ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। କେଜ୍ରିୱାଲ ଇଡିର ଗିରଫଦାରୀକୁ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ଦେଶରେ ଚାଲିଥିବା ନିର୍ବାଚନକୁ ଦୃଷ୍ଟରେ ରଖି ଜୁନ ୧ ଯାଏ ତାଙ୍କୁ ଜାମିନ ଦେଇଛନ୍ତି। ଜୁନ ୨ରେ ସେ ପୁଣି ତିହାର ଜେଲରେ ଆତ୍ମସମର୍ପଣ କରିବେ।
ତେବେ ଜାମିନ ପାଇଥିବା କେଜ୍ରିୱାଲଙ୍କ ଆଗରେ ସୁପ୍ରିମକୋର୍ଟ କିଛି ସର୍ତ୍ତ ରଖିଛନ୍ତି। ସେଗୁଡ଼ିକ ହେଲା-
୧- ଜେଲରୁ ମୁକୁଳିବା ପୂର୍ବରୁ କେଜ୍ରିୱାଲଙ୍କୁ ୫୦ ହଜାର ଟଙ୍କାର ଗୋଟିଏ ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ ପଡ଼ିବ।
୨- ଜାମିନ ମିଳିଥିଲେ ହେଁ ଆପ୍ ମୁଖ୍ୟ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ କିମ୍ବା ଦିଲ୍ଲୀ ସଚିବାଳୟକୁ ଯାଇ ପାରିବେ ନାହିଁ। କିନ୍ତୁ ସେ ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର କରିପାରିବେ।
୩- ଗିରଫ ପରେ ମଧ୍ୟ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନଥିଲେ। କିନ୍ତୁ ସେ ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ।
୪- ଦିଲ୍ଲୀ ଅବକାରୀ ନୀତି ମାମଲା କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ।
୫- ଏହି ମାମଲାର କୌଣସି ସାକ୍ଷୀଙ୍କୁ ପ୍ରଭାବିତ କିମ୍ବା ଯୋଗାଯୋଗ କରିବାକୁ କେଜ୍ରିୱାଲ ଚେଷ୍ଟା କରିପାରିବ ନାହିଁ।