Advertisment

କୋର୍ଟଙ୍କୁ କହିଲା ଇଡି: କେଜ୍ରିୱାଲ ଅବକାରୀ ନୀତିର କିଙ୍ଗପିନ୍‌

କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଥିବା ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିଛି। କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି।

ED

ED

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍‌ ହେଉଛନ୍ତି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ପ୍ରଣୟନ କରି ଆପ୍‌ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି। ଏହି ଦୁର୍ନୀତି ପଛରେ କେଜ୍ରିୱାଲ ହିଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବୋଲି ଆଜି ଇଡି ପକ୍ଷରୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟଙ୍କୁ ଅବଗତ କରାଯାଇଛି।

Advertisment

କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଥିବା ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିଛି। କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି। ରିମାଣ୍ଡ ପାଇଁ ଆବେଦନ କରିବା ବେଳେ ଅନେକ ସାଂଘାତିକ କଥା ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସିନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କୋର୍ଟଙ୍କୁ ଜଣାଇଛନ୍ତି।

୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ଦ୍ୱାରା ହୋଲସେଲର ବ୍ୟବସାୟୀଙ୍କୁ ୧୨% ଓ ରିଟଲ ବ୍ୟବସାୟୀଙ୍କୁ ୧୮୫% ଲାଭ ମିଳିଥିଲା ବୋଲି ଅଭିଯୋଗ ହୋଇଛି। ମଧ୍ୟସ୍ଥିତି, ବ୍ୟବସାୟୀ ଓ ରାଜନେତାମାନେ ଏଥିରୁ ପାଇଥିବା ଫାଇଦାର ତଦନ୍ତ କରାଯାଉଛି। ଏହା ସାଉଥ ଗ୍ରୁପ ନାଁରେ ପରିଚିତ।

Advertisment

କ’ଣ ସବୁ କହିଛନ୍ତି ଏସ୍‌ଭି ରାଜୁ

୧- ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି କିଙ୍ଗପିନ ଓ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ସିଧାସଳଖ ନୀତି ଲାଗୁ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ସାଉଥ ଗ୍ରୁପ ପାଇଁ କାମ କରୁଥିଲେ।

୨- ସାଉଥ ଗ୍ରୁପ୍‌ର କିଛି ଅଭିଯୁକ୍ତଙ୍କ ଠାରୁ ଅରବିନ୍ଦ କେଜ୍ରିୱାଲ ୧୦୦ କୋଟି ଟଙ୍କା ଦାବି କରିଥିଲେ। ପଞ୍ଜାବ ନିର୍ବାଚନ ପାଇଁ ଏହା ମଗା ଯାଇଥିଲା।

୩- କେବଳ ୧୦୦ କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରାଯାଇ ନାହିଁ, ବରଂ ଲାଞ୍ଚ ବାବଦ ଅର୍ଥରୁ ମିଳିଥିବା ଟଙ୍କାର ପରିମାଣ ୬୦୦ କୋଟିରୁ ଅଧିକ।

୪- ସାଉଥ ଗ୍ରୁପ ଠାରୁ ମିଳିଥିବା ଆଉ ୪୫ କୋଟି ଟଙ୍କା ୨୦୨୧-୨୨ ଗୋଆ ନିର୍ବାଚନର ପ୍ରଚାର ବେଳେ ଖର୍ଚ୍ଚ କରାଯାଇଛି।

୫- ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିଥିଲେ।

୬- ବିଜୟ ନାଏର ହେଉଛନ୍ତି କେଜ୍ରିୱାଲଙ୍କ ଖାସ ଲୋକ। ସେ କେଜ୍ରିୱାଲଙ୍କ ପାଇଁ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିଲେ। ନୀତି ପ୍ରଣୟନ କରୁଥିଲେ ଓ ଟଙ୍କା ଦେଉ ନଥିବା ଲୋକଙ୍କୁ ଧମକାଉଥିଲେ।

୭- ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଅନ୍ୟତମ ଅଭିଯୁକ୍ତ ଶରତ ରେଡ୍ଡୀଙ୍କୁ ବିଜୟ ନାଏରଙ୍କ ସହ ପରିଚିତ କରାଇଥିଲେ। ତାଙ୍କ ଠାରୁ ୨ଥର ଟଙ୍କା ଟ୍ରାନ୍ସଫର କରାଯାଇଛି। ବାଚି ବାବୁଙ୍କ ଜରିଆରେ ପ୍ରଥମଥର ୧୦ କୋଟି ଓ ଦ୍ୱିତୀୟ ଥର ୧୫ କୋଟି ମିଳିଛି। କେଜ୍ରିୱାଲ ପଞ୍ଜାବ ଓ ଗୋଆ ନିର୍ବାଚନ ପାଇଁ ପାଣ୍ଠି ଚାହୁଁଥିବାରୁ ଏପରି ଟଙ୍କା ମିଳିଥିଲା।

୮- ଅଭିଯୁକ୍ତ ବିଜୟ ନାଏର ଦିଲ୍ଲୀ ସ୍ଥିତ କେଜ୍ରିୱାଲଙ୍କ ବାସଭବନ ନିକଟରେ ରହୁଥିଲେ। ସେ ଆପ୍‌ର ମିଡିଆ ଇନଚାର୍ଜ ଭାବେ କାମ କରୁଥିଲେ। କେଜ୍ରିୱାଲ ଓ କେ କବିତାଙ୍କ ମଧ୍ୟରେ ସେ ମଧ୍ୟସ୍ଥତା ସାଜିଥିଲେ। 

୯- ମନୀଷ ସିସୋଦିଆ ମଧ୍ୟ ପୂରା ମାମଲାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ହିଁ ବିଜୟ ନାଏରଙ୍କୁ କେଜ୍ରିୱାଲଙ୍କ ଘରକୁ ଫୋନ କରି ଡାକିଥିଲେ। ଏହାପରେ ଅବକାରୀ ନୀତି ସହ ଜଡ଼ିତ ଦସ୍ତାବିଜ ତାଙ୍କୁ ଦେଇଥିଲେ।

୧୦- ସାଉଥ ଗ୍ରୁପ ଓ ଆପ୍‌ ମଧ୍ୟରେ ବିଜୟ ନାଏର ହିଁ ସବୁ ପ୍ରକାରର ଡିଲ କରୁଥିଲେ।

Arvind Kejriwal ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe