Advertisment

ବର୍ଷିଲେ ଦିଲ୍ଲୀ ହାଇକୋର୍ଟ, ପଚାରିଲେ- କେତେ କ୍ଷମତା ପାଇଲେ ଖୁସି ହେବେ କେଜ୍ରିୱାଲ?

ମୁଖ୍ୟମନ୍ତ୍ରୀ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଚାରପତି।

Arvind Kejriwal

Arvind Kejriwal

Advertisment

‘ଜେଲ୍‌ରେ ରହି ବି ଶାସବ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ପଦ ଛାଡ଼ିବାର ପ୍ରଶ୍ନ ଉଠୁନି। ’ ଆପ୍‌ ପକ୍ଷରୁ ହେଉଥିବା ଏପରି ଦାବିକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମୁଖ୍ୟମନ୍ତ୍ରୀ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଚାରପତି। ଏପରିକି ରାଷ୍ଟ୍ର ହିତଠୁ କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି କୋର୍ଟ। କେତେ କ୍ଷମତା ହେଲେ ସେ ଖୁସି ହୋଇ ପାରିବେ ବୋଲି ବି ପଚାରିଛନ୍ତି କୋର୍ଟ।

Advertisment

କେଜ୍ରିୱାଲ ଜେଲ୍‌ରେ ବନ୍ଦ ଥିବାରୁ ଦିଲ୍ଲୀ ନଗର ନିଗମ ଅଧୀନ ସ୍କୁଲମାନଙ୍କରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫାଇଲ୍‌ ଅନୁମୋଦିତ ହୋଇ ପାରୁ ନ ଥିବାରୁ ପିଲାମାନଙ୍କୁ ବହି, ଖାତା, ସ୍କୁଲ ଡ୍ରେସ୍‌ ଆଦି ଆବଶ୍ୟକୀୟ ଜିନିଷ ମିଳି ପାରୁନି। ଫଳରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଛି।

ଦିଲ୍ଲୀ ନଗର ନିଗମ ଅଧୀନ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ବହି, ଖାତା, ବ୍ୟାଗ୍‌ ଆଦି ନ ମିଳି ପାରିବା ପଛରେ ସ୍ଥାୟୀ ସମିତି ଗଠିତ ହୋଇ ନ ପାରିବା ମୁଖ୍ୟ କାରଣ ବୋଲି ଜଣାଯାଇଛି।। ମୁଖ୍ୟମନ୍ତ୍ରୀ ଏହି ସମିତିର ମୁଖ୍ୟ ହୋଇଥିବା ବେଳେ ତାଙ୍କ ଅନୁମୋଦନ ମିଳିବା ପରେ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାରିତ ହୋଇଥାଏ। ମାତ୍ର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲ୍‌ରେ ବନ୍ଦ ଥିବାରୁ ଏହା ପାରିତ ହୋଇ ପାରୁନି। ସ୍ଥାୟୀ ସମିତି ଗଠନ ହୋଇ ନ ପାରିଲେ ଏହି ଦାୟିତ୍ୱ ତୁରନ୍ତ ଏକ ଉପଯୁକ୍ତ ଅଥରିଟିକୁ ହସ୍ତାନ୍ତର କରିବାକୁ କହିଛନ୍ତି କୋର୍ଟ।

Advertisment

ମାତ୍ର ଅଥରିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ ବୋଲି ଓକିଲ କହିବାରୁ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ ବିଚାରପତି କହିଛନ୍ତି, ଗିରଫଦାରୀ ପରେ ବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁ ନାହାନ୍ତି। ଏହା ଦର୍ଶାଉଛି ଯେ, ସେ ରାଷ୍ଟ୍ର ହିତଠୁ ନିଜ ରାଜନୈତିକ ହିତକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି। ଜେଲ୍‌ରେ ରହିବି ସୁରୁଖୁରୁରେ ଶାସନ ଚାଲି ପାରିବ ବୋଲି ଆପଣଙ୍କ ସରକାର କହିଛନ୍ତି। ତେଣୁ ଏବେ ଆପଣ ଆମକୁ ଅଧିକ କଠୋର ହେବାକୁ ବାଧ୍ୟ କରୁଛନ୍ତି।

ଏନେଇ ବିଚାରପତି ମନମୋହନ ଓ ମନମିତ ପି.ଏସ୍‌ ଅରୋଡା କହିଛନ୍ତି, ଆପଣ ନିଜ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କ ଅଧିକାରକୁ ବଳି ପକାଉଛନ୍ତି। ସେମାନଙ୍କୁ ପାଠପଢ଼ା ଅଧିକାରରୁ ବଞ୍ଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଏହା ସମ୍ପୂର୍ଣ୍ଣ ରୂପେ ଭୁଲ୍‌ । ଆସନ୍ତା ସୋମବାର ଏହି ମାମଲାର ରାୟ ପ୍ରକାଶ ପାଇବ ।

ଏଥିସହ ବିଚାରପତି କହିଛନ୍ତି, ଆପଣ କ୍ଷମତାକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଛନ୍ତି। ପ୍ରଶାସନ ପଙ୍ଗୁ ହୋଇଯାଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। କାରଣ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଉଚିତ । କେବଳ ଜଣେ ବ୍ୟକ୍ତିଙ୍କ ମନମାନୀକୁ ବରଦାସ୍ତ କରାଯାଇ ପାରିବନି।

ଆପଣଙ୍କ ମହକିଲଙ୍କୁ କେବଳ କ୍ଷମତା ଦରକାର। କେତେ କ୍ଷମତା ହେଲେ ସେ ଖୁସି ହୋଇ ପାରିବେ ବୋଲି ଆପ୍‌ ସରକାରଙ୍କ ଓକିଲଙ୍କୁ ପଚାରିଛନ୍ତି କୋର୍ଟ।

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe