Advertisment

୫୦ ଦିନ ପରେ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ

ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି।

author-image
Hemant Lenka
 Arvind Kejriwal

Arvind Kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରାୟ ୫୦ ଦିନ ପରେ ଆଜି ମୁକୁଳିଛନ୍ତି। ଆଜି ସନ୍ଧ୍ୟାରେ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି।

Advertisment

ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି। କେଜ୍ରିୱାଲ ପ୍ରଥମେ ତିହାର ଜେଲର ନଂ ୨ ସେଲରୁ ବାହାରିଥିଲେ। ଏହାପରେ ଗେଟ ନମ୍ବର ୪ ଦେଇ ବାହାରକୁ ଆସିଥିଲେ। 

ସୁପ୍ରିମକୋର୍ଟଙ୍କ ଜାମିନ ନିର୍ଦ୍ଦେଶର କପି ସନ୍ଧ୍ୟା ପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଥିଲା। ଏହାକୁ ଯାଞ୍ଚ କରିବା ପରେ କେଜ୍ରିୱାଲଙ୍କୁ ଜେଲରୁ ଛଡ଼ା ଯାଇଛି। କେଜ୍ରିୱାଲଙ୍କ ଜାମିନ ନିର୍ଦ୍ଦେଶ ପରେ ମିଠା ବାଣ୍ଟି ଉତ୍ସବ ପାଳିଥିବା ଶତାଧିକ ଆପ କର୍ମୀ ଆଜି ତିହାର ଜେଲ ବାହାରେ ମଧ୍ୟ ଏକାଠି ହୋଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂହ ମାନ ମଧ୍ୟ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ତିହାର ଜେଲ ବାହାରେ ପହଞ୍ଚିଥିଲେ। ଜେଲ ଭିତରୁ କେଜ୍ରିୱାଲ ସ୍ୱତନ୍ତ୍ର କନଭୟରେ ସିଧା ଘରକୁ ଯାଇଥିଲେ।

Advertisment

କେଜ୍ରିୱାଲଙ୍କ ବାସଭବନ ବାହାରେ ମଧ୍ୟ ତାଙ୍କୁ ସ୍ୱାଗତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ଆପ କରିଥିଲା। ଜାମିନ ମିଳିଥିଲେ ହେଁ ଆପ୍‌ ମୁଖ୍ୟ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ।

କିନ୍ତୁ ସେ ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର କରିପାରିବେ। ସେ ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲା କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ।

ମାର୍ଚ୍ଚ ୨୧ରେ ଇଡି ୬ ଘଣ୍ଟା କେଜ୍ରିୱାଲ ଘରେ ରେଡ କରିବା ପରେ ତାଙ୍କୁ ଗିରଫ କରିଥିଲା। ଏହାପରେ ଦୁଇଟି ପର୍ଯ୍ୟାୟରେ ତାଙ୍କୁ ରିମାଣ୍ଡରେ ନେଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଏହାପରେ ଏପ୍ରିଲ ୧ରୁ ସେ ତିହାର ଜେଲର ବିଚାର ବିଭାଗୀୟ ହାଜତରେ ରହିଥିଲେ।

Arvind Kejriwal AAP Tihar Jail Liquor Case