Advertisment

କେଜ୍ରିଓ୍ୱାଲଙ୍କ ୧୦ ଗ୍ୟାରେଣ୍ଟି, ୨୦୦ ୟୁନିଟ୍‌ ଯାଏ ମାଗଣା ବିଦ୍ୟୁତ୍‌

ସତ୍ତାକୁ ଆସିବା ପରେ ଦେଶରୁ ଜିଏସ୍‌ଟି ଆତଙ୍କକୁ ଶେଷ କରାଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

author-image
Madhupriya Mistry
AAP Manifesto

AAP Manifesto

ଜେଲ୍‌ରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦେଶବାସୀଙ୍କୁ ଦେଇଛନ୍ତି ୧୦ ଗ୍ୟାରେଣ୍ଟି। ଯଦି ଆମ୍‌ ଆଦମୀ ପାର୍ଟି ଏଥର ଲୋକସଭା ନିର୍ବାଚନ ଜିତେ ତେବେ ୧୦ଟି କାର୍ଯ୍ୟ ଉପରେ ଯୁଦ୍ଧସ୍ତରରେ କାମ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଆଜି ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ତା'ର ଘୋଷଣା ପତ୍ର ଜାରି କରିଛି। ଏହାର ନାଁ ରହିଛି 'କେଜ୍ରିଓ୍ୱାଲ କି ୧୦ ଗ୍ୟାରେଣ୍ଟି'। ଏଥିରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବାକୁ ଘୋଷଣା କରିଛନ୍ତି।

ଦେଶରେ ୨୪ ଘଣ୍ଟା ବିଦ୍ୟୁତ୍ ସୁବିଧା ଉପଲବ୍ଧ ହେବ। ଦେଶରେ ୩ ଲକ୍ଷ ମେଗାଓ୍ୱାଟ ଯାଏଁ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି, କିନ୍ତୁ କେବଳ ୨ ଲକ୍ଷ ମେଗାଓ୍ୱାଟ ହିଁ ବ୍ୟବହାର ହେଉଛି। ଆମ ଦେଶ ଉତ୍ପାଦନ କରିପାରିବ। ଆମେ ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରିଛୁ। ସମସ୍ତ ଗରିବ ଲୋକଙ୍କୁ ୨୦୦ୟୁନିଟ୍ ଯାଏ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ। ଏଥିପାଇଁ ଆମକୁ ୧.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଆମେ ଏହାର ବ୍ୟବସ୍ଥା କରିପାରିବା ବୋଲି କେଜ୍ରିଓ୍ୱାଲ କହିଛନ୍ତି।

Advertisment

ସମସ୍ତଙ୍କୁ ଭଲ ଏବଂ ଉତ୍କୃଷ୍ଟ ମାଗଣା ଶିକ୍ଷା ପ୍ରଦାନ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକ ଘରୋଇ ବିଦ୍ୟାଳୟ ଅପେକ୍ଷା ଉତ୍ତମ ଶିକ୍ଷା ପ୍ରଦାନ କରିବେ। ଆମେ ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରିଛୁ, ଏଥିପାଇଁ ୫ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ, ରାଜ୍ୟ ସରକାର ୨.୫ ଲକ୍ଷ କୋଟି ଟଙ୍କା ଦେବେ ଏବଂ କେନ୍ଦ୍ର ସରକାର ୨.୫ କୋଟି ଟଙ୍କା ଦେବେ।

ଏଥିସହ ଦେଶବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯିବ। ସମସ୍ତେ ଭଲ ଚିକିତ୍ସା ପାଇବେ। ପ୍ରତି ଗାଁ ଓ ପ୍ରତ୍ୟେକ ଅଞ୍ଚଳରେ ମୋହଲ୍ଲା କ୍ଲିନିକ୍‌ ଖୋଲାଯିବ। ଜିଲ୍ଲା ଡାକ୍ତରଖାନାକୁ ମଲ୍ଟି ହସ୍ପିଟାଲରେ ପରିଣତ କରାଯିବ। ଏହି ଦେଶରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ମାଗଣା ଚିକିତ୍ସା ପାଇବେ। ବୀମା ଆଧାରରେ ଚିକିତ୍ସା କରାଯିବ ନାହିଁ କାରଣ ଏହା ଏକ ବଡ଼ ଦୁର୍ନୀତି ବୋଲି କେଜ୍ରିଓ୍ୱାଲ କହିଛନ୍ତି।

ଆପ୍‌ ସୁପ୍ରିମୋ ଆହୁରି କହିଛନ୍ତି, ଯଦି ତାଙ୍କ ମେଣ୍ଟ ସରକାର କ୍ଷମତାକୁ ଆସେ ତେବେ ଚୀନ୍‌ ଦଖଲରୁ ଭାରତୀୟ ଜମିକୁ ମୁକ୍ତ କରାଯିବ। ଏଥିସହ ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବ। ସେନାର ପୁରୁଣା ପ୍ରକ୍ରିୟା ଅନୁଯାୟୀ ଯବାନମାନଙ୍କୁ ନିଯୁକ୍ତି ମିଳିବ। ସମସ୍ତ ନିଯୁକ୍ତି ମିଳିଥିବା ଅଗ୍ନିବୀରଙ୍କୁ ସ୍ଥାୟୀ କରାଯିବ। ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଦିଆଯିବ। ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କରାଯିବ। ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ। ଦେଶର ବେକାରୀ ବ୍ୟବସ୍ଥାକୁ ନିୟମିତ ଭାବେ ହଟାଯିବ। ଆସନ୍ତା ଏକ ବର୍ଷରେ ୨କୋଟି ନିଯୁକ୍ତି ସୃଷ୍ଟି କରାଯିବ। ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ଉପରେ ସଠିକ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସତ୍ତାକୁ ଆସିବା ପରେ ଦେଶରୁ ଜିଏସ୍‌ଟି ଆତଙ୍କକୁ ଶେଷ କରାଯିବ। ଜିଏସ୍ଟିକୁ PMLAରୁ ବାହାର କରାଯିବ। ବୃହତ ପରିମାଣରେ ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଆଇନ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସରଳୀକରଣ କରାଯିବ ବୋଲି କେଜ୍ରିଓ୍ୱାଲ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Arvind Kejriwal Aam Aadmi Party Loksabha Election 2024