Advertisment

କେଜ୍ରିୱାଲ ‘ମିଛର ବିଶ୍ୱକୋଷ’: ଜେପି ନଡ୍ଡା

ଦିଲ୍ଲୀରେ ଆସନ୍ତା ୫ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୋଟ୍ ଗଣତି ହେବ।

JP Nadda

JP Nadda

Advertisment

ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ‘ମିଛର ବିଶ୍ୱକୋଷ’। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବାର ତିନି ଦିନ ପୂର୍ବରୁ କେଜ୍ରିୱାଲଙ୍କୁ ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା।

Advertisment

ସେ କହିଛନ୍ତି, ଏଥର ଦିଲ୍ଲୀବାସୀ ଆପ୍‌ଦା (ବିପର୍ଯ୍ୟୟ) ପାର୍ଟିକୁ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରିସାରିଛନ୍ତି। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ଦୁର୍ନୀତି ଓ କୁଶାସନରେ ଅତିଷ୍ଠ ହୋଇଯାଇଛନ୍ତି। ଦିଲ୍ଲୀ ବର୍ତ୍ତମାନ ବିଜେପିର ଡବଲ ଇଞ୍ଜିନ ସରକାର ଆବଶ୍ୟକ କରୁଥିବା ସେମାନେ ବୁଝିସାରିଲେଣି।

ନଡ୍ଡା କହିଛନ୍ତି, ମୁଁ ଏହା କହି ପାରିବି ଯେ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ମିଛର ବିଶ୍ୱକୋଷ। ଦିଲ୍ଲୀବାସୀ ବି ଏହା ଜାଣି ସାରିଲେଣି। ନୂଆ ନୂଆ ଉପାୟରେ ଦୁର୍ନୀତି କରିବାରେ ଆପ୍‌ଦା (ଆପ୍‌) ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଯଦି କେହି ଦିଲ୍ଲୀ ମଦ ଦୁର୍ନୀତିକୁ ଦେଖିବେ, ତା’ହେଲେ କେଜ୍ରିୱାଲ କିଭଳି ଅଭିନବ ଉପାୟରେ ଏହାକୁ କରିଥିଲେ, ତାହା ଜାଣିପାରିବେ।

Advertisment

ବିଜେପି ୨୭ ବର୍ଷ ହେଲାଣି ଦିଲ୍ଲୀରେ କ୍ଷମତା ପାଇ ନଥିବା ବେଳେ ଜେପି ନଡ୍ଡା କହିଛନ୍ତି, ୫ ବର୍ଷ ତଳେ ଦିଲ୍ଲୀରେ ବିଜେପି ଯାହା ଥିଲା, ଏବେ ତାହା ନାହିଁ। ଆମେ କଠିନ ପରିଶ୍ରମ କରିଛୁ। ତୃଣମୂଳ ସ୍ତରରୁ କାର୍ଯ୍ୟ କରିଛୁ। ବୁଥ୍‌ ସ୍ତରରୁ ଦଳକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରାଯାଇଛି। ଆମେ ସବୁ ବସ୍ତିକୁ ଯାଇଛୁ। ସମସ୍ତଙ୍କ ନିକଟରେ ଆମେ ପହଞ୍ଚିଛୁ।

ଦିଲ୍ଲୀରେ ବିଜେପି ଜିତିଲେ କିଏ ହେବେ ମୁଖ୍ୟମନ୍ତ୍ରୀ? ଏହି ପ୍ରଶ୍ନର ଜବାବରେ ଶ୍ରୀ ନଡ୍ଡା କହିଛନ୍ତି, ସବୁ ଦଳର ନିଜ ନିଜର ରଣକୌଶଳ ଥାଏ। ଆମେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଆହୁରି ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନଥିଲୁ। ଆଉ ଦିଲ୍ଲୀରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛୁ।

ଦିଲ୍ଲୀରେ ଆସନ୍ତା ୫ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୋଟ୍ ଗଣତି ହେବ ଓ ଫଳାଫଳ ଆସିବ। ତେବେ ତା’ପୂର୍ବରୁ ଆପ୍‌କୁ ଲାଗିଛି ଝଟକା। ଗତକାଲି ଦଳର ୮ ଜଣ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଯଦିଓ ସେମାନଙ୍କୁ ଆପ୍ ଏଥର ଟିକେଟ୍ ଦେଇ ନଥିଲା, ତଥାପି ଏମିତି ଭୋଟ୍‌ର ୪ ଦିନ ପୂର୍ବରୁ ଦଳର ଏତେ ସଂଖ୍ୟକ ବିଧାୟକ ବିଜେପିରେ ମିଶିଯିବା ନିଶ୍ଚୟ ଫରକ ପକାଇବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Jp Nadda Delhi Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe