Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ଜାମିନ, କାଲି ଜେଲରୁ ବାହାରିବେ

ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ମନିଲଣ୍ତରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।

Advertisment

ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ।

ହେଲେ ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏନ ବିନ୍ଦୁ ଆଜି କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଛି।

Advertisment

୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବା ପରେ କେଜ୍ରିୱାଲ ଶୁକ୍ରବାର ଜେଲରୁ ମୁକୁଳିବେ। କୋର୍ଟ ସନ୍ଧ୍ୟା ୮ଟାରେ ଜାମିନ ନିର୍ଦ୍ଦେଶ ଦେଇଥିବାରୁ ଏହାର କାଗଜ ଆସନ୍ତାକାଲି ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବ। ଏହାପରେ ଯାଇ କେଜ୍ରିୱାଲ ଜେଲରୁ ବାହାରିବେ। 

ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଆଜିର ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ “ମାମଲା କେବଳ ଘଟଣାର ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଉପରେ ଆଧାରିତ। ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି। ସେମାନେ ଏଠାରେ ସନ୍ଥ ନୁହନ୍ତି।

ସେମାନେ କେବଳ ଭ୍ରଷ୍ଟ ନୁହନ୍ତି, ବରଂ ସେମାନଙ୍କ ମଧ୍ୟରୁ ଅନେକ ଗିରଫ ହୋଇ ଜାମିନ ପାଇଛନ୍ତି। ସେମାନଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଜାମିନ ଦିଆଯାଇଛି। ସେମାନେ ରାଜସାକ୍ଷୀ ବନିଛନ୍ତି। ଏଠାରେ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଗିରଫ ହୋଇ ନାହାନ୍ତି। ସେମାନଙ୍କ ବୟାନକୁ ମଧ୍ୟ ବିଚାରକୁ ନିଆଯାଇ ମାମଲା ହୋଇଛି। 

ତଥାକଥିତ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ମିଳିଥିବା ଦାବି କରାଯାଉଛି। କିନ୍ତୁ ଏହାର କୌଣସି ପ୍ରମାଣ ମିଳିନାହିଁ। ୧୦୦ କୋଟି ମିଳିଥିବା ଗୋଟିଏ ବୟାନ। ଏହା ପ୍ରମାଣ ନୁହେଁ।” ଏହା ଶୁଣିବା ପରେ ସନ୍ଧ୍ୟା ୮ଟାରେ କୋର୍ଟ ରାୟ ପ୍ରକାଶ କରି କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। 

ED Raid Arvind Kejriwal