Advertisment

କେଜ୍ରିୱାଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

‘ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୁଁ ଦିଲ୍ଲୀ ପୁଲିସକୁ ପୂର୍ଣ୍ଣ ସହଯୋଗ କରୁଛି। କିନ୍ତୁ ମୁଁ କାହାକୁ କ୍ଲିନ୍ ଚିଟ୍ ଦେଇନି।’

ଅଦ୍ୟତନ ହୋଇଛି
swati-maliwal-accuses-arvind-kejriwal

Arvind Kejriwal and Swati Maliwal

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପିଏ ବୈଭବ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଗୁରୁବାର ଅଭିଯୋଗ କରିଛନ୍ତି ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ। ଯେତେବେଳେ ବୈଭବ କୁମାର ତାଙ୍କୁ ମାଡ଼ ମାରୁଥିଲେ, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ ବୋଲି କହିଛନ୍ତି ସ୍ୱାତୀl

Advertisment

ଏକ ନ୍ୟୁଜ୍ ଏଜେନ୍ସୀକୁ ସେ କହିଛନ୍ତି, ଏତେ ସବୁ ଘଟଣା ଘଟିଯିବା ସତ୍ତ୍ୱେ ଅରବିନ୍ଦଜୀ ମୋତେ ଥରୁଟିଏ ମଧ୍ୟ ଫୋନ୍ କରି ନାହାନ୍ତି କି ଭେଟି ନାହାନ୍ତି। ଅରବିନ୍ଦଜୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ମୋ ଚରିତ୍ର ସଂହାର କରିବାକୁ ଦଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁହାଯାଇଛି।

ସ୍ୱାତୀ ମାଲିୱାଲ କହିଛନ୍ତି, ମୁଁ ମେ’ ୧୩ ତାରିଖ ଦିନ ସକାଳ ପ୍ରାୟ ୯ଟା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲି। ତାଙ୍କ କର୍ମଚାରୀ ମୋତେ ଡ୍ରଇଂ ରୁମ୍‌ରେ ବସିବାକୁ କହିଥିଲେ ଓ ଅରବିନ୍ଦଜୀ ଘରେ ଥିବା କହିଥିଲେ। ସେ ଖୁବ୍‌ଶୀଘ୍ର ମୋତେ ଭେଟିବେ ବୋଲି ମଧ୍ୟ କହିଥିଲେ। ତା’ପର ମୁହୂର୍ତ୍ତରେ ବୈଭବ କୁମାର ଡ୍ରଇଂ ରୁମ୍‌କୁ ଏକ ପ୍ରକାର ଧସେଇ ପଶିଥିଲେ। କିଛି ଅସୁବିଧା ହେଲା କି ବୋଲି ମୁଁ ତାଙ୍କୁ ପଚାରିଥିଲି। ସେହି ସମୟରେ ସେ ମୋତେ ମାଡ଼ ମାରିଥିଲେ। ସେ ମୋତେ ଜୋରରେ ୭-୮ ଚାପୁଡ଼ା ମାରିଥିଲେ। ମୁଁ ତାଙ୍କୁ ଠେଲି ଦେବାକୁ ପ୍ରୟାସ କରିଥିଲି। ସେ ମୋ ଗୋଡ଼କୁ ଧରିଥିଲେ ଓ ମୋତେ ଟାଣି ଦେଇଥିଲେ। ମୋ ମୁଣ୍ଡ ଏକ ଟେବୁଲରେ ପିଟି ହୋଇଯାଇଥିଲା। ମୁଁ ତଳେ ପଡ଼ି ଯାଇଥିଲି। ଏହା ପରେ ସେ ମୋତେ ଗୋଇଠା ମାରିଥିଲେ। ମୁଁ ଚିତ୍କାର କରିଥିଲି। କିନ୍ତୁ କେହି ସାହାଯ୍ୟ କରିବାକୁ ଆସି ନଥିଲେ।

Advertisment

ବୈଭବ କୁମାର କାହା ନିର୍ଦ୍ଦେଶରେ ଏପରି କରିଛନ୍ତି କି ବୋଲି ପଚରାଯିବାରେ ସ୍ୱାତୀ ମାଲିୱାଲ କହିଛନ୍ତି, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୁଁ ଦିଲ୍ଲୀ ପୁଲିସକୁ ପୂର୍ଣ୍ଣ ସହଯୋଗ କରୁଛି। କିନ୍ତୁ ମୁଁ କାହାକୁ କ୍ଲିନ୍ ଚିଟ୍ ଦେଇନି। କାରଣ ବାସ୍ତବ କଥା ଏହା ଯେ ମୁଁ ଯେତେବେଳେ ଡ୍ରଇଂ ରୁମ୍‌ରେ ଥିଲି, ସେତେବେଳେ ଅରବିନ୍ଦ କେଜ୍ରିୱାଲ ଘରେ ଥିଲେ।

Arvind Kejriwal Swati Maliwal Swati Maliwal Assault Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe