Advertisment

କେଜ୍ରିଓ୍ୱାଲ ହାଜିର ହୋ, ପୁଣି ସମନ ପଠାଇଲା ଇଡି

ବର୍ତ୍ତମାନ ସୁଦ୍ଧା ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇ ସାରିଲାଣି

author-image
Madhupriya Mistry
undefined

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କଥିତ ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି। ଏହି ସମନ ଜାରି କରି ସୋମବାର ଅର୍ଥାତ ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କୁହାଯାଇଛି।

Advertisment

କହିରଖୁ ଯେ, ବର୍ତ୍ତମାନ ସୁଦ୍ଧା ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇ ସାରିଲାଣି। କିନ୍ତୁ ସେ ଗୋଟିଏ ବି ସମନର ଉତ୍ତର ଦେଇ ହାଜର ହୋଇ ନାହାନ୍ତି। ସମସ୍ତ ୬ଟି ଯାକ ସମନକୁ କେଜ୍ରିଓ୍ୱାଲ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଇଛନ୍ତି।

ବାରମ୍ବାର ସମନ ପଠାଇବା ପରେ ବି ଆପ୍‌ ସୁପ୍ରିମୋ କେଜ୍ରିଓ୍ୱାଲ ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିଓ୍ୱାଲଙ୍କୁ ୧୭ ଫେବ୍ରୁଆରୀରେ ଡକାଇଥିଲେ। ହେଲେ କେଜ୍ରିଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବିଧାନସଭାରେ ଆସ୍ଥା ଭୋଟରେ ବ୍ୟସ୍ତ ଥିବା କହି ହାଜର ହେବା ପାଇଁ କୋର୍ଟଙ୍କୁ ନୂଆ ତାରିଖ ମାଗିଥିଲେ। ଏହାପରେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବା ପାଇଁ କହିଥିଲେ।

Advertisment

ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। ହେଲେ କେଜ୍ରିୱାଲ୍‌ ହାଜର ହୋଇନଥିଲେ। ତେଣୁ ଆଜି ପୁଣି ଥରେ ଇଡି ତାଙ୍କୁ ସମନ ଜାରି କରି ଡକାଇଛି।

Delhi Arvind Kejriwal Money Laundering ED Summon