Advertisment

ମ୍ୟାଜିକ୍‌ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ

ବିଜେପି ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି।

ଅଦ୍ୟତନ ହୋଇଛି
pema khandu

pema khandu

Advertisment

ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ। ମ୍ୟାଜିକ୍‌ ନମ୍ବର ପାର୍‌ କଲା ଦଳ। ମୋଟ ୬୦ ଆସନରୁ ୪୫ଟି ଆସନରେ ବିଜେପି ଜିତିଥିବା ସୂଚନା ମିଳିଛି। ସେହିପରି ୧ଟି ଆସନରେ ଦଳ ଏବେବି ଆଗୁଆ ରହିଛି। ତେବେ ଏହି ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଏଠାରେ ପୁଣି ଥରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

Advertisment

ଏହା ବ୍ୟତୀତ ଏନପିପି ୪ଟି ସିଟ୍ ଜିତିଛି ଏବଂ ୨ଟିରେ ଆଗରେ ଅଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ବିଜେପି ଏହାକୁ ଟପି ଯାଇ ୪୫ ଆସନ ନିଜ ଦଖଲକୁ ନେଇଛି। ଅର୍ଥାତ୍‌ ବିଜେପି ନେତୃତ୍ୱାଧିନ ପେମା ଖାଣ୍ଡୁଙ୍କ ଦଳ ପୁଣି ସରକାର ଗଢିବାକୁ ଯାଉଛି। ଯାହାକୁ ନେଇ ରାଜ୍ୟର ବିଜେପି ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ପରସ୍ପରକୁ ମିଠା ବାଣ୍ଟିଛନ୍ତି।

ଆଜି ସକାଳୁ ଅରୁଣାଚଳରେ ମତ ଗଣନା ଜାରି ରହିଥିବାବେଳେ ବିଜେପି ଆଗରେ ଥିଲା। ଏଥର ବିଜେପି ମୋଟ ୬୦ଟି ଆସନରୁ ୪୬ଟି ଆସନରେ ପ୍ରାର୍ଥୀ ଦେଇଥିଲା।  ପୂର୍ବରୁ ବିଜେପିର ୧୦ଜଣ ପ୍ରାର୍ଥୀ ଏଠାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି। ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଏନପିପିକୁ ୫ଟି ଆସନ ମିଳିଛି। ସେହିପରି କଂଗ୍ରେସ କେବଳ ଗୋଟିଏ ଆସନ ହାତେଇ ପାରିଛି।  ଅନ୍ୟାନ୍ୟ ୭ଟି ଆସନରେ ଜିତିଛି ଓ ୧ ଆସନରେ ଆଗୁଆ ଅଛି।

Advertisment

Bjp Win Arunachal Pradesh Election Result 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe