Advertisment

ଶର୍କରା ସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ

ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିବା ଆପ୍ କହିଛି।

Arvind Kejriwal

Arvind Kejriwal

Advertisment

ବାରମ୍ବାର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଥିବା ଅଭିଯୋଗ ପରେ କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯାଇଛି। ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିବା ଆପ୍ କହିଛି।

Advertisment

ଆପର କହିବା ଅନୁସାରେ, କେଜ୍ରିୱାଲ ଟାଇପ୍-୨ ଡାଇବେଟିସ ରୋଗୀ। ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତାଙ୍କୁ ଇନସୁଲିନ ଦିଆଯାଇଛି।ଗତକାଲି ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ କେଜ୍ରିୱାଲ। ଜେଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ମିଛ ଡାଟା ଦିଆଯାଉଥିବା ସେ କହିଥିଲେ।

ସେପଟେ ଆପ୍ ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲା। କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ମସୁଧା ଚାଲିଥିବା ଅଭିଯୋଗ କରିଥିଲା ଆପ୍। ୩୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡ଼ଯନ୍ତ୍ର ଚାଲିଛି ବୋଲି ଆପ୍‌ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ ପ୍ରଶ୍ନ କରିଥିଲେ।

Advertisment

ଆପର ଏପରି ଅଭିଯୋଗ ମଧ୍ୟରେ କୋର୍ଟରେ ଇଡି କହିଥିଲା ଯେ, କେଜ୍ରିୱାଲ ଜାଣି ଜାଣି ଶର୍କରା ସ୍ତର ବୃଦ୍ଧି କରିବାକୁ ଚାହୁଁଛନ୍ତି। ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ କେଜ୍ରିୱାଲ ପ୍ରଚୁର ଆମ୍ବ ଓ ମିଠା ଖାଉଥିବା ଇଡି କହିଥିଲା।

ଅବକାରୀ ନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଗତକାଲି ସେ ପ୍ରତିଦିନ ଡାକ୍ତରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ, ଯାହାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରିଦିଆ ଯାଇଛି।  

Arvind Kejriwal Ed AAP Enforcement Directorate Delhi Liquor Policy Scam Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe