Advertisment

ସରେଣ୍ଡରକୁ ଆଉ ମାତ୍ର ୩ ଦିନ, ପୁଣି ଜାମିନ ଆବେଦନ କଲେ କେଜ୍ରିଓ୍ୱାଲ

ଏହା ପୂର୍ବରୁ ମଙ୍ଗଳବାର ସୁପ୍ରିମକୋର୍ଟ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନକୁ ଖାରଜ କରିଦେଇଥିଲେ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଆଉ ମାତ୍ର ତିନି ଦିନ ପରେ ଜେଲ୍‌କୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଜୁନ୍‌ ୨ ତାରିଖରେ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ତେବେ ସରେଣ୍ଡର କରିବା ଡେଡ୍‌ଲାଇନ୍‌କୁ ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ପୁଣି ଥରେ ସେ ଜାମିନ ଆବେଦନ କରିଛନ୍ତି। ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି।

Advertisment

କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଛନ୍ତି। ଦିନକୁ ଦିନ ଓଜନ ହ୍ରାସ ପାଉଥିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବେଶ୍‌ ଖରାପ ରହିଛି। ମେଡିକାଲ ଚେକ୍‌ଅପ୍‌ କରିବା ଲାଗି ତାଙ୍କୁ ସମୟ ଦରକାର ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି। ଆଜି ଏହି ଆବେଦନର ଶୁଣାଣି ହେବ। 

ଏହା ପୂର୍ବରୁ ମଙ୍ଗଳବାର ସୁପ୍ରିମକୋର୍ଟ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନକୁ ଖାରଜ କରିଦେଇଥିଲେ। କେଜ୍ରିଓ୍ୱାଲ କରିଥିବା ୭ ଦିନ ପାଇଁ ଜାମିନ ଅବଧି ବୃଦ୍ଧି ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟାର୍‌ ଏହାକୁ ଗ୍ରହଣ କରିନଥିଲେ।

Advertisment

ଖଣ୍ଡପୀଠ କହିଥିଲେ, କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ହୋଇସାରିଛି। ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି। ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇ ଦିଆଯାଇଛି।

କହିରଖୁ, ସମ୍ପ୍ରତି ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ୨୧ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହାର ସମୟ ସୀମା ଜୁନ୍ ୧ରେ ଶେଷ ହେବ। ଏଥିପାଇଁ ଦିଲ୍ଲୀ ସିଏମ୍‌ଙ୍କୁ ଜୁନ୍ ୨ ତାରିଖ ସୁଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Arvind Kejriwal Supreme Court AAP Kejriwal Bail Plea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe