Advertisment

ଇଡିର ଦାବି: ଜାମିନ ପାଇଁ ପ୍ରଚୁର ଆମ୍ବ ଓ ମିଠା ଖାଉଛନ୍ତି କେଜ୍ରିୱାଲ

କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି।

Arvind Kejriwal

Arvind Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି।

Advertisment

କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି। ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି।

Advertisment

ଏହାପରେ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କେଜ୍ରିୱାଲ ଖାଉଥିବା ଖାଦ୍ୟର ତାଲିକା ଦେବାକୁ କହିଛନ୍ତି। ଏଥିସହ କୋର୍ଟ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ଓକିଲଙ୍କୁ ମଧ୍ୟ ଡାକ୍ତର ତାଙ୍କ ପାଇଁ ପ୍ରଦାନ କରିଥିବା ଖାଦ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ।

ଶୁଣାଣି ବେଳେ ଇଡି କହିଥିଲା ଯେ ଅରବିନ୍ଦ କେଜ୍ରିୱାଲ ନିୟମିତ ଭାବେ ଚା’ରେ ଚିନି ପକାଇ ପିଉଛନ୍ତି। ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଉଛନ୍ତି। ସେ ଜଣେ ଟାଇପ ୨ ମଧୁମେହ ରୋଗୀ। ସେ ଭଲ ଭାବେ ଜାଣିଛନ୍ତି ଯେ ଏସବୁ ଖାଇଲେ, ତାଙ୍କର ରକ୍ତ ସର୍କରା ବୃଦ୍ଧି ପାଇବ।

ତଥାପି ସେ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି। ସେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରି କୋର୍ଟଙ୍କ ଠାରୁ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ ଚାହୁଁଛନ୍ତି। ଜେଲରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉଛି। ସେମାନେ ଦିନକୁ ୨ ଥର କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।”

କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ। ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା। କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି।

ଏହା ଶୁଣିବା ପରେ କୋର୍ଟ ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ED Raid Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe