Advertisment

ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧିଙ୍କ ଦେହାନ୍ତ

ଫେବୃଆରୀ ୨୮ରେ ଅରୁଣ ଗାନ୍ଧି କୋଲହାପୁର ଆସିଥିଲେ। ଏଠାରେ ଥିବା ଅବନୀ ସଂସ୍ଥାନରେ ସେ କିଛି ଦିନ ରହିବାର ଥିଲା। ଆଜି ସକାଳେ ସେଠାରେ ଥିବା ବେଳେ ଅରୁଣ ଗାନ୍ଧିଙ୍କ ଦେହାନ୍ତ ହୋଇଛି।

Arun Manilal Gandhi

Arun Manilal Gandhi

Advertisment

ଆଉ ନାହାନ୍ତି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧି। ଆଜି କୋଲହାପୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କୁ ମୃତ୍ୟୁ ବେଳକୁ ୮୯ ବର୍ଷ ବୟସ ହୋଇଥିଲା।

Advertisment

ସେ ଜଣେ ଲେଖକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ଫେବୃଆରୀ ୨୮ରେ ଅରୁଣ ଗାନ୍ଧି କୋଲହାପୁର ଆସିଥିଲେ। ଏଠାରେ ଥିବା ଅବନୀ ସଂସ୍ଥାନରେ ସେ କିଛି ଦିନ ରହିବାର ଥିଲା। ଆଜି ସକାଳେ ସେଠାରେ ଥିବା ବେଳେ ଅରୁଣ ଗାନ୍ଧିଙ୍କ ଦେହାନ୍ତ ହୋଇଛି।

ସାମାଜିକ କର୍ମୀ ଅନୁରାଧା ଭୋସଲେଙ୍କ ଦ୍ୱାରା ପରିଚାଳିତ ଅବନୀ ସଂସ୍ଥାକୁ ବିଗତ ୨୪ ବର୍ଷ ହେଲାଣି ଅରୁଣ ଗାନ୍ଧି ନିୟମିତ ଆସୁଥିଲେ। ଏହି ସଂଗଠନ ବାସହୀନ ଝିଅ ଓ ମହିଳାଙ୍କ ସୁରକ୍ଷା ଉପରେ କାମ କରେ।

Advertisment

ଅନୁରାଧା କହିଛନ୍ତି, “ସେ ଏଠାରୁ ଯିବାକୁ ଚାହୁଁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ସାଧାରଣ ଫ୍ଲୁ ଜନିତ ରୋଗର ଲକ୍ଷଣ ରହିଥିଲା। ତେବେ ଧୀରେଧୀରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଅବନୀ ସଂସ୍ଥାକୁ ଆସିଥିଲେ। କିନ୍ତୁ ତାଙ୍କୁ ଯାତ୍ରା କରିବାକୁ ଡାକ୍ତର ମନା କରିଥିଲେ।

ତେଣୁ ସେ ଏଠାରେ ଆଉ କିଛି ଦିନ ରହିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ସନ୍ଧ୍ୟାରେ ଆମେ ସମସ୍ତେ ମହାରାଷ୍ଟ୍ର ଦିବସ ପାଳନ କରିଥିଲୁ। ସେ ଝିଅମାନଙ୍କୁ କହିଥିଲେ ଯେ ତାଙ୍କ ପାଇଁ ତାଙ୍କ ରାଜ୍ୟ ଓ ଦେଶ ସବୁଠାରୁ ଉପରେ। ସୋମବାର ବିଳମ୍ବିତ ରାତି ଯାଏ ସେ ନିଜ ବେଡ ଉପରେ ଲେଖାଲେଖି ଜାରି ରଖିଥିଲେ। କିନ୍ତୁ ମଙ୍ଗଳବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି।

ଦୀର୍ଘ ୨୪ ବର୍ଷ ହେଲାଣି ମୁଁ ଅରୁଣ ଗାନ୍ଧିଙ୍କ ସହ କାମ କରୁଥିଲି। ସେ ଯେତେବେଳେ ବି ଏଠାକୁ ଆସୁଥିଲେ ଆମ ମାନଙ୍କ ସହ ରହୁଥିଲେ। ସେ ମହାତ୍ମା ଗାନ୍ଧିଙ୍କ ସ୍ମୃତିରେ ଗୋଟିଏ ସଂଗ୍ରହାଳୟ ତିଆରି କରିବାକୁ ଚାହୁଁଥିଲେ। ସେ ତାଙ୍କ ଜୀବନର ଦୁଇ ବର୍ଷ ମହାତ୍ମା ଗାନ୍ଧିଙ୍କ ସହ ବିତାଇବାର ସୁଯୋଗ ପାଇଛନ୍ତି। ସେହି ସବୁ ସ୍ମୃତିକୁ ସେ ସାଇତି ରଖିବାକୁ ଲକ୍ଷ୍ୟ ରଖିଥିଲେ। 

ଏବେ ତାଙ୍କର ଦେହାନ୍ତ ହୋଇଯିବାରୁ ସେ ଦେଖିଥିବା ସ୍ୱପ୍ନ ଆମେ ପୂରଣ କରିବୁ। ୱାଶି ନନ୍ଦୱାଲରେ ଥିବା ମହାତ୍ମା ଗାନ୍ଧି ମିଶନର ଜମିରେ ଆମେ ଗୋଟିଏ ସଂଗ୍ରହାଳୟ ତିଆରି କରିବୁ।”

ଅରୁଣ ଗାନ୍ଧିଙ୍କ ପୁଅ ତୁଷାର ଗାନ୍ଧି ଦେହାନ୍ତ ଖବର ପାଇ କୋଲହାପୁର ଅଭିମୁଖେ ଆସିଛନ୍ତି। ୱାଶି ନନ୍ଦୱାଲ ଠାରେ ଅରୁଣଙ୍କ ଅନ୍ତିମ ସଂସ୍କାର କରାଯିବ ।

Mahatma Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe