Advertisment

ଭାବବିହ୍ୱଳ ହେଲେ କେଜ୍ରିୱାଲ: ରବିବାର ୩ଟା ବେଳେ କରିବେ ଏମିତି କାମ

କେଜ୍ରିୱାଲ କହିଛନ୍ତି ଯେ ରବିବାର ଦିନ ୩ଟା ବେଳେ ସେ ଜେଲରେ ଆତ୍ମସମର୍ପଣ କରିବେ।

Arvind Kejriwal

Arvind Kejriwal

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବେଶ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଅନ୍ତରୀଣ ଜାମିନ ଅବଧି ଜୁନ ୧ ତାରିଖରେ ଶେଷ ହେଉଥିବାରୁ ତାଙ୍କୁ ପୁଣି ଜେଲକୁ ଫେରିବାକୁ ପଡ଼ିବ। ଏ ସମ୍ପର୍କରେ ଘୋଷଣା କରି କେଜ୍ରିୱାଲ କହିଛନ୍ତି ଯେ ରବିବାର ଦିନ ୩ଟା ବେଳେ ସେ ଜେଲରେ ଆତ୍ମସମର୍ପଣ କରିବେ।

Advertisment

ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, “ପହରଦିନ ମୁଁ ଆତ୍ମସମର୍ପଣ କରିବା ପାଇଁ ଦିନ ପ୍ରାୟ ୩ଟା ବେଳେ ଘର ଛାଡ଼ିବି। ଆମେ ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛୁ। ଯଦି ଦେଶ ପାଇଁ ମୋତେ ମୋ ଜୀବନକୁ ବଳିଦାନ ଦେବାକୁ ପଡ଼ିବ, ତା’ହେଲେ କେହି ବି ଦୁଃଖ ପ୍ରକାଶ କରିବେ ନାହିଁ।”

ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ କହିବା କଥା ଯେ ୫୦ ଦିନର ଜେଲ ରହଣୀ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଓଜନ ହ୍ରାସ ପାଇଥିଲା। ଜେଲରେ ତାଙ୍କୁ ଡାଇବେଟିସ ମେଡିସିନ ମଧ୍ୟ ଦିଆଯାଉ ନଥିଲା।

Advertisment

ସେ କହିଛନ୍ତି, “ମୁଁ ଜେଲରେ ୫୦ ଦିନ ରହିଥିଲି। ଏହି ୫୦ ଦିନ ଭିତରେ ମୋ ଓଜନ ୬ କେଜି ଖସି ଯାଇଥିଲା। ଜେଲରୁ ବାହାରିବା ପରେ ମଧ୍ୟ ମୋ ଓଜନ ବୃଦ୍ଧି ପାଇ ନାହିଁ। ଡାକ୍ତରମାନେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବେଶ ଚିନ୍ତିତ।”

ଏସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଦିଲ୍ଲୀର ବିକାଶ ସବୁଠାରୁ ଉପରେ। ମାଗଣା ବିଜୁଳି, ମୋହଲା କ୍ଲିନିକ, ହସ୍ପିଟାଲ, ମାଗଣା ମେଡିସିନ ଓ ମହିଳାଙ୍କ ମାଗଣା ବସ୍‌ ଯାତ୍ରା ଭଳି ସେବା ଜାରି ରହିବ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି, “ଯଦିଓ ମୁଁ ଆପଣମାନଙ୍କ ସହ ରହିବି ନାହିଁ, ତଥାପି କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣମାନଙ୍କ ସବୁ କାମ ଜାରି ରହିବ। ମୁଁ ଶାରୀରିକ ଭାବେ ଆପଣମାନଙ୍କ ସହ ରହି ନ ପାରେ। କିନ୍ତୁ ଆପଣମାନଙ୍କ କାମ ବନ୍ଦ ହେବନି।”

ନିଜର ବୃଦ୍ଧ ବାପାମା’ଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ କେଜ୍ରିୱାଲ ଭାବବିହ୍ୱଳ ହୋଇ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ମୋ ବାପା ମା’ ବେଶ ବୃଦ୍ଧ। ଯଦି ଆପଣମାନେ ମୋ ମା’ଙ୍କ ପାଇଁ ସବୁଦିନ ପ୍ରାର୍ଥନା କରିବେ, ତା’ହେଲେ ନିଶ୍ଚିତ ଭାବେ ସେ ସୁସ୍ଥ ରହିବେ।”

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ସେ ୫୦ ଦିନ ପାଇଁ ଜେଲରେ ରହିବା ପରେ ସୁପ୍ରିମକୋର୍ଟ ମେ’ ୧୦ ତାରିଖ ତାଙ୍କୁ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe