Advertisment

'ମୋତେ ଇନସୁଲିନ ଦରକାର, ଜେଲରୁ ସ୍ୱାସ୍ଥ୍ୟ ବାବଦରେ ଦିଆଯାଉଥିବା ତଥ୍ୟ ଭୁଲ୍'

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ତଥ୍ୟ ଦିଆଯାଉଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।

Advertisment

ଅସନ୍ତୋଷ ଝାଡ଼ି କେଜ୍ରିୱାଲ କହିଛନ୍ତି, ମୁଁ ମଧୁମେହ ରୋଗୀ, ମୋତେ ଇନସୁଲିନ ଦରକାର। ମୋର ଶର୍କରା ସ୍ତର ୨୫୦ରୁ ୩୨୦ ମଧ୍ୟରେ ରହୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ରାଜନୈତିକ ଚାପ କାରଣରୁ ଜେଲ୍ ପ୍ରଶାସନ ମୋ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ଡାଟା ଦେଉଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। 

ନିକଟରେ ଆପ୍ ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲା। କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ମସୁଧା ଚାଲିଥିବା ଅଭିଯୋଗ କରିଥିଲା ଆପ୍। ୩୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡ଼ଯନ୍ତ୍ର ଚାଲିଛି ବୋଲି ଆପ୍‌ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ ପ୍ରଶ୍ନ କରିଥିଲେ।

Advertisment

ସେପଟେ ଇଡି ଏହାପୂର୍ବରୁ କୋର୍ଟଙ୍କୁ କହିଥିଲା ଯେ, କେଜ୍ରିୱାଲ ଜାଣିଶୁଣି ଆମ୍ବ ଏବଂ ମିଠା ଖାଉଛନ୍ତି। ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବା ପାଇଁ କେଜ୍ରିୱାଲ ପ୍ରଚୁର ଆମ୍ବ ଓ ମିଠା ଖାଉଛନ୍ତି। ସେ ନିଜର ବ୍ଲଡ ସୁଗାର ସ୍ତରକୁ ବୃଦ୍ଧି କରି ଜାମିନ ହାସଲ କରିବାକୁ ଚାହୁଁଥିବା ଇଡି କହିଥିଲା।

Arvind Kejriwal Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe