦେଖିବା ପାଇଁ ଖଚାଖଚ ଭିଡ ମଧ୍ୟ ହୋଇଥିଲା। ଏହି ସମୟରେ 'ଧନୁ କିଏ ଭାଙ୍ଗିଲା…' କହି ଟଳି ପଡିଲେ ପର୍ଶୁରାମ। ମଞ୍ଚ ଉପରେ ହିଁ ଭଗବାନ ପର୍ଶୁରାମଙ୍କ ଅଭିନୟ କରୁଥିବା କଳାକାର ଜଣକ ଡାଏଲଗ କହିବା ପରେ ହଠାତ ତାଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ। ଏହି ପୂରା ଘଟଣାର ଲାଇଭ୍‌ ଭିଡିଓ ସୋଶାଲ ମିଡିଆର ଭାଇରାଲ ହୋଇଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିନୋଦ ପ୍ରଜାପତି, ତାଙ୍କ ବୟସ ୪୦ ବର୍ଷ। ସୂଚନା ମୁତାବକ, ରାଞ୍ଚି ସ୍ଥିତ ଗରଓ୍ୱାର ଦଣ୍ଡେ ଗାଁରେ ରାମଲୀଲା ନାଟକ ମଞ୍ଚସ୍ଥ ହୋଇଥିଲା। ରାମଳୀଲା ନାଟକରେ ରାମାୟଣର ସୀତା ସ୍ୱୟଂବର ପ୍ରସଙ୍ଗ ଚାଲିଥିଲା। ଏହି କ୍ରମରେ ଧନୁ ଭାଙ୍ଗିବା ପରେ ଭଗବାନ ପର୍ଶୁରାମ ସେଠାରେ ପହଞ୍ଚିଥିଲେ। ଭଗବାନ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଥିବା ବିନୋଦ ପ୍ରଜାପତି ଉଚ୍ଚ ସ୍ୱରରେ ପାଟି କରି, କିଏ ଧନୁ ଭାଙ୍ଗିଲା? କିଏ ଧନୁ ଭାଙ୍ଗିଲା, ମୋତେ ଶୀଘ୍ର କୁହ, ମୋତେ ଶୀଘ୍ର କୁହ! କହି ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ବିନୋଦ ପ୍ରଜାପତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ବିନୋଦ ପ୍ରଜାପତି ଗତ ଅନେକ ବର୍ଷ ଧରି ରାମଳୀଲାରେ ପ୍ରଭୁ ପର୍ଶୁରାମ ଭୂମିକାରେ ଅଭିନୟ କରୁଥିଲେ। ସେ ସମାଜ ସେବା ମଧ୍ୟ କରୁଥିଲେ। ଏହା ସହିତ ସେ ଝାଡଖଣ୍ଡର ମୁକ୍ତି ମୋର୍ଚ୍ଚାର ପଞ୍ଚାୟତ ସଭାପତି ତଥା ଝାଡଖଣ୍ଡ କୁମ୍ଭାର ସମନ୍ୱୟ କମିଟିର ସକ୍ରିୟ ସଦସ୍ୟ ଥିଲେ।

Advertisment
Viral Video Jharkhand Ramlila
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe