Advertisment

କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି

ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା।

ED

ED

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜିୱାଲଙ୍କୁ ୨୮ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।

Advertisment

ପ୍ରକୃତରେ ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ଏସଭି ରାଜୁ ବଳିଷ୍ଠ ଯୁକ୍ତି ରଖିଥିଲେ। ଅବାକାରୀ ନୀତି ଦୁର୍ନୀତି ଘଟଣାର କିଙ୍ଗ ପିନ କେଜ୍ରିୱାଲ ବୋଲି ମଧ୍ୟ ସେ କହିଥିଲେ।

ହେଲେ କେଜ୍ରିୱାଲଙ୍କ ଲିଗାଲ ଟିମ ଏହାକୁ ବିରୋଧ କରିଥିଲା। ଇଡି କରୁଥିବା ଦାବିରେ କୌଣସି ପ୍ରକାରର ସିଧାସଳଖ ପ୍ରମାଣ ନଥିବା କେଜ୍ରିୱାଲଙ୍କ ଓକିଲ କହିଥିଲେ। ଦୀର୍ଘ ଘଣ୍ଟା ଧରି ଦୁଇ ପକ୍ଷଙ୍କୁ ଶୁଣିବା ପରେ କେଜ୍ରିୱାଲଙ୍କୁ କୋର୍ଟ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ମାର୍ଚ୍ଚ ୨୮ ତାରିଖ ଦିନ ୨ଟା ବେଳକୁ କେଜ୍ରିୱାଲଙ୍କୁ ପୁଣି ହାଜର କରିବାକୁ କୋର୍ଟ ଇଡିକୁ କହିଛନ୍ତି।

Advertisment

ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ସେ ଭାରତ ଇତିହାସର ପ୍ରଥମ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଯିଏ ଗିରଫ ହୋଇଛନ୍ତି। ବର୍ତ୍ତମାନ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଘଟଣାରେ ଇଡି ତାଙ୍କୁ ଗିରଫ କରିଛି। ନୀତି ପ୍ରଣୟନ କରି କେଜ୍ରିୱାଲଙ୍କ ଆପ୍‌ ଶହଶହ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିବା ଇଡି ଅଭିଯୋଗ କରିଛି।

ଗିରଫ ପରେ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଇଡି ମୁଖ୍ୟାଳୟରେ ରଖା ଯାଇଥିଲା। ସକାଳୁ ମେଡିକାଲ ଟେଷ୍ଟ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଛି। ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଅବକାରୀ ନୀତି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ ବୋଲି ଇଡି ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା।

Arvind Kejriwal ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe