Advertisment

କୋର୍ଟ ଭିତରେ ବିଗିଡ଼ିଲା କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

ଶୁଣାଣି ବେଳେ କୋର୍ଟ ରୁମ୍‌ ଭିତରେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇ ପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଅସୁସ୍ଥ ହୋଇପଡିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କୋର୍ଟ ରୁମ୍‌ରେ ବିଗିଡିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ତାଙ୍କ ସୁଗାର ଲେବୁଲ ହ୍ରାସ୍‌ ପାଇଛି। ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି।

Advertisment

ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍‌ରିୱାଲଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏହାପରେ ତାଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏଠାରେ ଶୁଣାଣି ବେଳେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ମଧ୍ୟ ଅଛନ୍ତି। ଆପ୍‌ ମୁଖ୍ୟଙ୍କୁ ଅନ୍ୟ ଏକ କୋଠାରୀରେ ବସାଯାଇ ଚା' ଓ ବିସ୍କୁଟ୍‌ ଖାଇବାକୁ ଦିଆଯାଇଛି।

କହିରଖୁ, ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍‌ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା। ଇଡିର ଗିରଫଦାରୀ ମାମଲାରେ ଜାମିନ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ତେବେ ଏହାକୁ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଛି। ଏହାପରେ ସେ ସୁପ୍ରିମକୋର୍ଟରୁ ନିଜ ଆବେଦନ ଫେରାଇ ନେଇଛନ୍ତି। ବର୍ତ୍ତମାନ କେଜ୍ରିୱାଲ ସର୍ବୋଚ୍ଚ କୋର୍ଟରେ ଏକ ନୂତନ ଆବେଦନ କରିବେ।

Advertisment

ପ୍ରକାଶ ଥାଉକି, ଦୀର୍ଘ ୪ ମାସ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ସମନ କରିବା ପରେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଲୋକସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ଏବଂ ସର୍ବୋଚ୍ଚ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ। 

ସର୍ତ୍ତ ଅନୁସାରେ ପ୍ରଚାର ସରିବାର ଗୋଟିଏ ଦିନ ପରେ ଅର୍ଥାତ ଜୁନ ୩ରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ କେଜ୍ରିୱାଲ। ଏହାପରେ ପୁନର୍ବାର ବେଲ୍ ଆବେଦନ କରିଥିଲଏ ଏବଂ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ସ୍ଥଗିତ ରଖିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେଜ୍ରିଓ୍ୱାଲ। 

Arvind Kejriwal Rouse Avenue Court Sugar Level Dropped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe