Advertisment

ମୁଁ କେଜ୍ରିଓ୍ୱାଲ, ଆତଙ୍କବାଦୀ ନୁହେଁ...

ତିହାର ଜେଲ ଭିତରୁ ଦିଲ୍ଲୀବାସୀଙ୍କ ନିକଟକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

author-image
Madhupriya Mistry
Arvind Kejriwal

Arvind Kejriwal

'ମୋ ନାଁ ଅରବିନ୍ଦ କେଜ୍ରିଓ୍ୱାଲ। ମୁଁ ଆତଙ୍କବାଦୀ ନୁହେଁ। ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ଲାଜ ଲାଗୁ ନାହିଁ କି? ଆପଣ ଘୃଣାରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ, ମୋତେ ମୋ ପରିବାରକୁ ଦେଖା କରିବାକୁ ଦେଉ ନାହାନ୍ତି। ଆପଣ ଯେତେ ବଳ ପ୍ରୟୋଗ କଲେ ମଧ୍ୟ ମୁଁ ଭାଙ୍ଗିବି ନାହିଁ। ମୁଁ ଏ ଦେଶର ପୁଅ ତଥା ଲୋକମାନଙ୍କର ସେବକ ଭାବେ କାମ କରିବି।' ତିହାର ଜେଲ ଭିତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଲୋକଙ୍କ ନିକଟକୁ ଏଭଳି କିଛି ବାର୍ତ୍ତା ପଠାଇଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ନେତା ସଞ୍ଜୟ ସିଂହ ତିହାର ଜେଲରୁ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ଲେଖିଥିବା ଚିଠିକୁ ପଢ଼ିଛନ୍ତି। ଏଥିସହ ସେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ପ୍ରଧନାମନ୍ତ୍ରୀଙ୍କ ମନରେ କେଜ୍ରିଓ୍ୱାଲଙ୍କ ପ୍ରତି ଘୃଣା ଭାବନା ଭର୍ତ୍ତି ହୋଇ ରହିଛି। ଏଥିପାଇଁ ସେ ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି। ତାଙ୍କୁ ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରଖାଯାଇ ନିର୍ଯାତନା ଦିଆଯାଇଛି ବୋଲି ଆପ୍‌ ନେତା ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ କେଜ୍ରିୱାଲ ଏବଂ ତାଙ୍କ ପରିବାରକୁ ଅପମାନିତ କରାଯାଉଛି। ତାଙ୍କର ମନୋବଳ ଭାଙ୍ଗିବା ପାଇଁ ପ୍ରୟାସ କରାଯାଉଛି। ଅରବିନ୍ଦ କେଜ୍ରିୱାଲ ଭିନ୍ନ ପ୍ରକୃତିର ବ୍ୟକ୍ତି । ତୁମେ ଯେତେ ଭାଙ୍ଗିବ, ସେ ସେତେ ଅଧିକ ଉପରକୁ ଉଠିବେ। ଜେଲରେ କେଜ୍ରିୱାଲଙ୍କ ସହିତ ଯାହା ସବୁ ଘଟୁଛି, ତାକୁ ଆମ୍ ଆଦମୀ ପାର୍ଟି ଦୃଢ଼ ଭାବେରେ ନିନ୍ଦା କରୁଛି ବୋଲି ସଞ୍ଜୟ ସିଂହ କହିଛନ୍ତି।

Advertisment

କେଜ୍ରିଓ୍ୱାଲ ଲେଖିଥିବା ଚିଠିରେ ଗତକାଲି ପ୍ରଧାନମନ୍ତ୍ରୀ ଦେଇଥିବା ସାକ୍ଷାତକାର୍‌କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସାକ୍ଷାତକାର ଦେଇଥିଲେ, ସେଥିରେ ସେ ସ୍ୱାଧୀନ ଭାରତର ସବୁଠାରୁ ବଡ ଘୋଟଲା ବିଷୟରେ ବର୍ଣ୍ଣାନା କରୁଥିଲେ। ନିର୍ବାଚନୀ ବଣ୍ଡକୁ ଠିକ୍‌ ବୋଲି କହୁଥିବା ବିଜେପି ନିଜେ ଗୋଡରୁ ମୁଣ୍ଡ ଯାଏଁ ଦୁର୍ନୀତିରେ ବୁଡି ରହିଛି ବୋଲି ସେ କହିଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ତିହାର ଜେଲ୍‌ରେ ଅଛନ୍ତି। ନିକଟରେ ତାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ମଧ୍ୟ ଭେଟିବାକୁ ଯାଇଥିଲେ। କାଚ କାନ୍ଥ ଜରିଆରେ ଭଗବନ୍ତ ମାନ ତାଙ୍କୁ ସାକ୍ଷାତ କରିଥିଲେ। ଏହାକୁ ନେଇ ଭଗବନ୍ତ ମାନ୍‌ ବର୍ଷିଥିଲେ। ଜେଲ୍‌ରେ କେଜ୍ରିଓ୍ୱାଲଙ୍କ ସହ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଥିଲେ।

Arvind Kejriwal AAP Delhi Liquor Policy Case Sanjay Singh Arvind Kejriwal Letter