Kejriwal
ଆସନ୍ତା ବର୍ଷ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି। ତାଙ୍କ ସ୍ଥାନରେ ଅମିତ ଶାହାଙ୍କୁ କରାଯିବ ପ୍ରଧାନମନ୍ତ୍ରୀ। କେବଳ ସେତିକି ନୁହେଁ ବିଜେପି ସରକାରକୁ ଆସିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ମାସ ଭିତରେ ବିଦା ହେବେ। ଆଜି ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।
ଜେଲ୍ରୁ ଜାମିନରେ ବାହାରକୁ ଆସିବା ପରେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସେ କଡା ଟାର୍ଗେଟ କରିଛନ୍ତି।
ଏହି ଅବସରରେ ଆପଣଙ୍କ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ଏକ ନିୟମ କରିଥିଲେ। ଯେଉଁମାନଙ୍କ ବୟସ ୭୫ ବର୍ଷ ହୋଇଯିବ ସେମାନଙ୍କୁ ଅବସର ଦେଇ ଦିଆଯିବ। ଲାଲକୃଷ୍ଣ ଆଡଭାନୀ ଜୀ, ଜୋଶୀ ଜୀ, ସୁମିତ୍ରା ମହାଜନ, ଯଶବନ୍ତ ସିହ୍ନାଙ୍କୁ ଅବସର ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଅବସର ନେବେ। ଏହାପରେ ଆପଣଙ୍କର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ବୋଲି କେଜ୍ରିଓ୍ୱାଲ ପ୍ରଶ୍ନ କରିଛନ୍ତି।
କେଜ୍ରିଓ୍ୱାଲ ଆହୁରି କହିଛନ୍ତି, 'ଯଦି ବିଜେପି ସରକାର ଗଠନ ହୁଏ ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ହଟାଇ ଦିଆଯିବ। ଶିବରାଜ ସିଂହ ଚୌହାନ, ଯିଏ ମଧ୍ୟପ୍ରଦେଶରେ ବିଜେପିକୁ ନିର୍ବାଚନ ଜିତାଇଲା, ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ନାହିଁ। ତାଙ୍କର ରାଜନୀତି କ୍ୟାରିୟର ଶେଷ କରିଦିଆ ଗଲା। ବସୁନ୍ଧରା ରାଜେ, ମନହୋର ଲାଲ ଖଟ୍ଟର, ରମଣ ସିଂହଙ୍କ ରାଜନୀତି କ୍ୟାରିୟରକୁ ମଧ୍ୟ ଦି ଏଣ୍ଡ କରିଦିଆ ଗଲା। ଏମାନଙ୍କ ପରେ ଏବେ ଯୋଗୀ ଆଦିତ୍ୟନାଥଙ୍କର ପାଳି ପଡିବ। ଯଦି ଏମାନେ ନିର୍ବାଚନ ଜିତନ୍ତି ତେବେ ଦୁଇ ମାସ ଭିତରେ ଯୋଗୀ ଆଦିତ୍ୟନାଥଙ୍କୁ ବିଦା କରାଯିବ।'
ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରାଯିବ। ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ପିଏମ୍ ମୋଦି ଭୋଟ୍ ମାଗୁଛନ୍ତି। ମୋଦିଙ୍କ ଏହି ଗ୍ୟାରେଣ୍ଟିକୁ କିଏ ପୂରଣ କରିବ, ଅମିତ ଶାହ କରିବେ କି? ଭୋଟ ଦେବା ବେଳେ ଭାବି ଚିନ୍ତି ଭୋଟ୍ ଦେବେ। ଆପଣମାନେ ମୋଦିଙ୍କୁ ନୁହେଁ ଅମିତ ଶାହଙ୍କୁ ଭୋଟ୍ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ନେତାଙ୍କୁ ଶେଷ କରିବାକୁ ଚାହୁଁଛନ୍ତି। ସେ ଓ୍ୱାନ ନେସନ୍ ଓ୍ୱାନ୍ ଲିଡର୍ ଚାହୁଁଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି।
ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ସହିତ ଲଢିବି। ମୋର ଦେଶର ୧୪୦କୋଟି ଲୋକଙ୍କ ସମର୍ଥନ ଦରକାର ବୋଲି କେଜ୍ରିଓ୍ୱାଲ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kejriwal_1715420709.jpg)