Advertisment

କେଜ୍ରିୱାଲଙ୍କ ଗୁହାରୀ- ମୋ’ ମେଡିକାଲ ଟେଷ୍ଟ ବେଳେ VCରେ ପତ୍ନୀଙ୍କ ଉପସ୍ଥିତି ଲୋଡ଼ା

ମୋ’ ମେଡିକାଲ ଚେକ୍‌ଅପ୍‌ ବେଳେ ପତ୍ନୀଙ୍କ ଉପସ୍ଥିତି ଲୋଡ଼ା। ଅତି କମ୍‌ରେ ଭିଡିଓ କନଫରେନ୍ସଂ ଜରିଆରେ ସେ ଉପସ୍ଥିତ ରୁହନ୍ତୁ ବୋଲି କହି ଗୁହାରୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Kejriwal & wife sunita

Kejriwal & wife sunita

Advertisment

ମୋ’ ମେଡିକାଲ ଚେକ୍‌ଅପ୍‌ ବେଳେ ପତ୍ନୀଙ୍କ ଉପସ୍ଥିତି ଲୋଡ଼ା। ଅତି କମ୍‌ରେ ଭିଡିଓ କନଫରେନ୍ସଂ ଜରିଆରେ ସେ ଉପସ୍ଥିତ ରୁହନ୍ତୁ ବୋଲି କହି କୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥିନିମନ୍ତେ ଅନୁମତି ଦେବାକୁ କେଜ୍ରିୱାଲ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଆବେଦନ କରିଛନ୍ତି।

Advertisment

ଏନେଇ ଇଡିକୁ ପକ୍ଷ ରଖିବାକୁ କୁହାଯାଇଥିବା ବେଳେ ସୁପ୍ରିମ କୋର୍ଟ ଆସନ୍ତାକାଲି ଶୁଣାଣି କରିବେ। ଏହା ଉପରେ ନିଜ ପକ୍ଷ ରଖିବାକୁ ସମୟ ମାଗିଛି ଇଡି।

କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୧୯ ତାରିଖରେ ଶୁଣାଣି ହେବ । ଗତ ଥର ହୋଇଥିବା ଶୁଣାଣି ବେଳେ କେଜ୍ରିୱାଲଙ୍କ ଜାମିନ ଆବେଦନକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା।

Advertisment

ଇଡି ପକ୍ଷରୁ କୁହାଯାଇଥିଲା ଯେ କେଜ୍ରିୱାଲଙ୍କ ମେଡିକାଲ ଟେଷ୍ଟ ଜେଲ୍‌ରେ ହୋଇ ପାରିବ । ତେଣୁ ଏହି କାରଣ ପାଇଁ ତାଙ୍କୁ ଜାମିନ ମଞ୍ଜୁର କରିବାର ଆବଶ୍ୟକତା ନ ଥିବା କହିଛି ଇଡି । ତେଣୁ ମେଡିକାଲ ଟେଷ୍ଟ ବେଳେ VC ଜରିଆରେ ପତ୍ନୀଙ୍କ ଉପସ୍ଥିତି ଚାହୁଁଛନ୍ତି କେଜ୍ରିୱାଲ ।

ଗତ ଥରର ଶୁଣାଣି ବେଳେ ଇଡି ପକ୍ଷରୁ କେଜ୍ରିୱାଲ ଓ ବିନୋଦ ଚୌହାନ ନାମକ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ପ୍ରମାଣ ଦିଆଯାଇଥିଲା। ଇଡି ପକ୍ଷରୁ କୁହାଯାଇଥିଲା ବିନୋଦ କେଜ୍ରିୱାଲଙ୍କ ସହ ହାଇକୋର୍ଟ ଜଜଙ୍କ ସାକ୍ଷାତ ପାଇଁ ଚେଷ୍ଟା କରୁଥିଲେ। ସେ କେଜ୍ରିୱାଲଙ୍କ ମାଧ୍ୟମରେ ଜଳ ବୋର୍ଡ ଅଧିକାରୀଙ୍କ ଟ୍ରାନ୍ସଫର କରୁଥିଲେ। ଏଥିସହ ସେ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ନଗଦ ଅଢେଇ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe