Advertisment

ଘାରିଲା ଗିରଫଦାରୀ ଭୟ, ହାଇକୋର୍ଟଙ୍କ ଶରଣରେ କେଜ୍ରିଓ୍ୱାଲ

ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୯ମ ଥର ପାଇଁ ସମନ ଜାରି କରି ଆଜି ହେବାକୁ ଡକାଇଥିଲା।

Kejriwal

Kejriwal

Advertisment

ଘାରିଲା ଗିରଫଦାରୀ ଭୟ। ଦିଲ୍ଲୀର ତଥାକଥିତ ମଦ ଦୁର୍ନୀତି ମାମଲାରେ ଇଡିର ଗିରଫଦାରୀରୁ ବଞ୍ଚିବା ପାଇଁ ଆଗୁଆ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ହାଇକୋର୍ଟରେ ସେ ଏକ ପିଟିସନ ଦାଖଲ କରିଛନ୍ତି।

Advertisment

ଏହି ପିଟିସନ ଦାୟର କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ମଦ ଦୁର୍ନୀତି ମାମଲା ଯାଞ୍ଚରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତାଙ୍କୁ ଗିରଫ ନ କରିବା ପାଇଁ ଇଡିକୁ ରୋକିବାକୁ ସେ କିହଛନ୍ତି। ଏଥିସହ ଇଡିର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଆଜି ଏହି ମାମଲାର ଶୁଣାଣି ହେବ।

ଦିଲ୍ଲୀ ମଦ ନୀତି ମ‌ାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ବାରମ୍ବାର ସମନ ପଠାଇବା ସତ୍ତ୍ୱେ ବି ସେ ଏଜେନ୍ସିରେ ହାଜର ହେଉନାହାନ୍ତି। ଏବେ କୋର୍ଟ ସେହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ଏହାକୁ ନେଇ କେଜ୍ରିୱାଲ୍‌ ତାଙ୍କ ବିରୋଧରେ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।

Advertisment

ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିସାରିଲାଣି। ଏ ମାମଲାରେ ପଚରାଉଚରା ପାଇଁ ଆଜି ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ ପୂର୍ବରୁ ଇଡି ସମନ ଜାରି କରିସାରିଛି। ତେବେ ଇଡିର ଏହି ସମନକୁ ଅବୈଧ ଦର୍ଶାଇବା ସହ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି କେଜ୍ରିୱାଲ। ଏହି ମାମଲାରେ ପୂର୍ବରୁ ଇଡି ମନୀଷ ସିସୋଦିଆ, ସଞ୍ଜୟ ସିଂହ, ବିଜୟ ନାୟରଙ୍କୁ ଗିରଫ କରିସାରିଛି।

Arvind Kejriwal Delhi High Court Delhi Liquor Scam Case ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe