Advertisment

ତିହାରର ୨ନଂ ଜେଲ୍‌ରେ କେଜ୍ରିୱାଲ: ସକାଳ ୬.୩୦ରୁ ଉଠିବେ, ଏହି ସବୁ ଖାଦ୍ୟ ଖାଇବେ

ସେ ସକାଳ ୬.୩୦ ପୂର୍ବରୁ ଉଠିବେ। ବ୍ରେକଫାଷ୍ଟରେ ତାଙ୍କୁ କିଛି ପାଉଁରୁଟି ଓ ଚା’ ମିଳିବ।

BJP

BJP

Advertisment

ଆପର ୪ର୍ଥ ଓ ବିରୋଧୀ ମେଣ୍ଟ ଇଣ୍ତିଆର ୫ମ ସଦସ୍ୟ ଭାବେ ତିହାର ଜେଲକୁ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିରୋଧୀ ଓ କ୍ଷମତାସୀନ ବିଜେପି ମଧ୍ୟରେ ଜୋରଦାର ବାକଯୁଦ୍ଧ ଚାଲିଥିବା ବେଳେ ଆଜି କେଜ୍ରିୱାଲ ଆସନ୍ତା ୧୫ ତାରିଖ ଯାଏ ଜେଲ ହାଜତକୁ ଯାଇଛନ୍ତି।

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ ନେଇ ତାଙ୍କୁ ଜେରା କରିଥିଲା। ଆଜି ରିମାଣ୍ତ ଅବଧି ଶେଷ ହେବାରୁ କୋର୍ଟ କେଜ୍ରିୱାଲଙ୍କୁ ଆସନ୍ତା ୧୫ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି।

କେଜ୍ରିୱାଲ ତିହାରର ଜେଲ ୨ନଂରେ ରହିବେ। ମନୀଷ ସିସୋଦିଆ ତିହାରର ୧ନଂ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ ନଂ ୭ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଜେଲ ନଂ ୫ରେ ରହିଛନ୍ତି। ଅବକାରୀ ନୀତି ଘଟଣାରେ ବିଆରଏସ ନେତ୍ରୀ କେ କବିତା ମଧ୍ୟ ତିହାରରେ ରହିଛନ୍ତି। ସେ ମହିଳା ବର୍ଗର ଜେଲ ନଂ ୬ରେ ଅଛନ୍ତି।

Advertisment

ଆଜି ଜେଲ ନଂ୨କୁ ଯାଇଥିବା କେଜ୍ରିୱାଲଙ୍କ ପୂରା ରୁଟିନ ସାମ୍ନାକୁ ଆସିଛି। ସାଧାରଣ କଏଦୀଙ୍କ ଭଳି କେଜ୍ରିୱାଲଙ୍କୁ ମଧ୍ୟ ଜେଲର ନିୟମ ଅନୁସାରେ କାମ କରିବାକୁ ପଡ଼ିବ। ସେ ସକାଳ ୬.୩୦ ପୂର୍ବରୁ ଉଠିବେ।

ବ୍ରେକଫାଷ୍ଟରେ ତାଙ୍କୁ କିଛି ପାଉଁରୁଟି ଓ ଚା’ ମିଳିବ। ସକାଳ ଗାଧୁଆ ପରେ ଯଦି ଶୁଣାଣି ଥିବ, ତା’ହେଲେ ସେ କୋର୍ଟ ଯିବେ। ଯଦି କିଛି ନଥିବ, ତା’ହେଲେ ସେ ତାଙ୍କ ଲିଗାଲ ଟିମ ସହ ଜାମିନ ସମ୍ପର୍କରେ ଆଲୋଚନା କରିପାରିବେ।

ଦିନ ୧୦.୩୦ରୁ ୧୧ ମଧ୍ୟରେ ତାଙ୍କୁ ଲଞ୍ଚ କରିବାକୁ ପଡ଼ିବ। ଲଞ୍ଚରେ ଡାଲି, ତରକାରୀ ଓ ୫ଟି ରୁଟି କିମ୍ବା ଭାତ ମିଳିବ। ଅନ୍ୟ କଏଦୀଙ୍କ ଭଳି ତାଙ୍କୁ ମଧ୍ୟାହ୍ନରୁ ଦିନ ୩ଟା ଯାଏ ସେଲ ମଧ୍ୟରେ ଚାବି ପକାଇ ରଖାଯିବ।

ଅପରାହ୍ନ ୩.୩୦ରେ କେଜ୍ରିୱାଲଙ୍କୁ ୨ଟି ବିସ୍କୁଟ ଓ କପେ ଚା’ ମିଳିବ। ୪ଟା ବେଳେ ସେ ନିଜର ଓକିଲଙ୍କୁ ଭେଟି ପାରିବେ। ଲଞ୍ଚ ଭଳି ସନ୍ଧ୍ୟା ୫.୩୦ ବେଳକୁ ସମସ୍ତ କଏଦୀଙ୍କୁ ଡିନର ଦିଆଯିବ। ରାତି ୭ଟା ସୁଦ୍ଧା ସମସ୍ତଙ୍କୁ ସେଲରେ ଭର୍ତ୍ତି କରାଯିବ।

ଖାଇବା ଓ ଲକଅପ ସମୟ ବାଦେ କେଜ୍ରିୱାଲ ଚାହିଁଲେ ଟିଭି ଦେଖି ପାରିବେ। ତାଙ୍କୁ ନ୍ୟୁଜ, ମନୋରଞ୍ଜନ ଓ ସ୍ପୋର୍ଟସ ଭଳି ୧୮ରୁ ୨୦ଟି ଚ୍ୟାନେଲ ଦେଖିବାକୁ ଅନୁମତି ମିଳିଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତର ଓ ମେଡିକାଲ କର୍ମଚାରୀ ଉପସ୍ଥିତ ରହିବେ।

କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ। ତେଣୁ ଜେଲ ରହଣୀ ବେଳେ ତାଙ୍କ ସ୍ୱାସ୍ଥାବସ୍ଥାର ନିୟମିତ ଯାଞ୍ଚ ହେବ। ଶୁଣାଣି ବେଳେ କେଜ୍ରିୱାଲଙ୍କ ପାଇଁ ସ୍ୱତନ୍ତ୍ର ଡାଏଟର ବ୍ୟବସ୍ଥା କରିବାକୁ ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ। ହେଲେ କୋର୍ଟ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ଇଡି ରିମାଣ୍ଡରେ ରହି ସରକାର ଚଳାଉଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପ୍ତାହକୁ ଦୁଇ ଥର ପରିବାର ଲୋକଙ୍କୁ ଭେଟି ପାରିବେ। କିନ୍ତୁ ସେମାନଙ୍କ ପରିବାର ଲୋକଙ୍କ ନାଁରେ ଜେଲ ସୁରକ୍ଷା ପାଇଁ ପ୍ରସ୍ତୁତ ତାଲିକାରେ ପଞ୍ଜିକୃତ କରିବାକୁ ପଡ଼ିବ।

ରାମାୟଣ, ଶ୍ରୀମଦ ଭାଗବଦ ଗୀତା ଓ ସାମ୍ବାଦିକ ନୀରଜ ଚୌଧୁରୀ ଲେଖିଥିବା କେମିତି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନିଅନ୍ତ ବହି ଯୋଗାଇ ଦେବାକୁ କେଜ୍ରିୱାଲ ଅନୁରୋଧ କରିଛନ୍ତି।

Arvind Kejriwal ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe