Advertisment

ଘରେ ପଶିଲା ଇଡି, ସୁପ୍ରିମକୋର୍ଟ ପହଞ୍ଚିଲେ କେଜ୍ରିୱାଲ

ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଉଥିବା ଜଣାପଡ଼ିଛି।

Kejriwal

Kejriwal

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।

Advertisment

ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କ ଘର ସର୍ଚ୍ଚ କରୁଥିବା ବେଳେ ତାଙ୍କ ବୟାନ ମଧ୍ୟ ରେକର୍ଡ କରୁଛନ୍ତି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଉଥିବା ଜଣାପଡ଼ିଛି।

ଇଡି ଅଧିକାରୀମାନେ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଇଡିର ଏପରି କାମ ବେଆଇନ ଓ ଗିରଫଦାରୀରୁ ସୁରକ୍ଷା ଦାବି କରି ଗୋଟିଏ ଆବେଦନ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଏହାର ଜରୁରୀ ଶୁଣାଣି ପାଇଁ ମଧ୍ୟ ନିବେଦନ କରାଯାଇଛି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟ ଯାଇଛନ୍ତି।

Advertisment

ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କୌଣସି ପ୍ରକାରର ସୁରକ୍ଷା ନ ଦେବାରୁ ଇଡି ଟିମ ତାଙ୍କ ଘରେ ପହଞ୍ଚି ଯାଇଛି। ହାଇକୋର୍ଟରୁ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି। କିନ୍ତୁ ଇଡି ଟିମ ଯୋଜନାବଦ୍ଧ ଭାବେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିବା ଆପ୍‌ ଅଭିଯୋଗ କରିଛି।

ED Raid Delhi Arvind Kejriwal Liquor Policy Case Delhi Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe