ମିଳିଲାନି ଆଶ୍ୱସ୍ତି, ଏବେ ଜେଲରୁ ବାହାରିବେନି କେଜ୍ରିୱାଲ

ହାଇକୋର୍ଟ ଆସନ୍ତ ୨ରୁ ୩ ଦିନ ମଧ୍ୟରେ ଏହା ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ।

Arvind Kejriwal

ଅରବିନ୍ଦ କେଜ୍ରିୱାଲ (ଫାଇଲ ଫଟୋ)

Hemant Lenka
  • Published: Friday, 21 June 2024
  • Updated: 21 June 2024, 05:32 PM IST

Sports

Latest News

ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଲାଗିଛି। ତଳ କୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଛନ୍ତି। ଫଳରେ ତିହାର ଜେଲରୁ ଆଜି ବାହାରିବା ପାଇଁ ଆଶା ରଖିଥିବା କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡ଼ିଛି। 

ହାଇକୋର୍ଟ ଆସନ୍ତ ୨ରୁ ୩ ଦିନ ମଧ୍ୟରେ ଏହା ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ। ସେହିପରି ରାଉଜ ଆଭିନ୍ୟୁ କୋର୍ଟ ଦେଇଥିବା ଜାମିନକୁ ଖାରଜ କରିବା ପାଇଁ ଇଡି କରିଥିବା ଆବେଦନର ଶୁଣାଣି ମଧ୍ୟ କୋର୍ଟ କରିବେ ଓ ଏନେଇ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି।

Also Read

ହାଇକୋର୍ଟ ବିଚାରପତି ଜଷ୍ଟିସ ସୁଧୀର କୁମାର ଜୈନ ଆଜି ଦିନ ତମାମ ଇଡି ଓ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀଙ୍କ ଯୁକ୍ତି ଶୁଣିଥିଲେ। ଏହାପରେ ଜଷ୍ଟିସ ଜୈନ କହିଛନ୍ତି, “ମୁଁ ୨ରୁ ୩ ଦିନ ପାଇଁ ରାୟକୁ ସଂରକ୍ଷିତ ରଖୁଛି। ନିର୍ଦ୍ଦେଶ ବାହାରିବା ଯାଏ, ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲାଗି ରହିବ।” କୋର୍ଟ ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି।

ଗୁରୁବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଆଜି ସେ ୧ ଲକ୍ଷ ଟଙ୍କାର ବେଲ ବଣ୍ଡ କରି ଜେଲରୁ ବାହାରିବାର ଥିଲା। କିନ୍ତୁ ତଳ କୋର୍ଟର ରାୟକୁ ଅତ୍ୟନ୍ତ ବିକୃତ ବୋଲି କହି ଇଡି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହି ସମୟରେ କେଜ୍ରିୱାଲଙ୍କ ଜାମିନକୁ ବିଭିନ୍ନ ଯୁକ୍ତି ଉପସ୍ଥାପନ କରି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ ବିରୋଧ କରିଥିଲେ। ନିମ୍ନ ଅଦାଲତ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଉପଯୁକ୍ତ ସୁଯୋଗ ଦେଇ ନଥିବା ସେ କହିଥିଲେ।  

ତଳ କୋର୍ଟ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ଦାଖଲ କରିବାରେ ଇଡି ବିଫଳ ହୋଇଥିବା କହିବା ସହ ପୂର୍ବାଗ୍ରହ ରଖି କାର୍ଯ୍ୟାନୁଷ୍ଠାନ ହୋଇଥିବା ଭଳି ମନେ ହେଉଛି ବୋଲି ନିଜ ରାୟରେ କହିଥିଲେ। ହେଲେ ଆଜି ହାଇକୋର୍ଟରେ ଏସ୍‌ଭି ରାଜୁ ପୁଣିଥରେ ଅବକାରୀ ନୀତି ସହ ଜଡ଼ିତ ପୁରୁଣା ତଥ୍ୟ ସବୁ ଉପସ୍ଥାପନ କରିଥିଲେ।

କେଜ୍ରିୱାଲଙ୍କ ବିରୋଧରେ ୪୫ କୋଟି ଟଙ୍କାର ନେଣଦେଣ ନେଇ ପ୍ରମାଣ ରହିଥିବା ସେ କହିଥିଲେ। ହେଲେ ଏହାକୁ ଅଭିଷେକ ମନୁ ସିଙ୍ଘଭୀ ବିରୋଧ କରିଥିଲେ। ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଆଧାରରେ ପୂରା ମାମଲା ହୋଇଥିବା ସେ କହିଥିଲେ।

ଉଭୟ ପକ୍ଷରୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିରେ କେଜ୍ରିୱାଲଙ୍କୁ ନିରାଶ ହେବାକୁ ମଧ୍ୟ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story