Advertisment

ମୋଦିଙ୍କ ଜନ୍ମ ଦିନରେ ‌ଇସ୍ତଫା ଦେବେ କେଜ୍ରିୱାଲ!

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆସନ୍ତାକାଲି ଅପରାହ୍ନ ୪.୩୦ରେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଭେଟିବେ। ଏହି ସମୟରେ ସେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇବେ ଓ ଇସ୍ତଫାପତ୍ର ପ୍ରଦାନ କରିବେ।

ଅଦ୍ୟତନ ହୋଇଛି
aap

aap

Advertisment

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆପ୍‌ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଦିନକ ତଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

Advertisment

ଆଜି ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଆସନ୍ତାକାଲି ଭେଟିବା ପାଇଁ ସମୟ ମାଗିଛନ୍ତି। ତେଣୁ ସେ କାଲି ହିଁ ଉପ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆପ୍‌ ସୂତ୍ରରେ କୁହାଯାଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆସନ୍ତାକାଲି ଅପରାହ୍ନ ୪.୩୦ରେ ଉପ ରାଜ୍ୟପାଳ ସକ୍ସେନାଙ୍କୁ ଭେଟିବେ। ଏହି ସମୟରେ ସେ ସାଂପ୍ରତିକ ସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇବେ ଓ ଇସ୍ତଫାପତ୍ର ପ୍ରଦାନ କରିବେ। ସେହିପରି କେଜ୍ରିୱାଲ ଖୁବଶୀଘ୍ର ନିଜର ବାସଭବନ ମଧ୍ୟ ଖାଲି କରିବେ। ମୁଖ୍ୟମନ୍ତ୍ରୀ ଭାବେ ସେ ରହୁଥିବା ବାସଭବନକୁ ଖାଲି କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। 

Advertisment

ଅନ୍ୟପକ୍ଷରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ଉପରେ ଆଲୋଚନା କରିବା ପାଇଁ ଆଜି ସନ୍ଧ୍ୟାର ଆପ୍‌ର ବରିଷ୍ଠ ନେତାମାନେ ବୈଠକ କରିବେ।

ସମ୍ଭବତଃ ବିଦାୟୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ଆପ୍‌ର ବରିଷ୍ଠ ନେତାମାନେ ବୈଠକ କରିପାରନ୍ତି। ଆସନ୍ତାକାଲି ମଧ୍ୟାହ୍ନରେ ଆପ୍‌ର ବିଧାୟକ ଦଳ ବୈଠକ ବସିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ନୂଆ ବିଧାୟକ ଦଳ ନେତା ଚୟନ ହେବେ।

ଆଜି ଆପ ନେତା ମନୀଷ ସିସୋଦିଆ ଓ ରାଘବ ଚଡ୍ଡା ମଧ୍ୟ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେମାନେ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାମାନଙ୍କ ଉପରେ ଆଲୋଚନା କରିଛନ୍ତି।

ଶୁକ୍ରବାର ଜେଲରୁ ମୁକୁଳିଥିବା କେଜ୍ରିୱାଲ ରବିବାର ଦଳୀୟ ମୁଖ୍ୟାଳୟରେ ଆପ୍‌ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ଚକିତ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

PM Modi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe