Advertisment

କେଜ୍ରିଓ୍ୱାଲ କହିଲେ- ଖୁବ୍‌ଶୀଘ୍ର ଗିରଫ ହେବେ ଆତିଶୀ

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଗିରଫ ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି।

Kejriwal and Atishi

Kejriwal and Atishi

Advertisment

ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି କେସ୍‌। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଆତିଶୀଙ୍କୁ ଗିରଫ କରିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି କେଜ୍ରିଓ୍ୱାଲ। ଏଥିପାଇଁ ପରିବହନ ବିଭାଗରେ ମିଛ କେସ୍‌ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରିବା ପାଇଁ ସିବିଆଇ ଓ ଇଡିକୁ କୁହାଯାଇଛି ବୋଲି ଆପ୍‌ ମୁଖ୍ୟ ଦାବି କରିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତିଶୀଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ମୋ ସମେତ ଆପ୍‌ର ଅନେକ ବଡ଼ ନେତାଙ୍କ ଘରେ ଚଢ଼ାଉ କରିବେ। ଏହା ପଛର ଉଦ୍ଦେଶ୍ୟ ହେଉଛି ଆପ୍‌କୁ ତା'ର ସକରାତ୍ମକ ଅଭିଯାନରୁ ବିଭ୍ରାନ୍ତ କରିବା ବୋଲି କେଜ୍ରିଓ୍ୱାଲ କହିଛନ୍ତି।

Advertisment

ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗତ ୧୦ ବର୍ଷ ହେବ ବିଜେପି କେଉଁ ଭଳି ଦିଲ୍ଲୀବାସୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚି ଆସୁଛି ତାହା ସମସ୍ତଙ୍କୁ ଭଲଭାବେ ଜଣା। ଉପରାଜ୍ୟପାଳଙ୍କ ଜରିଆରେ ଦିଲ୍ଲୀ ସରକାରଙ୍କ କାମକୁ ଅଟକାଇବା ପାଇଁ ସେ ଚେଷ୍ଟା କରିଛି। ହେଲେ ଯେତେବେଳେ ବିଜେପିର ଏସମସ୍ତ ଉଦ୍ୟମ ବିଫଳ ହୋପଡିଥିଲା ସେତେବେଳେ ସେ ଦଳର ବିରଷ୍ଠ ନେତାଙ୍କୁ ମିଛ ମାମଲାରେ ଗିରଫ କରିବା ଆରମ୍ଭ କରିଥିଲା ବୋଲି ଆପ୍ ସୁପ୍ରିମୋ କହିଛନ୍ତି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଗିରଫ ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, 'ଆମକୁ କୁହାଯାଇଛି ଯେ ପରିବହନ ବିଭାଗ ସହ ଜଡିତ ମୋ ବିରୋଧରେ ଏକ ନକଲି ମାମଲା ରୁଜୁ ହୋଇଛି। ଏହାର ପରିଣାମକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ଅଛି। ମୋର ଆଇନ ଉପରେ ବିଶ୍ୱାସ ଅଛି।

ମୋର ବିଶ୍ୱାସ ଅଛି ଯେ ଯଦି ମୋତେ ଗିରଫ କରାଯାଏ ତେବେ ମୁଁ ଜାମିନ ପାଇବି। ବିଜେପି ଦିଲ୍ଲୀର କାମ ବନ୍ଦ କରିବାକୁ ଚାହୁଁଛି, କିନ୍ତୁ ଦିଲ୍ଲୀର ଲୋକମାନେ ଆପଣଙ୍କ ଏଜେଣ୍ଡା ବିଷୟରେ ଅବଗତ ଅଛନ୍ତି। ଯେଉଁ ଅଧିକାରୀମାନେ ସଞ୍ଜିବନୀ ଓ ମୁଖ୍ୟମନ୍ତ୍ରୀ ମହିଳା ଯୋଜନାକୁ ନେଇ ବିଜ୍ଞାପନ ଦେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆତିଶୀ କହିଛନ୍ତି।'

କହିରଖୁ ନିକଟରେ କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ଓ ମୁଖ୍ୟମନ୍ତ୍ରୀ ମହିଳା ସ୍କିମ୍‌ ଘୋଷଣା କରିଥିଲେ। ତେବେ ଏହି ସ୍କିମ୍‌କୁ ନେଇ ଏବେ ଦିଲ୍ଳୀରେ ଆପ୍‌ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧି।  ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟ ବିଭାଗ ଓ ପରିବାର ଶିଶୁ କଲ୍ୟାଣ ବିଭାଗ ଏହି ସ୍କିମ୍‌କୁ  ବିରୋଧ କରି ଖବରକାଜରେ ବିଜ୍ଞାପନ ଜାରି କରିଛି। ଏହାପରେ ଆପ୍‌ର ଏଭଳି ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Bjp Arvind Kejriwal AAP Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe