Advertisment

କେଜ୍ରିୱାଲଙ୍କ ଜାମିନ ଆବେଦନ; ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଶୁଣାଣି ସାରି କୋର୍ଟ କହିଲେ, "ରାୟ ସଂରକ୍ଷିତ। ଧନ୍ୟବାଦ। ମଙ୍ଗଳବାର ଦେଖାହେବ।"

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସିବିଆଇ ଗିରଫଦାରୀ ବିରୋଧରେ ଆବେଦନ ହୋଇଥିବା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ମଙ୍ଗଳବାର ରାୟ ପ୍ରକାଶ ପାଇବ।

Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ହେଫାଜତରେ ଥିବାବେଳେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ସିବିଆଇ। କେଜ୍ରିୱାଲ ସିବିଆଇ ଗିରୋଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

ଆଜି ସର୍ବୋଚ୍ଚ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜ୍ଜଳ ଭୂୟାଂ ଏ ଉପରେ ବିଚାର କରିଥିଲେ। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ସିବିଆଇକୁ କହିଥିଲେ ଯେ, ଜେଲରେ ଥିବା ସମୟରେ ଗିରଫ କରିବା ପାଇଁ କୋର୍ଟଙ୍କ ଅନୁମତି ଆବଶ୍ୟକ। ଯଦି କେଜ୍ରିୱାଲଙ୍କୁ ପୁନଶ୍ଚ ଗିରଫ କରିବାର ଥିଲା, ତେବେ କୋର୍ଟରୁ ଅନୁମତି ନେବାର ଥିଲା।

Advertisment

ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ କହିଥିଲେ, "ରାୟ ସଂରକ୍ଷିତ। ଧନ୍ୟବାଦ। ମଙ୍ଗଳବାର ଦେଖାହେବ।"

ପ୍ରକାଶ ଥାଉକି, ମଦ ନୀତି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ କେଜ୍ରିୱାଲଙ୍କୁ ଜାମିନ ମିଳି ସାରିଛି। କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିଥିବାରୁ ସେ ଜେଲରେ ଅଛନ୍ତି। ଆଜି ସିବିଆଇ ଗିରଫଦାରୀ ବିରୁଦ୍ଧରେ ଶୁଣାଣି ସରିଛି। ଯଦି ମଙ୍ଗଳବାର ପ୍ରକାଶ ପାଇକାବୁ ଥିବା ସୁପ୍ରିମ ରାୟ କେଜ୍ରିୱାଲଙ୍କ ସପକ୍ଷରେ ଯାଏ, ତେବେ ସେ ଜେଲରୁ ମୁକୁଳିବେ।

ଏହି ମାମଲାରେ ପୂର୍ବରୁ ମନୀଶ ସିସୋଦିଆ, ବିଜୟ ନାୟିର, କେ କବିତା ଏବଂ ସଞ୍ଜୟ ସିଂହଙ୍କୁ ଜାମିନ ମିଳି ସାରିଛି। 

Arvind Kejriwal Delhi Liquor Policy Scam CBI Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe