Advertisment

କାଲି ଜେରା ହୋଇଥିଲେ କେଜ୍ରିୱାଲ, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ।

ଅଦ୍ୟତନ ହୋଇଛି
Arvind Kejriwa

Arvind Kejriwa

Advertisment

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ।

Advertisment

ହାଇକୋର୍ଟ ଶୁକ୍ରବାର ଠାରୁ କେଜ୍ରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଥିବା ବେଳେ ଏହାକୁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ସୋମବାର ଶୁଣାଣି ବେଳେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ କହିଥିଲେ। ହାଇକୋର୍ଟ ରାୟ ଦେବା ପରେ ହିଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି କହିଥିଲେ। ଗତକାଲି ହାଇକୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଏହାର ଶୁଶାଣି କରିବେ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତକାଲି ତିହାର ଜେଲରେ କେଜ୍ରିୱାଲଙ୍କୁ ଜେରା କରିଛି ସିବିଆଇ । ମଦ ନୀତି ଦୁର୍ନୀତି ମାମଲାରେ ଗୁଡ଼େଇ ତୁଡ଼େଇ ଜେରା କରିଛି ସିବିଆଇ ।

Advertisment

ଜାମିନ୍ ଆବେଦନର ଶୁଣାଣିର ଠିକ୍ ଗୋଟିଏ ଦିନ ପୂର୍ବରୁ ହିଁ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଆଜି ଗିରଫ କରାଯାଇପାରେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏନେଇ କିନ୍ତୁ ଯାଞ୍ଚ ଏଜେନ୍ସି ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇନାହିଁ ।

ବର୍ତ୍ତମାନ କେଜ୍ରିୱାଲ ED ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତଳ କୋର୍ଟଙ୍କ ଜାମିନ ଉପରେ ରୋକ୍ ଲଗାଇଥିଲେ ଦିଲ୍ଲୀ ହାଇକୋର୍ଟ। ଗତ ୨୦ ତାରିଖରେ ଦିଲ୍ଲୀର ଏକ ତଳ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ୧ ଲକ୍ଷ ଟଙ୍କା ବେଲ୍‌ ବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ମାତ୍ର ହାଇକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ।

Arvind Kejriwal Supreme Court AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe