Advertisment

‘କେଜ୍ରିୱାଲଙ୍କ ପାଖରେ ସମୟ ଖୁବ କମ୍‌, ପତ୍ନୀ ହେବେ ମୁଖ୍ୟମନ୍ତ୍ରୀ’

ଆଜି ସୁନିତା କେଜ୍ରିୱାଲ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଆପ୍‌ ସମର୍ଥକମାନଙ୍କୁ ସ୍ୱାମୀ ଅରବିନ୍ଦଙ୍କ ସପକ୍ଷରେ ବାର୍ତ୍ତା ପଠାଇବାକୁ କହିଛନ୍ତି।

author-image
Hemant Lenka
Sunita Kejriwal

Sunita Kejriwal

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ହଟିବେ। ତାଙ୍କ ପାଖରେ ବହୁତ କମ ସମୟ ବା ସୀମିତ ରହିଛି। ଏଥିପାଇଁ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ପଦ ନେବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କଟାକ୍ଷ କରି କହିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ହରଦୀପ କହିଛନ୍ତି, କେଜ୍ରିୱାଲଙ୍କ ପତ୍ନୀ ରେଭିନ୍ୟୁ ସେବାରେ କେବଳ ତାଙ୍କର ଜଣେ ସହକର୍ମୀ ନଥିଲେ। ସେମାନେ ସମସ୍ତଙ୍କୁ ବାହାର କରି ଦେଇଥିଲେ।

ବର୍ତ୍ତମାନ ମାଡାମ(କେଜ୍ରିୱାଲଙ୍କ ପତ୍ନୀ ସୁନିତା) ସମ୍ଭବତଃ ଟପ୍‌ ପଦବୀ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିହାରରେ ରାବ୍ରୀ ଦେବୀ ଯେଉଁ ଭଳି ଲାଲୁ ପ୍ରସାଦ ଯାଦବଙ୍କ ସ୍ଥାନ ନେଇଥିଲେ। ଠିକ ସେହିପରି ଦିଲ୍ଲୀରେ ମାଡାମ ସମାନ ଯୋଜନାରେ ରହିଛି।

Advertisment

କେଜ୍ରିୱାଲ ୯ଥର ସମନର ଉତ୍ତର ଦେଇ ନଥିଲେ। ଏହାପରେ ଇଡି ତାଙ୍କ ଘରେ ପହଞ୍ଚିଥିଲା। ଏସବୁ ଛାଡ଼ନ୍ତୁ, କେଜ୍ରିୱାଲଙ୍କ ସମୟ ଅତ୍ୟନ୍ତ ସୀମିତ।”

ଅନ୍ୟପକ୍ଷରେ ଆଜି ସୁନିତା କେଜ୍ରିୱାଲ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ଆପ୍‌ ସମର୍ଥକମାନଙ୍କୁ ସ୍ୱାମୀ ଅରବିନ୍ଦଙ୍କ ସପକ୍ଷରେ ବାର୍ତ୍ତା ପଠାଇବାକୁ କହିଛନ୍ତି। ଏଥିପାଇଁ ସେ ଗୋଟିଏ ହ୍ୱାଟସଆପ ନମ୍ବର ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ଆଶୀର୍ବାଦ ନାଁରେ ସୁନିତା ଅଭିଯାନ ଆରମ୍ଭ କରିଛନ୍ତି। କେଜ୍ରିୱାଲଙ୍କୁ ଆଶୀର୍ବାଦ ଓ ତାଙ୍କ ପାଇଁ ପ୍ରାର୍ଥନା କରି ଲୋକମାନେ ୮୨୯୭୩୨୪୬୨୪ ନମ୍ବରରେ ମେସେଜ ଦେଇପାରିବେ।

ସୁନିତା କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ଫୋନ କରୁଛନ୍ତି ଓ କେଜ୍ରିୱାଲଙ୍କ ରିଲିଜ ପାଇଁ ଉପବାସ ରଖୁଥିବା କହୁଛନ୍ତି। ଏଥରୁ କେଜ୍ରିୱାଲଙ୍କୁ ଲୋକମାନେ କେତେ ଭଲ ପାଇବା ଦିଅନ୍ତି ସ୍ପଷ୍ଟ ହେଉଛି।

ଆପଣମାନେ ଯାହା ବି ଚାହୁଁଛନ୍ତି, ସେକଥା ଲେଖି ମେସେଜ କରନ୍ତୁ। ଆପଣମାନଙ୍କର ପ୍ରତିଟି ମେସେଜ ତାଙ୍କ ପାଖରେ ପହଞ୍ଚିବ। ସେ ଏହାକୁ ପଢ଼ି ବେଶ ଖୁସି ହେବେ। ମେସେଜ ପଠାଇବା ପାଇଁ ଆପଣଙ୍କୁ ଆପ୍‌ ହେବାର ଆବଶ୍ୟକତା ନାହିଁ ବୋଲି ସୁନିତା କହିଛନ୍ତି।

Arvind Kejriwal AAP